ETV Bharat / state

ଗଞ୍ଜେଇ ଚାଲାଣ ଅଭିଯୋଗରେ ଶିକ୍ଷକ ଗିରଫ, 2 ବର୍ଷ ହେଲା ଖୋଜୁଥିଲା ପୋଲିସ

author img

By ETV Bharat Odisha Team

Published : Dec 2, 2023, 12:14 PM IST

ଗଞ୍ଜେଇ ଚାଲଣ ଅଭିଯୋଗରେ ଶିକ୍ଷକ ଗିରଫ
ଗଞ୍ଜେଇ ଚାଲଣ ଅଭିଯୋଗରେ ଶିକ୍ଷକ ଗିରଫ

ଗଞ୍ଜେଇ ଚାଲାଣ ଅଭିଯୋଗରେ ଶିକ୍ଷକ ଗିରଫ । 2 ବର୍ଷ ହେଲା ଫେରାର ଥିଲେ ଅଭିଯୁକ୍ତ ଶିକ୍ଷକ । ଅଧିକ ପଢନ୍ତୁ

ବଲାଙ୍ଗୀର: ଶିକ୍ଷକଙ୍କ ଗଞ୍ଜେଇ ବ୍ୟବସାୟ । ଗଞ୍ଜେଇ ଚାଲାଣ ଅଭିଯୋଗରେ ବୌଦ୍ଧ ଜିଲ୍ଲା ଆଶ୍ରେ ଗାଁ ପ୍ରାଇମେରୀ ସ୍କୁଲ ଶିକ୍ଷକ ଉଦ୍ଧବ ଦିପ ଗିରଫ । ଗତ ଜାନୁଆରୀ 7ରୁ 2022ରେ ଗଞ୍ଜେଇ ଚାଲାଣ ବେଳେ ତାଙ୍କ ଗାଡି ଜବତ ହୋଇଥିବା ବେଳେ ଫେରାର ହୋଇଯାଇଥିଲେ ସମ୍ପୃକ୍ତ ଶିକ୍ଷକ । ତେବେ 1 ବର୍ଷ 11 ମାସ ପରେ ତାଙ୍କୁ ଗିରଫ କରିଛି ବଲାଙ୍ଗୀର ଜିଲ୍ଲା ତୁଷୁରା ପୋଲିସ । ଶୁକ୍ରବାର ତାଙ୍କୁ କୋର୍ଟ ଚାଲଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ସୂଚନା ଅନୁଯାୟୀ, ବଲାଙ୍ଗୀର ଜିଲ୍ଲା ତୁଷୁରା ପୋଲିସ୍ ଗତ ଜାନୁଆରୀ ୭ ତାରିଖ 2022ରେ ପାଟ୍ରୋଲିଙ୍ଗ କରୁଥିବା ବେଳେ ସନ୍ଦେହରେ ଏକ କାରକୁ ଅଟକାଇଥିଲା । ଯେଉଁଥିରୁ ପୋଲିସ୍ ଯାଞ୍ଚ ସମୟରେ ଅଧ କ୍ବିଣ୍ଟାଲରୁ ଉର୍ଦ୍ଧ୍ବ ପରିମାଣର ଗଞ୍ଜେଇ ଜବତ କରିଥିଲା । ହେଲେ କାରରେ ଥିବା ଦୁଇ ଜଣ ବ୍ୟକ୍ତି ଗାଡ଼ି ଛାଡ଼ି ଫେରାର ହୋଇଯିବାରେ ସଫଳ ହୋଇଥିଲେ ।

ଏହାମଧ୍ୟ ପଢନ୍ତୁ.. ଅପରେସନ ନୀଳ ଜହର, ଦେଢ଼ କୋଟି ଉର୍ଦ୍ଧ୍ବ ଗଞ୍ଜେଇ ଚାଷ ନଷ୍ଟ

ଏହାପରେ ପୋଲିସ ଗାଡ଼ି ନମ୍ୱର ପ୍ଲେଟକୁ ନେଇ ତଦନ୍ତ ଆରମ୍ଭ କରିଥିବା ବେଳେ ଗାଡିରେ ଲାଗିଥିବା ନମ୍ୱର ଜାଲ ବୋଲି ଜଣାପଡିଥିଲା । ସେହିପରି ପରବର୍ତ୍ତୀ ସମୟରେ ପୋଲିସ ଗାଡ଼ିର ଚେସିସ ନମ୍ୱରକୁ ଟ୍ରାକ କରି ଗାଡିର ମାଲିକ ବିଷୟରେ ଜାଣିବାକୁ ପାଇଥିଲା । ଗାଡିଟି ବୌଦ୍ଧ ଜିଲ୍ଲା ଘଣ୍ଟପଡ଼ା ଗ୍ରାମର ଉଦ୍ଧବ ଦିପଙ୍କ ବୋଲି ଜାଣିବାକୁ ପାଇଥିଲା ପୋଲିସ । ତେବେ ଉଦ୍ଧବ ଦୀପ ବୌଦ୍ଧ ଜିଲ୍ଲା ଆଶ୍ରେଗାଁ ୟୁପି ସ୍କୁଲର ଶିକ୍ଷକ ଭାବେ କାର୍ଯ୍ୟ କରନ୍ତି । ଘଟଣା ଦିନଠୁ ସଂପୃକ୍ତ ଶିକ୍ଷକ ଫେରାର ଥିବା ବେଳେ ଏହି ମାମଲାରେ ତୁଷୁରା ପୋଲିସ ତଦନ୍ତ ଜାରି ରଖିଥିଲା । ଗୁରୁବାର ଦିନ ତୁଷୁରା ଥାନା ଅଧିକାରୀ ସଞ୍ଜୀବ ପଧାନଙ୍କ ନେତୃତ୍ୱରେ ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ପୋଲିସଙ୍କ ସାହାଯ୍ୟରେ ଅଭିଯୁକ୍ତ ଶିକ୍ଷକଙ୍କୁ ଧରିବାରେ ସକ୍ଷମ ହୋଇଥିଲେ ।

ତେବେ ଗିରଫ ପରେ ଶୁକ୍ରବାର ଦିନ ଅଭିଯୁକ୍ତ ଶିକ୍ଷକଙ୍କୁ ତୁଷୁରା ପୋଲିସ କୋର୍ଟକୁ ଚାଲାଣ କରାଯାଇଥିଲା । କୋର୍ଟରେ ତାଙ୍କ ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଶିକ୍ଷକ ନାଁରେ କଳଙ୍କ । ପିଲାଙ୍କ ଭବିଷ୍ୟତ ଗଢିବାର ଗୁରୁଦାୟିତ୍ବ ରହିଥାଏ ଶିକ୍ଷକଙ୍କ ଉପରେ । ଯେଉଁଥିପାଇଁ ଗୁରୁମାନେ ସବୁଠୁ ଅଧିକ ସମ୍ମାନର ଅଧିକାରୀ ହୋଇଥାନ୍ତି । ହେଲେ ବଲାଙ୍ଗୀର ଜିଲ୍ଲାରେ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ବନ୍ଧା ହୋଇଛନ୍ତି ଜଣେ ଶିକ୍ଷକ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.