ETV Bharat / state

ଜଙ୍ଗଲରେ ଫସିଲା ତପସ୍ବିନୀ ଏକ୍ସପ୍ରେସ, ବଲାଙ୍ଗୀର-ଟିଟିଲାଗଡ ମଧ୍ୟରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ

author img

By

Published : Nov 2, 2021, 5:46 PM IST

ଜଙ୍ଗଲରେ ଫସିଲା ତପସ୍ବିନୀ ଏକ୍ସପ୍ରେସ
ଜଙ୍ଗଲରେ ଫସିଲା ତପସ୍ବିନୀ ଏକ୍ସପ୍ରେସ

ବଲାଙ୍ଗୀର ଟିଟିଲାଗଡ ମଧ୍ୟରେ ଟ୍ରେନ ଲାଇନରେ ତ୍ରୁଟି ଆସିଥିବାରୁ ବଲାଙ୍ଗୀର ଦେଇ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ତେବେ ସିକର ଷ୍ଟେସନ ନିକଟରେ ଇଲେକ୍ଟ୍ରିକାଲ ସମସ୍ୟା ଯୋଗୁଁ ଏପରି ଅସୁବିଧା ଉପୁଜିଥିବା ଜଣାପଡିଛି। ଯାହାଫଳରେ ସମ୍ବଲପୁର ରାୟଗଡା ଟ୍ରେନ ଜଙ୍ଗଲ ମଧ୍ୟରେ ଅଟକି ଥିବାବେଳେ ଯାତ୍ରୀ ନାହିଁ ନଥିବା ହଇରାଣ ହୋଇଛନ୍ତି । ଅଧିକ ପଢନ୍ତୁ...

ବଲାଙ୍ଗୀର: ବଲାଙ୍ଗୀର ଟିଟିଲାଗଡ ମଧ୍ୟରେ ଟ୍ରେନ ଲାଇନରେ ତ୍ରୁଟି ଆସିଥିବାରୁ ବଲାଙ୍ଗୀର ଦେଇ ଟ୍ରେନ ଚଲାଚଳ ବାଧା ପ୍ରାପ୍ତ ହୋଇଛି। ତେବେ ସିକର ଷ୍ଟେସନ ନିକଟରେ ବିଦ୍ୟୁତ ସମସ୍ୟା ଯୋଗୁଁ ଏହି ଅସୁବିଧା ଉପୁଜିଥିବା ଜଣାପଡିଛି। ଯାହାଫଳରେ ସମ୍ବଲପୁର ରାୟଗଡା ଟ୍ରେନ ଜଙ୍ଗଲ ମଧ୍ୟରେ ଅଟକି ଥିବାବେଳେ ଯାତ୍ରୀ ନାହିଁ ନଥିବା ହଇରାଣ ହୋଇଛନ୍ତି।

ଜଙ୍ଗଲରେ ଫସିଲା ତପସ୍ବିନୀ ଏକ୍ସପ୍ରେସ

ବଲାଙ୍ଗୀର ଦେଇ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ତେବେ ବଲାଙ୍ଗୀର ଟିଟିଲାଗଡ ଷ୍ଟେସନ ମଧ୍ୟରେ ଥିବା ସିକର ଷ୍ଟେସନରେ ରେଳ ବିଦ୍ୟୁତ ଲାଇନ ତାର ଛିଣ୍ଡି ଥିବାରୁ ଏହି ସମସ୍ୟା ଦେଖା ଦେଇଛି। ସୂଚନା ଅନୁସାରେ ରେଳ ଲାଇନ ଦୋହରୀକରଣ କାମ ଚାଲିଥିବା ବେଳେ ପଥର ବ୍ଲାଷ୍ଟିଂ ସମୟରେ ବିଦ୍ୟୁତ ତାର ଛିଣ୍ଡିଥିଲା।

ଯାହାଫଳରେ ବଲାଙ୍ଗୀର ଦେଇ ରାୟପୁର ଓ ବିଜୟନଗରମ ରେଳ ଲାଇନରେ ରେଳ ଚଳାଚଳ ବାଧା ପ୍ରାପ୍ତ ହୋଇଛି। ସେହିପରି ସମ୍ବଲପୁର ରାୟଗଡା ତପସ୍ଵିନୀ ଏକ୍ସପ୍ରେସ ଟ୍ରେନ ସିକର ଷ୍ଟେସନ ନିକଟ ଜଙ୍ଗଲରେ ଦୀର୍ଘ ସମୟ ହେବ ଅଟକି ରହିଛି। ସେପଟେ ଆସିଥିବା ମରାମତି କାମ ଜାରି ରହିଥିବାବେଳେ ଖୁବଶୀଘ୍ର ସ୍ଥିତି ସ୍ବାଭାବିକ ହେବ ବୋଲି ରେଳବାଇ ପକ୍ଷରୁ ସୂଚନା ମିଳିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.