ETV Bharat / state

ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପରେ ବିଳମ୍ବ, ଏକାଠି ହେଲେ 3 ଜିଲ୍ଲା

author img

By

Published : Sep 11, 2022, 9:11 AM IST

ପୂର୍ବରୁ ପଶ୍ଚିମ ରେଳପଥ ପ୍ରକଳ୍ପରେ ବଳମ୍ବ, ଏକାଠୀ ହେଲେ 3 ଜିଲ୍ଲା
ପୂର୍ବରୁ ପଶ୍ଚିମ ରେଳପଥ ପ୍ରକଳ୍ପରେ ବଳମ୍ବ, ଏକାଠୀ ହେଲେ 3 ଜିଲ୍ଲା

ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପକୁ ତିଆରି ହୋଇଛି ରେଳପଥ ସଂଘର୍ଷ ସମିତି । ଅଧିକ ପଢନ୍ତୁ

ବଲାଙ୍ଗୀର: ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପକୁ ନେଇ ଏକାଠି ହେଲେ 3 ଜିଲ୍ଲାବାସୀ । ପ୍ରକଳ୍ପ ପାଇଁ ତିଆରି ହୋଇଛି ରେଳପଥ ସଂଘର୍ଷ ସମିତି । ରେଳପଥ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ ନ ହେଲେ ଆନ୍ଦୋଳନକୁ ତୀବ୍ର କରାଯିବ । ଓଡ଼ିଶାର ପୂର୍ବକୁ ପଶ୍ଚିମ ସହ ଯୋଡ଼ିବାକୁ ପ୍ରସ୍ତାବିତ ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ନିର୍ମାଣ ଅହେତୁକ ବିଳମ୍ବ ହେବା ଫଳରେ ଏପରି ପଦକ୍ଷେପ ନିଆଯାଇଛି ।

ପୂର୍ବରୁ ପଶ୍ଚିମ ରେଳପଥ ପ୍ରକଳ୍ପରେ ବଳମ୍ବ, ଏକାଠୀ ହେଲେ 3 ଜିଲ୍ଲା

ରେଳପଥ ନିର୍ମାଣରେ କେନ୍ଦ୍ର ଓ ରାଜ୍ୟ ସରକାର ଅବହେଳା କରୁଥିବାରୁ 30 ବର୍ଷ ହେଲା କାମ ଆଗେଇ ପାରୁନାହିଁ। ତେବେ ଏହାକୁ ନେଇ ଏବେ ତିନୋଟି ଜିଲ୍ଲାର ଲୋକେ ଆନ୍ଦୋଳନ କରିବା ପାଇଁ ଅଣ୍ଟା ଭିଡିଛନ୍ତି । ଯେଉଁଥିରେ ବଲାଙ୍ଗୀର ସୋନପୁର ଓ ବୌଦ୍ଧ ଜିଲ୍ଲାର ଲୋକେ ଏକାଠି ହୋଇଛନ୍ତି । ଏବଂ ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ସଂଘର୍ଷ ସମିତି ଗଠନ କରିଛନ୍ତି । ଏହି ରେଳପଥ ପାଇଁ ପ୍ରକୃତରେ କୌଣସି ସରକାରଙ୍କ ଆନ୍ତରିକତା ନ ଥିବାର ଅଭିଯୋଗ କରିଛନ୍ତି । ସେହିପରି ଏଯାଏଁ ଏହି ପ୍ରକଳ୍ପ ପାଇଁ ଜଙ୍ଗଲ ଜମି ମଞ୍ଜୁରୀ ମିଳିନଥିବା ସହ ଜମି ଅଧିଗ୍ରହଣ ମଧ୍ୟ ହୋଇନାହିଁ । ଏଠିକାର ଲୋକଙ୍କ ପାଇଁ ଏହା ଦୁର୍ଭାଗ୍ୟଜନକ ବୋଲି ଏମାନେ ଅଭିଯୋଗ କରିଛନ୍ତି । ଆଗକୁ ଏହି ତିନି ଜିଲ୍ଲାର ଲୋକ ମିଶି ବିରାଟ ଆନ୍ଦୋଳନ କରିବେ ବୋଲି କହିଛନ୍ତି ବଲାଙ୍ଗୀର ଆକ୍ସନ କିମିଟି ଆବାହକ ଗୋପାଳଜୀ ପାଣିଗ୍ରାହୀ । ରେଳ ପ୍ରକଳ୍ପ କାମ ଧିମେଇବା ସରକାରଙ୍କ ଉଦାସୀନତାକୁ ଦାୟୀ କରାଯାଇଛି ।

ଏହା ବି ପଢନ୍ତୁ...ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପକୁ ଅବହେଳା, ୩୦ ବର୍ଷରେ ଖର୍ଚ୍ଚ ହୋଇନି ଅଧା ଅନୁଦାନ

ବିଳମ୍ବିତ ରେଳ ପ୍ରକଳ୍ପକୁ ନେଇ ପ୍ରଶ୍ନ ଉଠୁଛି । RTIରୁ ମିଳିଥିବା ତଥ୍ୟ ଅନୁଯାୟୀ 28 ବର୍ଷରେ ଏହି ପ୍ରକଳ୍ପ ପାଇଁ ମଞ୍ଜୁର ପାଣ୍ଠିର ଅଧା ଅନୁଦାନ ମଧ୍ୟ ଖର୍ଚ୍ଚ ହୋଇ ପାରନାହିଁ । ବର୍ତ୍ତମାନ ସୁଦ୍ଧା ବି ଏହି ପ୍ରକଳ୍ପ ପାଇଁ ଆବଶ୍ୟକ ଜମି ଅଧିଗ୍ରହଣ ହୋଇପାରିନାହିଁ । ୨୮୯ କିମିର ବଲାଙ୍ଗୀର-ଖୋର୍ଦ୍ଧା ରେଳ ପ୍ରକଳ୍ପ ଗ୍ରୀନ୍‌ ସିଗନାଲକୁ ପ୍ରାୟ ୩୦ ବର୍ଷ ବିତିବାକୁ ବସିଥିବା ବେଳେ ବର୍ତ୍ତମାନ ସୁଦ୍ଧା ମାତ୍ର ୧୧୬ କିମି କାର୍ଯ୍ୟ ହୋଇପାରିଛି । ୯୧ କିମି ରେଳପଥରେ ରେଳ ଚଳାଚଳ ହୋଇ ପାରିଛି । ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ସ୍ପଷ୍ଟ ହୋଇଛି ଯେ, ଏହି ରେଳ ପ୍ରକଳ୍ପ ପ୍ରତି ଧ୍ୟାନ ଦିଆଯାଉନାହିଁ । ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପ ପାଇଁ ୧୬୭୪ ଏକର ଜଙ୍ଗଲ ଜମି ଏଯାଏଁ ପରିବେଶ ବିଭାଗ ପକ୍ଷରୁ ଅନୁମତି ଦିଆଯାଇ ନାହିଁ । କେନ୍ଦ୍ର ଓ ରାଜ୍ୟ ସରକାର ଉଭୟ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥକୁ ନେଇ ତତ୍ପରତା ଦେଖାଉ ଥିବା କଥା କହୁଥିବାବେଳେ ପ୍ରକୃତରେ ଏହାକୁ ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.