ETV Bharat / state

ଗୁଣି ଗାରେଡି ସନ୍ଦେହରେ ନ୍ୟାୟରୁ ବଞ୍ଚିତ ୧୩ ପରିବାର ପାଇଁ ଆଗେଇ ଆସିଲା କନ୍ଧ ସମାଜ

author img

By

Published : Aug 18, 2021, 6:58 AM IST

wichcraft
ଗୁଣି ଗାରେଡି ସେନ୍ଦେହରେ ନ୍ୟାୟରୁ ବଞ୍ଚିତ ୧୩ ପରିବାର ପାଇଁ ଆଗେଇ ଆସିଲା ସମାଜ

ଗୁଣି ଗାରେଡି ସନ୍ଦେହରେ ଦଣ୍ଡ ପାଇଥିବା 13 ପରିବାର ନ୍ୟାୟ ପାଇବାରୁ ବଞ୍ଚିତ। ଅଧିକ ପଢନ୍ତୁ...

ବଲାଙ୍ଗୀର: ଗୁଣି ଗାରେଡି ସନ୍ଦେହରେ ଦଣ୍ଡ ପାଇଥିବା 13 ପରିବାର ନ୍ୟାୟ ପାଇବାରୁ ବଞ୍ଚିତ। ନ୍ୟାୟ ପାଇଁ ବିକ୍ଷୋଭ କଲା କନ୍ଧ ସମାଜ ।

ଗୁଣି ଗାରେଡି ସେନ୍ଦେହରେ ନ୍ୟାୟରୁ ବଞ୍ଚିତ ୧୩ ପରିବାର ପାଇଁ ଆଗେଇ ଆସିଲା ସମାଜ

ବଲାଙ୍ଗୀର ଗୁଣି ଗାରେଡି ସନ୍ଦେହରେ 13 ପରିବାରକୁ କାଙ୍ଗାରୁ କୋର୍ଟରେ ଦଣ୍ଡ ଦିଆଯିବ ସହ ଗାଁରୁ ତାଙ୍କୁ ତଡ଼ି ଦେଇଥିଲେ। ଏହି ଘଟଣାରେ ଆଜି ବି ନ୍ୟାୟରୁ ବଞ୍ଚିତ ଅଛନ୍ତି ପୀଡ଼ିତ ପରିବାର। ତେବେ ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ନିର୍ମୁଲା ଗ୍ରାମରେ ଗୁଣି ଗାରେଡି ସନ୍ଦେହରେ ଏହି ଗ୍ରାମର ବ୍ରଜ ଭୋଇ ଓ ଅନ୍ୟ 12 ପରିବାରକୁ ଗ୍ରାମବାସୀ କଙ୍ଗାରୁ କୋର୍ଟରେ ସଜା ଦେବା ସହ ଗାଁରୁ ବାସନ୍ଦ କରିଥିଲେ। ସେହିପରି ଏହି 13 ପରିବାରକୁ ଗାଁ ରୁ ତଡ଼ି ଦେଇଥିଲେ। ଯାହାପରେ ନିଜ ଘର ଦ୍ବାର ଛାଡି ଅସହାୟ ହୋଇଥିବା ପରିବାର ନ୍ୟାୟ ପାଇଁ ବଲାଙ୍ଗୀର ଜିଲ୍ଲାପାଳ ଓ ପୋଲିସର ଦ୍ୱାରସ୍ତ ହୋଇଥିଲେ। ହେଲେ ଏହି ଘଟଣାକୁ ଆଜି 45 ଦିନ ବିତିଥିଲେ ସୁଦ୍ଧା ଏମାନେ ନ୍ୟାୟ ପାଇ ପାରିନାହାଁନ୍ତି।

ସେପଟେ ଜିଲ୍ଲା କନ୍ଧ ସମାଜ ଆଜି ଏହାକୁ ନେଇ ସିନ୍ଧେକେଲା ଥାନା ଘେରାଉ କରିଥଲା । ଯେଉଁଥିରେ ପୀଡ଼ିତ ପରିବାର ସହ କନ୍ଧ ସମାଜର ଶତାଧିକ ଲୋକ ଏଠି ସଶସ୍ତ୍ର ବିକ୍ଷୋଭ କରିଥିଲେ। ଏବଂ ପୀଡ଼ିତ ପରିବାର ନ୍ୟାୟ ସହ ଦୋଷୀଙ୍କୁ ଶୀଘ୍ର ଗିରଫ ଦାବି କରିଥିଲେ। ତେବେ ଦାବି ପୂରଣ ନ ହେଲେ ଏମାନେ ଆଗକୁ ତୀବ୍ର ଆନ୍ଦୋଳନ କରିବେ ବୋଲି କହିଛନ୍ତି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.