ETV Bharat / state

Train Accident: ସିବିଆଇ ତଦନ୍ତ ଜାରି, 3 ରେଳ କର୍ମଚାରୀଙ୍କୁ ପଚରାଉଚରା

author img

By

Published : Jun 12, 2023, 10:11 AM IST

ସିବିଆଇ ତଦନ୍ତ ଜାରି
Train Accident

ବାଲେଶ୍ଵର ବାହାନଗା ନିକଟରେ ହୋଇଥିବା ରେଳ ଦୁର୍ଘଟଣାର ସିବିଆଇ ତଦନ୍ତ ଜାରି ରହିଛି । ଖୁବଶୀଘ୍ର ଦୁର୍ଘଟଣାର ସତ ସମ୍ନାକୁ ଆସିବ । ଅଧିକ ପଢନ୍ତୁ

ବାଲେଶ୍ଵର: ବାହାନଗା ଭୟଙ୍କର ଟ୍ରେନ ଦୁର୍ଘଟଣା କାରଣ ଏବେ ବି ଅସ୍ପଷ୍ଚ । କାହିଁକି ଘଟିଲା ବାହାନଗା ଟ୍ରେନ ଦୁର୍ଘଟଣା । କେଉଁଠି ରହିଲା ତ୍ରୁଟି । କିଏ ଏହାର ଦାୟୀ । ଦୁର୍ଘଟଣା ପଛର କାରଣ ଯାନ୍ତ୍ରିକ ନା ମନୁଷ୍ୟକୃତ ତାର ଖୋଳତାଡ କରୁଛି ସିବିଆଇ । ଦୁର୍ଘଟଣାର କାରଣ ଖୋଜିବାକୁ ଲାଗି ପଡିଛି ସିବିଆଇ । ବିଭିନ୍ନ ଦିଗକୁ ନେଇ ସିବିଆଇ ତାର ତଦନ୍ତ ଜାରି ରଖିଛି । ଦୁର୍ଘଟଣାର 10 ଦିନ ପରେ ତଦନ୍ତ ପ୍ରକ୍ରିୟାରେ ସିବିଆଇ 3ଜଣ ରେଳ କର୍ମଚାରୀଙ୍କୁ ପଚରାଉଚରା କରିଥିବା ସୂଚନା ମିଳିଛି । ମାତ୍ର ରେଳ କର୍ମଚାରୀଙ୍କ ଅଟକ ଘଟଣାକୁ ପ୍ରତ୍ୟାଖାନ କରିଛନ୍ତି ଦକ୍ଷିଣ ପୂର୍ବ ସିପିଆରଓ ।

ଦୁର୍ଘଟଣା ରେଳ ଦୁର୍ଘଟଣା ପଛରେ କାରଣ କଣ, କିଛି ଅପରାଧିକ ଷଡ଼ଯନ୍ତ୍ର ରହିଛି କି ନା ଏହା ଯାନ୍ତ୍ରିକ ଏ ସବୁ ବିଷୟରେ ତଦନ୍ତ ଆରମ୍ଭ ହୋଇଛି । ଏନେଇ ସିବିଆଇ ଟିମ ଗତ 6 ତାରିଖରେ ଦୁର୍ଘଟଣାସ୍ଥଳରେ ଅନୁଧ୍ୟାନ କରିବା ପରେ ବାହାନଗା ଷ୍ଟେସନରେ ତଦନ୍ତ କରିଥିଲା । ପରେ ବାହାନଗା ଷ୍ଟେସନର ରିଲେ ରୁମ ସିଜ କରିଥିଲା ସିବିଆଇ ଟିମ । ଯାହାଦ୍ୱାରା ବାହାନଗା ଷ୍ଟେସନରେ କୌଣସି ଗାଡ଼ି ନ ରହିବା ଓ ଯାତ୍ରୀମାନେ ଏହି ଷ୍ଟେସନରୁ ନ ଚଢିବା ପାଇଁ ନିର୍ଦ୍ଦେଶ ହୋଇଥିଲା । ଏହି ତଦନ୍ତ ପ୍ରକ୍ରିୟା ଚାଲୁ ରହିଥିବା ବେଳେ ଦୁର୍ଘଟଣାର କାରଣ ଖୋଜିବା ପାଇଁ ସିବିଆଇ ଟିମ 5 ଜଣଙ୍କୁ ତଦନ୍ତ ପରିସରକୁ ନେଇ ପଚରାଉଚରା କରିଥିବା ଜଣାପଡିଥିଲା । 5 ଜଣ ମଧ୍ୟରୁ 2ଜଣଙ୍କୁ ଛାଡି ଦେଇଥିବା ବେଳେ ଷ୍ଟେସନ ମାଷ୍ଟର, ଟେକ୍ନିସିଆନ ଓ ସିଗ୍ନାଲ କର୍ମଚାରୀଙ୍କୁ ତଦନ୍ତ ପରିସରଭୁକ୍ତ କରିଥିବା ବିଶେଷ ସୁତ୍ରରୁ ସୂଚନା ମିଳିଛି । ସିବିଆଇ ଟିମ 3 କର୍ମଚାରୀଙ୍କୁ ପଚରାଉଚରା କରିବା ସହ ଦୁର୍ଘଟଣା ଦିନ ଦାୟିତ୍ବରେ ଥିବା ସହକାରୀ ଷ୍ଟେସନ ମାଷ୍ଟରଙ୍କୁ ଗୁଡାଇ ତୁଡାଇ ପ୍ରଶ୍ନ କରିଥିବା ସୂଚନା ମିଳିଛି ।

ଏହା ବି ପଢନ୍ତୁ...ଏବେବି 81ଟି ମୃତଦେହ ହୋଇପାରିନି ଚିହ୍ନଟ, DNA ରିପୋର୍ଟକୁ ଅପେକ୍ଷା

ଏହା ବି ପଢନ୍ତୁ...Train Accident: କରମଣ୍ଡଳ ଟ୍ରେନ ଦୁର୍ଘଟଣାର କରୁଣ କାହାଣୀ, ପଶ୍ଚିମବଙ୍ଗ ମୃତଦେହ ପଳେଇଛି ବିହାର

ତଦନ୍ତ ସମୟରେ ସିବିଆଇ ଟିମ କୌଣସି ପ୍ରତିକ୍ରିୟା ଦେଉ ନଥିବା ବେଳେ 3 ରେଳ କର୍ମଚାରୀ ଅଟକ ଘଟଣା ସମ୍ପର୍କରେ କୌଣସି ସ୍ପଷ୍ଟ ଖବର ମିଳିନାହିଁ । ଅନ୍ୟପଟେ ଦକ୍ଷିଣ ପୂର୍ବ ସିପିଆରଓ ଆଦିତ୍ୟ ଚୌଧୁରୀଙ୍କୁ ଫୋନ ଯୋଗେ ଏ ବିଷୟରେ ଯୋଗାଯୋଗ କରାଯାଇଥିଲା । ସେ 3 ରେଳ କର୍ମଚାରୀ ଅଟକ ରଖିବା ଘଟଣାକୁ ପ୍ରତ୍ୟାଖାନ କରିଥିଲେ । ତେବେ ସିବିଆଇ ଟିମ ସମ୍ପୂର୍ଣ୍ଣ ଭାବେ ସବୁ ଦିଗରୁ ତଦନ୍ତ କରିବା ପରେ ହିଁ ପ୍ରକୃତ ଘଟଣା ସାମ୍ନାକୁ ଆସିବ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.