ଆଖିବୁଝିଲେ ରାଜ୍ୟର ଆଉଜଣେ ବରିଷ୍ଠ ସାମ୍ବାଦିକ

author img

By

Published : Nov 29, 2021, 8:14 PM IST

_veteran journalist Satya narayan Behera dies at 84

ବର୍ଷୀୟାନ ସାମ୍ବାଦିକ, ସ୍ଥମ୍ଭ କାର ଓ ନାଟ୍ୟକାର ତଥା ଗବେଷକ ସତ୍ୟ ନାରାୟଣ ବେହେରାଙ୍କ ଦେହାନ୍ତ । ମୃତ୍ୟୁ ବେଳକୁ ତାଙ୍କୁ 84 ବର୍ଷ ବୟସ ହୋଉଥିଲା । ଅଧିକ ପଢନ୍ତୁ

ବଲାଙ୍ଗିର: ବର୍ଷୀୟାନ ସାମ୍ବାଦିକ, ସ୍ଥମ୍ଭ କାର ଓ ନାଟ୍ୟକାର ତଥା ଗବେଷକ ସତ୍ୟ ନାରାୟଣ ବେହେରା (Satya narayan Behera)ଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 84 ବର୍ଷ ବୟସ ହୋଉଥିଲା । ଏହି ଦୁଃଖଦ ଖବରରେ ସାମ୍ବାଦିକ ମହଲରେ ଶୋକାର ଛାୟା ଖେଳିଯାଇଥିବା ବେଳେ ଅନେକ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି ।

ବାର୍ଦ୍ଧକ୍ୟ କାରଣରୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବଲାଙ୍ଗୀର ଭୀମ ଭୋଇ ମେଡିକାଲ୍ କଲେଜରେ ଦେହାନ୍ତ ହୋଇଥିବା ଜଣାପଡିଛି। ତେବେ ସତ୍ୟ ନାରାୟଣ ବେହେରା ରାଜାଡ଼ି ଅମଳରୁ ଅର୍ଥାତ୍ ପାଟଣା ମହାରାଜା ରାଜେନ୍ଦ୍ର ନାରାୟଣ ସିଂହ ଦେଓଙ୍କ ସମୟରୁ ସାମ୍ବାଦିକତା କରି ଆସୁଥିଲେ । ସେହିପରି ସେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନିକଟତର ମଧ୍ୟ ଥିଲେ ।

ସେତେବେଳେ ସେ ବିଭିନ୍ନ ଛୋଟ ବଡ଼ ପତ୍ର ପତ୍ରିକାରେ ସାମ୍ବାଦିକ ଭାବରେ କାର୍ଯ୍ୟ ତୁଲାଇ ଆସୁଥିଲେ ।

ସାମ୍ବାଦିକତା ବ୍ୟତୀତ ସେ ନାଟ୍ୟକାର ଭାବରେ ମଧ୍ୟ ଜଣାଶୁଣା ଓ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି । ଭୁଖା ଚଳଚ୍ଚିତ୍ରରେ ସେ ଅଭିନୟ କରି ବେଶ୍ ପ୍ରଶଂସା ସାଉଣ୍ଟିଥିଲେ । ସେହିପରି ସେ ପାଟଣା ରାଜ୍ୟ ଇତିହାସ ଉପରେ ଗବେଷଣା କରି ଲୁକ୍କାୟିତ ତଥ୍ୟ ମଧ୍ୟ ଉଜାଗର କରିଥିଲେ।

ଶେଷ ନିଶ୍ବାସ ପର୍ଯ୍ୟନ୍ତ ସେ ସାମ୍ବାଦିକତା ବୃତ୍ତିରେ ରହିଥିଲେ । ଏଥିସହ ବଲାଙ୍ଗୀର ଜିଲ୍ଲା ସାମ୍ବାଦିକଙ୍କ ପାଇଁ ସେ ଲଢେଇ କରି ଆସୁଥିବା ବେଳେ ବଲାଙ୍ଗିର ସଂଘର ଜଣେ ପ୍ରତିଷ୍ଠାତା ସଭ୍ୟ ଥିଲେ ।

ତାଙ୍କର ଦେହାନ୍ତରେ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହ ଦେଇ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଏହା ଏକ ଅପୂରଣୀୟ କ୍ଷତି ବୋଲି ସେ କହିଛନ୍ତି । ସେହିପରି ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ମଧ୍ୟ ତାଙ୍କର ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି । ଜଣେ ବାଲ୍ୟ ବନ୍ଧୁ ତଥା ଏକାଧାରରେ ସାମ୍ବାଦିକ, ନାଟ୍ୟକାର ଓ ଗବେଷକଙ୍କୁ ବଲାଙ୍ଗୀର ହରାଇଲା ବୋଲି ନରସିଂହ କହିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ୍‌, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.