ETV Bharat / state

ପିକନିକ ହେଲା କାଳ: ନଦୀରେ ବୁଡ଼ି ଯୁବକ ନିଖୋଜ

author img

By ETV Bharat Odisha Team

Published : Nov 19, 2023, 1:16 PM IST

ନଦୀରେ ବୁଡି ଯୁବକ ନିଖୋଜ
ନଦୀରେ ବୁଡି ଯୁବକ ନିଖୋଜ

ପିକନିକ ଯାଇଥିବା ବେଳେ ନଦୀରେ ବୁଡି ଯୁବକ ନିଖୋଜ । ସର୍ଚ୍ଚ ଅପରେସନ ଜାରି । ଅଧିକ ପଢ଼ନ୍ତୁ

ନଦୀରେ ବୁଡ଼ି ଯୁବକ ନିଖୋଜ

ବଲାଙ୍ଗୀର: ପିକନିକ୍ ଯିବା ହେଲା କାଳ । ନଦୀରେ ଗାଧୋଉଥିବା ବେଳେ ବୁଡିଯାଇ ଯୁବକ ନିଖୋଜ । ୨୪ ଘଣ୍ଟା ପରେ ମଧ୍ୟ ଯୁବକଙ୍କ କୌଣସି ପତ୍ତା ମିଳୁନି । ବଲାଙ୍ଗୀର ଜିଲ୍ଲା ଗୁଡଭେଳା ବ୍ଲକ ଜାମୁଟ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ନିଖୋଜ ଯୁବକ ହେଉଛନ୍ତି ବଲାଙ୍ଗୀରର ରାକେଶ ପୁରୋହିତ । ସେ ଜାମୁଟ ଗ୍ରାମ ସ୍ଥିତ ରାହୁଲ ନଦୀର ଗଦଗଦା ଅଞ୍ଚଳକୁ ବଣଭୋଜି ପାଇଁ ଯାଇଥିଲେ । ନଦୀରେ ଗାଧୋଉଥିବା ବେଳେ ତାଙ୍କ ଗୋଡ ଖସିଯିବାରୁ ସେ ନିଖୋଜ ହୋଇଯାଇଛନ୍ତି । ଉଦ୍ଧାରକାରୀ ଦଳ କାଲିଠୁ ତାଙ୍କୁ ଖୋଜାଖୋଜି ଜାରି ରଖିଛନ୍ତି ।

ସୂଚନା ମୁତାବକ, ବଲାଙ୍ଗୀର ପେଲେଶ ଲାଇନ ନିବାସୀ ରାକେଶ ପୁରୋହିତ ମେଡିସିନ ରିପ୍ରେଜେଣ୍ଟେଟିଭ ଭାବରେ କାର୍ଯ୍ୟ କରନ୍ତି । ଗତକାଲି କୋଶଳ ମହାବନ୍ଦରେ ରାକେଶ ଓ ତାଙ୍କର କିଛି ସାଙ୍ଗ ମିଶି ବଣଭୋଜି କରିବାକୁ ରାହୁଲ ନଦୀର ଗଦଗଦା ଅଞ୍ଚଳକୁ ଯାଇଥିଲେ । ଭୋଜି ସମୟରେ ରାକେଶ ଗାଧୋଇବାକୁ ନଦୀରେ ପଶିଥିଲେ । ହେଲେ ଅସାବଧାନତା ବଶତଃ ତାଙ୍କର ଗୋଡ଼ ଖସିଯିବାରୁ ସେ ଘାଇରେ ପଡ଼ି ନିଖୋଜ ହୋଇଯାଇଥିଲେ । ସାଙ୍ଗମାନେ ବହୁ ଖୋଜାଖୋଜି କରିବା ପରେ ତାଙ୍କର ପତ୍ତା ନମିଳିବାରୁ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ: ସହିପାରିଲେନି ସ୍ବାମୀଙ୍କ ବିୟୋଗ, ଏକା ସାଙ୍ଗେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ଜୁଇ

ସ୍ଥାନୀୟ ଲୋକେ ଏବଂ ଅଗ୍ନିଶମ କର୍ମଚାରୀ ମିଶି ନଦୀରେ ଖୋଜାଖୋଜି ଆରମ୍ଭ କରିଥିଲେ । ରାତି ପର୍ଯ୍ୟନ୍ତ ସର୍ଚ୍ଚ ଅପରେସନ ଚାଲିଥିଲେ ହେଁ ରାକେଶଙ୍କ କିଛି ପତ୍ତା ମିଳିନଥିଲା । ଆଜି ସକାଳୁ ପୁଣି ସ୍ଥାନୀୟ ପୋଲିସ ସମେତ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍ ରାହୁଲ ନଦୀରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି । ତେବେ ପାଣି ଅଧିକ ଥିବାରୁ ଯୁବକଙ୍କୁ ପତ୍ତା ମିଳୁନଥିବା କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: MKCGରେ ଚିକିତ୍ସା ଅବହେଳା: ଡାକ୍ତର ଦେଖୁଥିଲେ କ୍ରିକେଟ ମ୍ୟାଚ୍ ! ଚାଲିଗଲା ରୋଗୀଙ୍କ ଜୀବନ

ସେପଟେ ଯୁବକଙ୍କ ପରିବାର ଲୋକେ ଏ ବିଷୟରେ ଖବର ପାଇ ଚିନ୍ତାରେ ଅଛନ୍ତି । କାରଣ ରାକେଶ ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ । ବର୍ଷକ ତଳେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଯାଇଥିଲା । ପରିବାରରେ ତାଙ୍କର ବିଧବା ମାଆ, ସ୍ତ୍ରୀ ଓ ଗୋଟିଏ ଛୁଆ ଅଛନ୍ତି । ଏବେ ସେ ନଦୀରେ ନିଖୋଜ ହେବା ନେଇ ପୁରା ପରିବାର ଦୁଃଖରେ ଭାଙ୍ଗି ପଡିଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.