ETV Bharat / state

ବଲାଙ୍ଗୀରରେ ଆବାସ ଯୋଜନା କେଳେଙ୍କାରୀ, ଲାଞ୍ଚ ନଦେଲେ କିଛି ହେଉନି

author img

By

Published : Jul 9, 2021, 10:07 AM IST

ବଲାଙ୍ଗୀରରେ ଆବାସ ଯୋଜନା କେଳେଙ୍କାରୀ, ଲାଞ୍ଚ ନଦେଲେ କିଛି ହେଉନି
ବଲାଙ୍ଗୀରରେ ଆବାସ ଯୋଜନା କେଳେଙ୍କାରୀ, ଲାଞ୍ଚ ନଦେଲେ କିଛି ହେଉନି

ଲାଞ୍ଚ ନଦେଲେ ହିତାଧିକାରୀଙ୍କୁ ଘର ଖଣ୍ଡେ ମିଳୁନଥିବା ଅଭିଯୋଗ । ବଲାଙ୍ଗୀର ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତରୁ ଆସିଛି ଏପରି ସଙ୍ଗୀନ ଅଭିଯୋଗ । ଅଧିକ ପଢନ୍ତୁ...

ବଲାଙ୍ଗୀର: ଜିଲ୍ଲାରେ ଆବାସ ଯୋଜନା ଗୋଟିଏ ପ୍ରକାରର ବିଫଳ ହୋଇ ଥିବାବେଳେ ଲାଞ୍ଚ ନଦେଲେ ଆବାସ ଯୋଜନା ମିଳୁନଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ । ରାଜ୍ୟ ସରକାରଙ୍କ ବିଜୁ ପକ୍କା ଘର ହେଉ କିମ୍ବା କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉ ସବୁଠି ଗରିବ ଲୋକଙ୍କ ଠୁ ଲାଞ୍ଚ ନନେଲେ କାମ ହେଉନାହିଁ ବୋଲି ସଙ୍ଗୀନ ଅଭିଯୋଗ ଆସିଛି ।

ବଲାଙ୍ଗୀରରେ ଆବାସ ଯୋଜନା କେଳେଙ୍କାରୀ, ଲାଞ୍ଚ ନଦେଲେ କିଛି ହେଉନି

ତେବେ ଏଭଳି ଏକ ଅଭିଯୋଗ ବଲାଙ୍ଗୀର ପୁଇନ୍ତଳା ବ୍ଲକ ମହିମୁନଡ଼ା ପଞ୍ଚାୟତରୁ ଆସିଛି । ଏହି ଗ୍ରାମରେ ଆଜିବି ଶତାଧିକ ଗରିବ ପରିବାର ଘର ଖଣ୍ଡିଏ ନପାଇ ଭଙ୍ଗା ଦଦରା କୁଡିଆରେ ଦିନ ବିତାଉଛନ୍ତି । ଏଥିପାଇଁ ପଞ୍ଚାୟତ ଅଧିକାରୀଙ୍କଠୁ ନେଇ ପ୍ରଶାସନକୁ ଘର ଖଣ୍ଡିଏ ପାଇଁ ଆବେଦନ କରି ବିଫଳ ହେଉଥିବା ଅଭିଯୋଗ କରିଛନ୍ତି । ସେପଟେ ଆଗୁଆ 10 ହଜାରରୁ 15 ହଜାର ଟଙ୍କା ଦେଲେ ଆବାସ ଯୋଜନାରେ ଘର ଦିଆଯିବ ବୋଲି ଉପରସ୍ଥ ଅଧିକାରୀ କହୁଛନ୍ତି । ଅର୍ଥ ଅଭାବରୁ ଲାଞ୍ଚ ଟଙ୍କା ଦେଇନପାରି ଅସହାୟ ହୋଇ ସେହି ଭଙ୍ଗା କୁଡିଆରେ ଦିନ ବିତାଉଥିବା ହିତାଧିକାରୀ ଅଭିଯୋଗ କରିଛନ୍ତି ।


କେବଳ ଯେ ମହିମୁନଡା ପଞ୍ଚାୟତରୁ ଏପରି ଅଭିଯୋଗ ଆସିଛି ତାହା ନୁହେଁ, ଜିଲ୍ଲାର ସବୁ ପଞ୍ଚାୟତରୁ ଏଭଳି ସାଙ୍ଘାତିକ ଅଭିଯୋଗ ଆସୁଛି । ସେପଟେ ବିଗତ ଚାରି ବର୍ଷରେ ଜିଲ୍ଲା ପାଇଁ 83 ହଜାର 4 ଶହ 2 ଘର ତିଆରି ପାଇଁ ଟାର୍ଗେଟ ଆସିଥିଲା । ଯେଉଁଥିରେ ମାତ୍ର 55 ହଜାର 364 ଘର ସମ୍ପୂର୍ଣ୍ଣ ହୋଇପାରିଛି ବା ଆବଣ୍ଟନ ହୋଇଛି । ଅନ୍ୟପଟେ ଜିଲ୍ଲାର ଏହି ଯୋଜନାର ସଫଳତା ହାର ମାତ୍ର 66.38 ପ୍ରତିଶତ ରହିଛି । ଏହାର କାରଣ ଲାଞ୍ଚ ତଥା ଦୁର୍ନୀତି ବୋଲି ଜଣାପଡ଼ିଛି । ଏନେଇ ପ୍ରଶାସନ କିମ୍ବା ପଞ୍ଚାୟତ କର୍ମୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ଶୀଘ୍ର ଏନେଇ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.