ETV Bharat / state

ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପକୁ ଅବହେଳା, ୩୦ ବର୍ଷରେ ଖର୍ଚ୍ଚ ହୋଇନି ଅଧା ଅନୁଦାନ

author img

By

Published : Sep 9, 2022, 4:22 PM IST

୨୮୯ କିମିର ବଲାଙ୍ଗୀର-ଖୋର୍ଦ୍ଧା ରେଳ ପ୍ରକଳ୍ପ ଗ୍ରୀନ୍‌ ସିଗ୍ନାଲ୍‌ ମିଳି ପ୍ରାୟ ୩୦ ବର୍ଷ ବିତିବାକୁ ବସିଥିବା ବେଳେ ବର୍ତ୍ତମାନ ସୁଦ୍ଧା ମାତ୍ର ୧୧୬ କିମି କାର୍ଯ୍ୟ ହୋଇପାରିଛି (Khordha Balangir railway project) । 28 ବର୍ଷରେ ଏହି ପ୍ରକଳ୍ପ ପାଇଁ ମଞ୍ଜୁର ପାଣ୍ଠିର ଅଧା ଅନୁଦାନ ମଧ୍ୟ ଖର୍ଚ୍ଚ ହୋଇ ପାରନାହିଁ । ଅଧିକ ପଢ଼ନ୍ତୁ

Govt failed to spent half of the fund for Khordha Balangir railway project
ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପକୁ ଅବହେଳା, ୩୦ ବର୍ଷରେ ଖର୍ଚ୍ଚ ହୋଇନି ଅଧା ଅନୁଦାନ

ବଲାଙ୍ଗୀର: ବିଳମ୍ବିତ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପକୁ ନେଇ ପୁଣି ଉଠିଛି ପ୍ରଶ୍ନ (Khordha Balangir railway project) । RTIରୁ ମିଳିଥିବା ତଥ୍ୟ ଅନୁଯାୟୀ 28 ବର୍ଷରେ ଏହି ପ୍ରକଳ୍ପ ପାଇଁ ମଞ୍ଜୁର ପାଣ୍ଠିର ଅଧା ଅନୁଦାନ ମଧ୍ୟ ଖର୍ଚ୍ଚ ହୋଇ ପାରନାହିଁ । ବର୍ତ୍ତମାନ ସୁଦ୍ଧା ବି ଏହି ପ୍ରକଳ୍ପ ପାଇଁ ଆବଶ୍ୟକ ଜମି ଅଧିଗ୍ରହଣ ହୋଇପାରିନାହିଁ ।

ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପକୁ ଅବହେଳା, ୩୦ ବର୍ଷରେ ଖର୍ଚ୍ଚ ହୋଇନି ଅଧା ଅନୁଦାନ

୨୮୯ କିମିର ବଲାଙ୍ଗୀର-ଖୋର୍ଦ୍ଧା ରେଳ ପ୍ରକଳ୍ପ ଗ୍ରୀନ୍‌ ସିଗ୍ନାଲ୍‌ ମିଳି ପ୍ରାୟ ୩୦ ବର୍ଷ ବିତିବାକୁ ବସିଥିବା ବେଳେ ବର୍ତ୍ତମାନ ସୁଦ୍ଧା ମାତ୍ର ୧୧୬ କିମି କାର୍ଯ୍ୟ ହୋଇ ପାରିଛି । ୯୧ କିମି ରେଳପଥରେ ରେଳ ଚଳାଚଳ ହୋଇ ପାରିଛି । RTI ମାଧ୍ୟମରେ ଏହି ସୂଚନା ପ୍ରଦାନ କରିଛନ୍ତି ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା । ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ସ୍ପଷ୍ଟ ହୋଇଛି ଯେ, ଏହି ରେଳ ପ୍ରକଳ୍ପ ପ୍ରତି ଧ୍ୟାନ ଦିଆଯାଉନାହିଁ ।

