ETV Bharat / state

ମାଟି ତଳୁ ମିଳିଥିବା ଦେହାବଶେଷ ମମିତାଙ୍କର, ସ୍ପଷ୍ଟୀକରଣ ରଖିଲେ ଉତ୍ତରାଞ୍ଚଳ ଡିଆଇଜି

author img

By

Published : Dec 21, 2022, 7:27 PM IST

ମମିତାଙ୍କ DNA ନେଇ ପୋଲିସର ସ୍ପଷ୍ଟୀକରଣ
ମମିତାଙ୍କ DNA ନେଇ ପୋଲିସର ସ୍ପଷ୍ଟୀକରଣ

ମହାଲିଙ୍ଗ କଲେଜ୍ ପଡିଆ ମାଟି ତଳୁ ମିଳିଥିବା ଦେହାବଶେଷର ଡିଏନଏ ମମିତାଙ୍କ ବାପା ମାଆଙ୍କ ଡିଏନଏ ସହିତ ମ୍ୟାଚ କରୁନଥିବା କଥାକୁ ଅସ୍ବୀକାର କଲା ପୋଲିସ । SFSLରେ ହୋଇଥିବା ନ୍ୟୁକ୍ଲିୟର ଡିଏନଏ ପରୀକ୍ଷାରେ ତାହା ମମିତାଙ୍କ ବାପା ଓ ମାଆଙ୍କ ସହ ସମ୍ପୂର୍ଣ୍ଣ ମେଳ ଖାଉଥିବାର ରିପୋର୍ଟ ଆସିଥିବା କହିଲେ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର । ଅଧିକ ପଢ଼ନ୍ତୁ

ମମିତାଙ୍କ DNA ନେଇ କହୁଛନ୍ତି ଉତ୍ତରାଞ୍ଚଳ ଡିଆଇଜି

ବଲାଙ୍ଗୀର: ବହୁ ଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଜେଲରେ ଆତ୍ମହତ୍ୟା କରିଛି । ସେପଟେ ମହାଲିଙ୍ଗ କଲେଜ୍ ପଡିଆ ମାଟି ତଳୁ ମିଳିଥିବା ଦେହାବଶେଷର ଡିଏନଏ ମମିତାଙ୍କ ବାପା ମାଆଙ୍କ ଡିଏନଏ ସହିତ ମ୍ୟାଚ କରୁନଥିବା କଥାକୁ ଅସ୍ବୀକାର କଲା ପୋଲିସ । ଏହା ପୂର୍ବରୁ ବଲାଙ୍ଗୀର ସରକାରୀ ଓକିଲ ସଞ୍ଜୟ ପ୍ରଧାନ ମଧ୍ୟ ଗୋବିନ୍ଦ ସାହୁଙ୍କ ଓକିଲଙ୍କ ଏହି ଉକ୍ତିକୁ ମିଛ ବୋଲି କହିଥିଲେ ।

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଜେଲରେ ମୃତ୍ୟୁ ଘଟିଛି । ସେପଟେ କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଏଭଳି ସ୍ଥିତିରେ ମହାଲିଙ୍ଗ କଲେଜ୍ ପଡିଆ ମାଟି ତଳୁ ମିଳିଥିବା ଦେହାବଶେଷର ଡିଏନଏ ମମିତାଙ୍କ ବାପା ମାଆଙ୍କ ଡିଏନଏ ସହ ମ୍ୟାଚ କରୁନଥିବା ମଙ୍ଗଳବାର ଗୋବିନ୍ଦ ସାହୁଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ । ତେବେ ଏହାକୁ ପୂର୍ବରୁ ବଲାଙ୍ଗୀର ସରକାରୀ ଓକିଲ ସଞ୍ଜୟ ପ୍ରଧାନ ମିଛ ବୋଲି କହିଥିଲେ । ତେବେ ଆଜି ପୋଲିସ୍ ମଧ୍ୟ ସମାନ କଥା କହିବା ସହ ଡିଏନଏ ରିପୋର୍ଟ ପ୍ରକାଶ କରିଛି ।

ବଲାଙ୍ଗୀରରେ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ସୂଚନା ଦେଇ କହିଛନ୍ତି, "ଡିଏନଏ ପରୀକ୍ଷା ଦୁଇ ପ୍ରକାରର ହୋଇଥାଏ । ଗୋଟିଏ ନ୍ୟୁକ୍ଲିୟର ଡିଏନଏ (Nuclear DNA) ଓ ଦ୍ଵିତୀୟ ମାଇଟୋକୋଣ୍ଡ୍ରିଆଲ ଡିଏନଏ (Mitochondrial DNA) । ତେବେ ମହଲିଙ୍ଗ କଲେଜ୍ ପଡିଆ ମାଟି ତଳୁ ମିଳିଥିବା ଏକ ଦେହାବଶେଷ ଯାହା ସମ୍ପୂର୍ଣ ପୋଡ଼ି ଯାଇଥିଲା, ତାକୁ ମାଇଟୋକୋଣ୍ଡ୍ରିଆଲ ଡିଏନଏ ପରୀକ୍ଷା ପାଇଁ ହାଇଦ୍ରାବାଦ ପଠାଯାଇଥିଲା । ହେଲେ ସେଠି ପଠା ଯାଇଥିବା ହାଡ଼ ସମ୍ପୂର୍ଣ ପୋଡ଼ି ଯାଇଥିବାରୁ ତାର ପରୀକ୍ଷା ସମ୍ଭବ ହୋଇ ପାରି ନଥିଲା । ସେଠାରୁ ମିଳିଥିବା ଏକ ଲମ୍ବା ହାଡ଼ SFSLକୁ (State Forensic Science Laboratory) ପଠା ଯାଇଥିଲା। ଏବଂ ସେଠି ତାର ନ୍ୟୁକ୍ଲିୟର ଡିଏନଏ ପରୀକ୍ଷା ହୋଇଥିବା ବେଳେ ତାହା ମମିତାଙ୍କ ବାପା ଓ ମାଆଙ୍କ ସହ ସମ୍ପୂର୍ଣ୍ଣ ମେଳ ଖାଉଥିବାର ରିପୋର୍ଟ ଆସିଥିଲା ।" ତେବେ ଗୋବିନ୍ଦଙ୍କ ଓକିଲ ରଖିଥିବା ଯୁକ୍ତି ସମ୍ପୂର୍ଣ୍ଣ ମିଛ ବୋଲି ଡିଆଇଜି ଦୀପକ କୁମାର କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ମମିତା ମେହେର ହତ୍ୟା ଘଟଣାରେ ନୂଆ ମୋଡ: DNA ରିପୋର୍ଟ ନେଇ ଦ୍ୱନ୍ଦ୍ୱ, ମିଳିଥିବା ମୃତଦେହ ମମିତାର ନୁହେଁ !

ପ୍ରକାଶ ଥାଉକି, ମମିତାଙ୍କ ମାତା ପିତାଙ୍କ ଡିଏନଏ ପ୍ରୋଫାଇଲ ସହ ମିଳିଥିବା ଅବଶେଷର ଡିଏନଏ ପ୍ରୋଫାଇଲ ମ୍ୟାଚ୍ କରୁନାହିଁ ବୋଲି ଡିଏନଏ ରିପୋର୍ଟରୁ ସ୍ପଷ୍ଟ ହୋଇଥିବା ଗତକାଲି ପ୍ରକାଶ କରିଥିଲେ ଗୋବିନ୍ଦ ସାହୁଙ୍କ ଓକିଲ ଦେବାଶିଷ ପଣ୍ଡା ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.