ETV Bharat / state

Major train Accident Averted: ବାଲେଶ୍ବରରେ ଟଳିଲା ବଡ଼ ବିପଦ, ଅଳ୍ପକେ ବର୍ତ୍ତିଲା ମେମୁ ଟ୍ରେନ

author img

By

Published : Jul 18, 2023, 3:17 PM IST

Updated : Jul 18, 2023, 4:17 PM IST

Major train Accident Averted
Major train Accident Averted

ବାଲେଶ୍ବରରେ ଟଳିଲା ବଡ଼ ବିପଦ । ଲୋକା ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଦୁର୍ଘଟଣାରୁ ବର୍ତ୍ତିଲା ମେମୁ ଟ୍ରେନ । ଅଧିକ ପଢନ୍ତୁ

Major train Accident Averted

ବାଲେଶ୍ବର: ବାହାନଗା ଟ୍ରେନ ଦୁର୍ଘଟଣା ଖବର ମନରୁ ନ ଲିଭୁଣୁ ପୁଣି ଜିଲ୍ଲାରେ ଅଘଟଣ । ଏକ ବଡ଼ ଧରଣର ଟ୍ରେନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ନୀଳଗିରି ରୋଡ୍‌ ଷ୍ଟେସନ ପାଖରେ ଦୁର୍ଘଟଣାରୁ ବର୍ତ୍ତିଲା ଏହି ଟ୍ରେନ । ଲୋକୋ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଟଳିଲା ବଡ଼ ଦୁର୍ଘଟଣା । ମିଳିଥିବା ସୂଚନା ଅନୁସାରେ ଭଦ୍ରକରୁ ବାଲେଶ୍ବରକୁ ଆସୁଥିବା ମେମୁ ଟ୍ରେନ ଦୁର୍ଘଟଣାର ଶିକାର ହେବା ପୂର୍ବରୁ ଅଳ୍ପକେ ବର୍ତ୍ତି ଯାଇଥିଲା । ଦୁର୍ଘଟଣା ଘଟିବା ପୂର୍ବରୁ ଲୋକୋ ପାଇଲଟ ଲଗାଇଥିଲେ ବ୍ରେକ । ଫଳରେ ଟଳିଲା ବଡ଼ ଅଘଟଣ ।

ପ୍ରାଥମିକ ସୂଚନା ଅନୁସାରେ ମେମୁ ଟ୍ରେନଟି ଲୁପ ଲାଇନକୁ ଚାଲିଯାଇଥିଲା । ତେବେ ସେଠାରେ ମରାମତି କାର୍ଯ୍ୟ ଜାରି ଥିଲା । ହେଲେ କୌଣସି ଦୁର୍ଘଟଣା ଘଟିବା ପୂର୍ବରୁ ଲୋକା ପାଇଲଟ ବ୍ରେକ ମାରିଥିଲେ । ଲୋକୋ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଅନେକ ଯାତ୍ରୀଙ୍କ ଜୀବନ ବଞ୍ଚାଇଛି । ଏ ନେଇ ଜଣେ ଯାତ୍ରୀ କହିଛନ୍ତି ଯେ କେବଳ ପାଇଲଟଙ୍କ ଯୋଗୁଁ ଦୁର୍ଘଟଣା ବର୍ତ୍ତି ଯାଇଛି । ଟ୍ରେନଟି ଧିମା ଗତିରେ ଥିବା ବେଳେ ଖରାପ ଥିବା ଟ୍ରାକରୁ ଅଳ୍ପ ଦୂରରେ ଅଟକିଥିଲା । ଟ୍ରାକରେ କିଛି ଯାନ୍ତ୍ରିକ ତ୍ରୁଟି ଥିବା ଅନୁଭବ କରି ଲୋକୋ ପାଇଲଟ ଟ୍ରେନକୁ ଅଟକାଇଥିଲେ । ତେବେ ଟ୍ରେନଟି ଅଟକିବା ପରେ ଯାତ୍ରୀମାନେ ବାହାରକୁ ବାହାରି ଆସିଥିଲେ । ଏଭଳି ଭାବରେ ବଡ଼ ବିପଦ ଟଳିଥିଲା ।

ଏହା ବି ପଢନ୍ତୁ- ଦ୍ରିବୁଗଡ-କନ୍ୟାକୁମାରୀ ବିବେକ ଏକ୍ସପ୍ରେସ ଟ୍ରେନରେ ଧୂଆଁ, ଭୟଭୀତ ଯାତ୍ରୀ

ପ୍ରତ୍ୟକ୍ଷଦର୍ଶୀ ପରମେଶ୍ବର ବନ୍ଧ କହିଛନ୍ତି, "ନୀଳଗିରି ରୋଡ଼ ଷ୍ଟେସନ ଛାଡିବା ପରେ ପ୍ରାୟ 100 ମିଟର ପରେ ପୁଣି ଏକ ବଡ଼ ଧରଣର ଆବାଜ ହୋଇଥିଲା । ଟ୍ରେନ ଭିତରେ ଥିବା ଯାତ୍ରୀମାନେ ଭୟଭୀତ ହୋଇଯାଇଥିବା ବେଳେ ଟ୍ରେନଟି ଜୋର ବ୍ରେକ ମାରି ରହିଥିଲା । ପରେ ଟ୍ରେନ ଟ୍ରାକରେ ତ୍ରୁଟି ଥିବା ଜଣାପଡିଥିଲା। ଲୋକୋ ପାଇଲଟଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ସେ ଟ୍ରାକର ଏମିତି ଅବସ୍ଥା ଦେଖି ତୁରନ୍ତ ବ୍ରେକ ଲଗାଇଥିଲେ। ପରେ ଟେକନିକାଲ ଟିମ ଆସି ତ୍ରୁଟି ସଜାଡ଼ିବା ପରେ ମେମୁ ଟ୍ରେନ ବାଲେଶ୍ଵରରେ ପହଞ୍ଚିଥିଲା ।"