ଏହାକୁ ନେଇ ହେମନ୍ତ କୁମାର ପଣ୍ଡା କହିଛନ୍ତି ଯେ, "ଏହି ପ୍ରକଳ୍ପର ବ୍ୟୟ ଅଟକଳ 3 ହଜାର 7ଶହ 91 ଦଶମିକ 66 କୋଟି ଟଙ୍କା ରହିଛି । ଏଥିରୁ ଆଜି ଯାଏଁ ମିଳିଥିବା ଅନୁଦାନରୁ ମାତ୍ର 16ଶହ କୋଟି ଟଙ୍କା 28 ବର୍ଷରେ ଖର୍ଚ୍ଚ ହୋଇଛି । ଅର୍ଥାତ ଅନୁଦାନ ଟଙ୍କାର ଏଯାଏଁ ଅଧା ବି ଖର୍ଚ୍ଚ ହୋଇ ପାରିନାହିଁ । ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ପାଇଁ 2021-22 ବର୍ଷରେ କେନ୍ଦ୍ର ସରକାର 1050 ଓ ଚଳିତ ବର୍ଷ 891 କୋଟି ଟଙ୍କା ମଞ୍ଜୁର କରିଥିଲେ । ହେଲେ ଏହି ଟଙ୍କା ମଧ୍ୟ ଏଯାଏଁ ଖର୍ଚ୍ଚ ହୋଇ ପାରି ନ ଥିବା ସୂଚନା ମିଳିଛି । ସମାନ ଭାବରେ 2015ରେ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବରେ ଏହି ପ୍ରକଳ୍ପକୁ ତ୍ବରାନ୍ବିତ କରିବାକୁ MoU ସ୍ବାକ୍ଷରିତ ହୋଇଥିଲା ।"

MoU ସ୍ବାକ୍ଷରକୁ ୭ ବର୍ଷ ବିତିଥିବା ବେଳେ ବର୍ତ୍ତମାନ ସୁଦ୍ଧା ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ହୋଇପାରିନାହିଁ । ଏହି ପ୍ରକଳ୍ପ ପାଇଁ ତିନି ପ୍ରକାରର ଜମି ଅଧିଗ୍ରହଣ ହେବ, ଯଥା ଘରୋଇ ଜମି, ସରକାରୀ ଜମି ଓ ଜଙ୍ଗଲ ଜମି । ଆବଶ୍ୟକ ଥିବା ପ୍ରାୟ ୫ ଏକର ଜମି ମଧ୍ୟରୁ ୪୮୦୦.୭୭ ଏକର ଜମି ଅଧିଗ୍ରହଣ ହୋଇଛି । ସେହିଭଳି ସରକାରୀ ୧୨୮୪.୭୭ ଏକର ଜମି ମଧ୍ୟରୁ ୧୦୧୧.୬୨ ଏକର ଜମି ଅଧିଗ୍ରହଣ ହୋଇଛି । ସେହିଭଳି ଜଙ୍ଗଲ ୧୮୪୦.୪୦ ଏକର ଜମି ମଧ୍ୟରୁ ମାତ୍ର ୧୭୦.୦୩ ଏକର ଜମି ଅଧିଗ୍ରହଣ ହୋଇଛି ।

ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପ ପାଇଁ୧୬୭୪ ଏକର ଜଙ୍ଗଲ ଜମି ଏଯାଏଁ ପରିବେଶ ବିଭାଗ ପକ୍ଷରୁ ଅନୁମତି ଦିଆଯାଇ ନାହିଁ । କେନ୍ଦ୍ର ଓ ରାଜ୍ୟ ସରକାର ଉଭୟ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥକୁ ନେଇ ତତ୍ପରତା ଦେଖାଉ ଥିବା କଥା କହୁଥିବାବେଳେ ପ୍ରକୃତରେ ଏହାକୁ ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି । ଏହାସହ ସମଗ୍ର ପଶ୍ଚିମ ଓଡ଼ିଶାର ଲୋକଙ୍କୁ ଏହାକୁ ନେଇ ଭୁଆଁ ଭୂଳାଉ ଥିବା ଅଭିଯୋଗ ହୋଇଛି । ପୂର୍ବ-ପଶ୍ଚିମକୁ ଯୋଡ଼ିବାର ସ୍ବପ୍ନ ଦୂରେଇ ଦୂରେଇ ଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.