ETV Bharat / state

ଟ୍ରକ ଚପାରେ ଯୁବକ ମୃତ, ଗାଡି ଜାଳିଦେଲେ ଉତ୍ତ୍ୟକ୍ତ ଲୋକ

author img

By ETV Bharat Odisha Team

Published : Dec 24, 2023, 8:03 AM IST

ଟ୍ରକ ଚପାରେ ଯୁବକ ମୃତ, ଟ୍ରକ ଜାଳିଦେଲେ ଉତ୍ତ୍ୟକ୍ତ ଜନତା
ଟ୍ରକ ଚପାରେ ଯୁବକ ମୃତ, ଟ୍ରକ ଜାଳିଦେଲେ ଉତ୍ତ୍ୟକ୍ତ ଜନତା

Balangir Road Accident: ବଲାଙ୍ଗୀର ସହରରେ ଟ୍ରକ ଚାପାରେ ଯୁବକଙ୍କ ମୃତ୍ୟୁ । ଟ୍ରକକୁ ଜାଳି ଦେଲେ ଉତ୍ୟକ୍ତ ଲୋକେ । ଅଧିକ ପଢନ୍ତୁ

ଟ୍ରକ ଚପାରେ ଯୁବକ ମୃତ, ଟ୍ରକ ଜାଳିଦେଲେ ଉତ୍ତ୍ୟକ୍ତ ଜନତା

ବଲାଙ୍ଗୀର: ବଲାଙ୍ଗୀର ସହରରେ ଟ୍ରକ ଚାପାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ରାସ୍ତା ପାରି ହେଉଥିବା ବେଳେ ଜଣେ ଯୁବକଙ୍କ ଉପରେ ଟ୍ରକ ମାଡ଼ିଯିବାରୁ ତାଙ୍କର ଜୀବନ ଚାଲିଯାଇଛି । ମୃତକ ଗାନ୍ଧୀନଗରପଡାର ୧୮ବର୍ଷୀୟ ବିକାଶ ବଘାର । ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ସହ ଉତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜାଳି ଦେଇଛନ୍ତି । କ୍ଷତିପୂରଣ ଦାବିରେ ବରଗଡ଼ ବୋରିଗୁମ୍ମା ଜାତୀୟ ରାଜପଥ ମଧ୍ୟ ଅବରୋଧ କରିଛନ୍ତି । ବଲାଙ୍ଗୀର ଗାନ୍ଧୀନଗରପଡାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏନେଇ ପରିବାର ଏବଂ ଉତ୍ୟକ୍ତ ଲୋକେ ରାସ୍ତା ଉପରେ ଉପରେ ଟାୟାର ଜାଳି ପ୍ରତିବାଦ କରିବା ସହ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜାଳି ଦେଇଛନ୍ତି । ଯାହାଫଳରେ ବୋରିଗୁମ୍ମା 26 ନମ୍ୱର ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ବଲାଙ୍ଗୀର ସହର ମଧ୍ୟରେ ସକାଳ 6 ଟାରୁ ରାତି 12 ଟା ପର୍ଯ୍ୟନ୍ତ ଭାରି ଯାନ ପ୍ରବେଶ ପାଇଁ ନୋ ଏଣ୍ଟ୍ରି ଅଛି । ହେଲେ ଏହି ଟ୍ରକ ଏହି ସମୟରେ କେମିତି ସହର ମଧ୍ୟକୁ ଆସିଲା ଓ ତା' ଯୋଗୁଁ ଏହି ଦୁର୍ଘଟଣା ଘଟିଥିବାର ଲୋକେ ଅଭିଯୋଗ କରିଛନ୍ତି ଏବଂ 10 ଲକ୍ଷ୍ୟ ଟଙ୍କା କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି । ସେପଟେ ଜିଲ୍ଲା ପ୍ରଶାସନ ଓ ପୋଲିସ ଆନ୍ଦୋଳନକାରୀଙ୍କ ସହ ଆଲୋଚନା ଜାରି ରଖିଛନ୍ତି ଏବଂ ରେଡକ୍ରସ ପକ୍ଷରୁ ପୀଡ଼ିତ ପରିବାରକୁ 20 ହଜାର ଟଙ୍କା ସହାୟତା ତୁରନ୍ତ ଯୋଗାଇ ଦିଆଯାଇଥିବାର ଏସଡିପିଓ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ... ରୋଡ ରୋଲର ମାଡ଼ି ମହିଳା ମୃତ, କ୍ଷତି ପୂରଣ ଦାବିରେ ରାସ୍ତାରୋକ

ମୃତ ଯୁବକ ବିକାଶ ବାଘାର ବାପାମାଆଙ୍କ ଏକମାତ୍ର ପୁଅ ହୋଇଥିବା ବେଳେ ସେ ଏକ ରାସନ ସାମଗ୍ରୀ ଦୋକାନରେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ । ସେ ଗତକାଲି (ଶନିବାର) ଘରୁ ନିଜ ଦୋକାନକୁ ଯିବା ପାଇଁ ରାସ୍ତା ପାର ହେଉଥିଲେ । ଏତିକି ବେଳେ ଗୋଟିଏ ଟ୍ରକ ତାଙ୍କ ଉପରେ ମାଡି ଯାଇଥିଲା । ଯାହାପରେ ଯୁବକକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭୀମଭୋଇ ମେଡିକାଲ କଲେଜ ନିଆଯାଇଥିବା ବେଳେ ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ଯୁବକର ମୃତ୍ୟୁ ଖବର ଆସିବା ପରେ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ଏବଂ ସ୍ଥାନୀୟ ଲୋକେ ରାସ୍ତାରୋକ କରିବା ସହ ଟ୍ରକକୁ ଜାଳି ଦେଇଥିଲେ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.