ଟ୍ରେନ ଭିତରେ ଥିବା ପ୍ରାୟ ୧୦୦୦ରୁ ଅଧିକ ଯାତ୍ରୀଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି । ତେବେ ପଏଣ୍ଟ ରିଭର୍ସ ସେଟରେ ସମସ୍ୟା ଥିବା ବେଳେ ସିଗନାଲ ଷ୍ଟାଫଙ୍କ ଅବହେଳା ଯୋଗୁଁ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଥାନ୍ତା ମେମୁ ଟ୍ରେନ । ଆଉ ଟିକେ ଆଗକୁ ଯାଇଥିଲେ ପଏଣ୍ଟ ଫାଟି ଯାଇ ଅନେକ ଲୋକଙ୍କ ଜୀବନ ଯାଇଥାନ୍ତା ବୋଲି କୁହାଯାଉଛି । ଗତ 14 ତାରିଖରେ ବାଲେଶ୍ବର ଜିଲ୍ଲା ଲକ୍ଷ୍ମଣନାଥ ରୋଡ଼ ଷ୍ଟେସନ ନିକଟରେ ଏକ ପାସେଞ୍ଜର ଟ୍ରେନରେ ନିଆଁ ଲାଗିଥିବା ବେଳେ ଏକ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲା। ପ୍ୟାସେଞ୍ଜର ଟ୍ରେନଟି ଖଡ଼ଗପୁରଠାରୁ ଭଦ୍ରକ ଅଭିମୁଖେ ଯାଉଥିବା ବେଳେ ଲକ୍ଷ୍ମଣନାଥ ରୋଡ଼ ଷ୍ଟେସନ ନିକଟରେ ଇଞ୍ଜିନରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା।

ଖଡଗପୁର-ଭଦ୍ରକ ପ୍ୟାସେଞ୍ଜର ଟ୍ରେନର ଇଞ୍ଜିନ ତଳୁ ଧୂଆଁ ଵାହରିବା ଦେଖି ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ। ଭୟରେ ଯାତ୍ରୀମାନେ ଟ୍ରେନ ତଳକୁ ଡେଇଁ ପଡ଼ିଥିଲେ । ଚଳନ୍ତା ଟ୍ରେନରେ ଯାତ୍ରୀମାନେ ଚିତ୍କାର କରି ପାଇଲଟଙ୍କୁ ଏ ବିଷୟରେ ଜଣାଇବାକୁ ଚେଷ୍ଟା କରିଥିଲେ । ଲକ୍ଷ୍ମଣ ନାଥ ରୋଡ଼ ଷ୍ଟେସନରେ ଟ୍ରେନ ଛିଡା ହେବା ପରେ ପାଇଲଟ ତଳକୁ ଓହ୍ଲାଇ ଇଞ୍ଜିନ ତଳୁ ବାହାରୁଥିବା ଧୂଆଁକୁ ଆୟତ୍ତ କରିଥିଲେ । ଇଞ୍ଜିନ ଚକାରେ ଥିବା ସ୍ପ୍ରିଂ ବକ୍ସରେ ମୋବିଲ ଲିକ୍ ପାଇଁ ନିଆଁ ଲାଗିଥିବା ଜଣାପଡିଥିଲା । ତେବେ ଗୋଟିଏ ପରେ ଗୋଟିଏ ଏମିତି ରେଳ ଦୁର୍ଘଟଣା ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଛି ।

ସୂଚନା ଥାଉ କି ଗତ ଜୁନ ୨ ତାରିଖରେ ଭାରତ ଇତିହାସରେ ଘଟିଥିଲା ବଡ଼ ଟ୍ରେନ ଦୁର୍ଘଟଣା । ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା । ଏହାପରେ ଦିଆସିଲି କାଠି ପରି ଓଲଟି ପଡ଼ିଥିଲା ଟ୍ରେନର ବଗି । ଏହି ଦୁର୍ଘଟଣାରେ ୨୯୦ରୁ ଅଧିକ ଯାତ୍ରୀଙ୍କ ପ୍ରାଣହାନି ଘଟିଥିବା ବେଳେ କେତେ ଘର ଉଜୁଡ଼ିଥିଲା ଯେ ତାର ହିସାବ ନାହିଁ । ସରକାର ଅନୁକମ୍ପା ରାଶି ଘୋଷଣା କରିଥିଲେ । ଦୁର୍ଘଟଣାରେ ଆହତ ଯାତ୍ରୀଙ୍କୁ ସାହାଯ୍ୟ କରିଥିବା ବାହାନଗାବାସୀଙ୍କ ଲାଗି ୧କୋଟି ଅର୍ଥ ଦେଇଥିଲା କେନ୍ଦ୍ର । ସେପଟେ ବାହାନଗା ଟ୍ରେନ ଦୁର୍ଘଟଣାର ତଦନ୍ତ ସିବିଆଇ ହାତକୁ ଯାଇଥିବା ବେଳେ ଜାରି ରହିଛି ତଦନ୍ତ ।

ଇଟିଭି ଭାରତ, ବାଲେଶ୍ବର

Last Updated :Jul 18, 2023, 4:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.