ETV Bharat / state

ବ୍ରିଜ୍ ତଳକୁ ଖସି ପଡ଼ିଲା ବାଇକ୍, ଦୁଇ ମୃତ

author img

By

Published : Mar 17, 2023, 9:44 PM IST

ବଲାଙ୍ଗୀରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଦୁଇ ମୃତ
ବଲାଙ୍ଗୀରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଦୁଇ ମୃତ

ବଲାଙ୍ଗୀରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବ୍ରିଜ୍ ତଳକୁ ଖସିପଡ଼ିଲା ବାଇକ୍ । ଦୁଇ ବାଇକ୍ ଆରୋହୀଙ୍କ ଶୋଚନୀୟ ମୃତ୍ୟୁ । ଅଧିକ ପଢ଼ନ୍ତୁ

ବଲାଙ୍ଗୀରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଦୁଇ ମୃତ

ବଲାଙ୍ଗୀର: 26 ନମ୍ୱର୍ ଜାତୀୟ ରାଜପଥରେ ଦୁର୍ଘଟଣା । ବ୍ରିଜ୍ ତଳକୁ ଖସିପଡ଼ିଲା ବାଇକ୍ । ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀଙ୍କ ଶୋଚନୀୟ ମୃତ୍ୟୁ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର 26 ନମ୍ୱର୍ ଜାତୀୟ ରାଜପଥରେ । ତେବେ ବଲାଙ୍ଗୀର ଆଜି ଏକ ସଡ଼କ ଦୁର୍ଘଟଣାରେ ବ୍ରିଜ ତଳକୁ ବାଇକ୍ ଖସି ପଡ଼ିବାରୁ ବାଇକରେ ଥିବା ଦୁଇ ଜଣ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁଘଟିଥିଲା ।

ସୂଚନା ଅନୁସାରେ ବରଗଡ ବୋରିଗୁମ୍ମା 26 ନମ୍ୱର ଜାତୀୟ ରାଜପଥର ବଲାଙ୍ଗୀର ସଇଁତଳା ଥାନା ଅନ୍ତର୍ଗତ କଣ୍ଡକେଲ୍ ବ୍ରିଜରେ ଏହି ଦୁର୍ଘଟଣା ଘଟିଥିଲା । ତେବେ ମୃତକମାନେ ସଇଁତଳା ଥାନା ଅନ୍ତର୍ଗତ କନ୍ଦକେଲ ପଞ୍ଚାୟତ ସର୍ଗି ପାଲି ଗ୍ରାମର ବୋଲି ସୂଚନା ମିଳିଛି । ତେବେ ମୃତ ଦୁଇ ଯୁବକ ଶରତ ସାହୁ 18 ବର୍ଷ ଓ ବଣ୍ଟି ପ୍ରଧାନ 20 ବର୍ଷ ବୋଲି ଜଣା ପଡ଼ିଛି । ତେବେ ଏହି ଦୁଇ ଜଣ ଯୁବକ ଏକ ବାଇକ୍ ଯୋଗେ ସଇଁତଳାକୁ ଆସିଥିଲେ ।

ଅଧିକ ପଢ଼ନ୍ତୁ: ଆକ୍ରମଣକାରୀଙ୍କ ଉନ୍ମତ୍ତକାଣ୍ଡ, ବାପା ଆଗରେ ଚାଲିଗଲା ୬ବର୍ଷ ପୁଅର ଜୀବନ

ନିଜ କାମ ସାରି ସେମାନେ ନିଜ ଗାଁକୁ ଫେରୁଥିବା ବେଳେ କନ୍ଦକେଳ ଗ୍ରାମ ବ୍ରିଜଠାରେ ବାଇକ୍ ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସି ପଡିଥିଲା । ଫଳରେ ଦୁଇଶହ ଫୁଟ ତଳକୁ ଖସି ପଡ଼ି ଦୁଇ ବାଇକ୍ ଆରୋହୀ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ । ସେପଟେ ଏହାର ଖବର ପାଇ ସଇଁତଳା ପୋଲିସ୍ ଓ ଅଗ୍ନିଶମ ବିଭାଗ ପହଞ୍ଚି ଦୁଇଜଣଙ୍କ ମୃତଦେହକୁ ଉଦ୍ଧାର କରିଥିଲେ । ଏହାପରେ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା । ତେବେ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

ଅଧିକ ପଢ଼ନ୍ତୁ: ୨୪ ଘଣ୍ଟା ମଧ୍ୟରେ ପ୍ରଭାବ ଦେଖାଇବ ପଶ୍ଚିମା ଝଡ: ବର୍ଷା ପୂର୍ବାନୁମାନ, ଅରେଞ୍ଜ ୱାର୍ଣ୍ଣିଂ ଜାରି

ସେପଟେ ଦୁଇ ଯୁବକଙ୍କ ମୃତ୍ୟୁ ଖବର ମିଳିବା ପରେ ଗାଆଁରେ ଶୋକର ଛାୟା ଖେଳି ଯାଇଛି । ପରିବାର ଶୋକରେ ବୁଡିଯାଇଛନ୍ତି । ତେବେ ସୂଚନା ଅନୁସାରେ ଏହି କନ୍ଦକେଲ୍ ବ୍ରିଜ ଜାତୀୟ ରାଜପଥ ଉପରେ ଥିବା ବେଳେ ଏହା ସଂକୀର୍ଣ୍ଣ ଓ ବିପଦ ସଙ୍କୁଳ ଅବସ୍ଥାରେ ଅଛି । ବାରମ୍ବାର ଏଠି ଦୁର୍ଘଟଣା ଘଟି ଲୋକଙ୍କ ମୂଲ୍ୟବାନ ଧନ ଜୀବନ ଯାଉଥିବାର ଅଭିଯୋଗ ହୋଇ ଆସୁଛି । ତେବେ ଏହାର ସମାଧାନ ପାଇଁ ସାଧାରଣରେ ଦାବି ଏବେ ଜୋର ଧରିଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.