ETV Bharat / state

କଟକଣା ସତ୍ତ୍ବେ ମଧ୍ୟ ଆସୁନି ନିୟନ୍ତ୍ରଣ, ଅନୁଗୋଳରେ ଦୈନିକ ସଂକ୍ରମଣ 500 ପାର

author img

By

Published : May 10, 2021, 10:16 PM IST

କଟକଣା ସତ୍ତ୍ବେ ମଧ୍ୟ ସ୍ଥିତି ଅଣାୟତ ,ଦୈନିକ ସଂକ୍ରମଣ 5 ଶହ ପା
କଟକଣା ସତ୍ତ୍ବେ ମଧ୍ୟ ସ୍ଥିତି ଅଣାୟତ ,ଦୈନିକ ସଂକ୍ରମଣ 5 ଶହ ପାକଟକଣା ସତ୍ତ୍ବେ ମଧ୍ୟ ସ୍ଥିତି ଅଣାୟତ ,ଦୈନିକ ସଂକ୍ରମଣ 5 ଶହ ପା

ଅନୁଗୋଳ ଜିଲାରେ ବଢି ବଢି ଚାଲିଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । କଟକଣା ପରେ ମଧ୍ୟ ସ୍ଥିତିରେ ନାହିଁ ଲଗାମ । ଅଧିକ ପଢନ୍ତୁ...

ଅନୁଗୋଳ: ଜିଲ୍ଲାରେ ବଢି ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଚଳିତ ମାସ 9 ତାରିଖ ସୁଦ୍ଧା ମୋଟ ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୨୦ ହଜାରରେ ପହଞ୍ଚିଛି । ତେବେ ୧୫ ହଜାର ସୁସ୍ଥ ହୋଇଛନ୍ତି । ବର୍ତମାନ ସୁଧା ପ୍ରାୟ ୫ ହଜାର ଆକ୍ଟିଭ କେସ ଜିଲ୍ଲାରେ ରହିଛି । ସେମାନଙ୍କ ମଧ୍ୟରୁ ଗୁରୁତରଙ୍କୁ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଅନ୍ୟମାନେ ଆଇସୋଲେସନରେ ରହି ଚିକିତ୍ସିତ ହେଉଛନ୍ତି । ଗତ କିଛିଦିନ ହେଲା ଜିଲ୍ଲାରେ ଦୈନିକ ହାରାହାରି ପ୍ରାୟ ୫୦୦ରୁ ଅଧିକ ଜଣ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ତେଣୁ ପରିସ୍ଥିତି ଜଟିଳ ହୋଇପଡିଛି । ରାତ୍ରିକାଳୀନ କର୍ଫ୍ୟୁ, ସପ୍ତାହନ୍ତା ସଟଡାଉନ ଏବଂ ଲକଡାଉନ ଚାଲିଥିଲେ ମଧ୍ୟ ସଂକ୍ରମଣକୁ ନିୟନ୍ତ୍ରଣ ଆସୁନଥିବା ଜିଲ୍ଲା ପ୍ରଶାସନ ଓ ଜିଲ୍ଲାବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।

କଟକଣା ସତ୍ତ୍ବେ ମଧ୍ୟ ସ୍ଥିତି ଅଣାୟତ ,ଦୈନିକ ସଂକ୍ରମଣ 5 ଶହ ପାର

ଜିଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସଂକ୍ରମଣ ରୋକିବା ଏବଂ ଲୋକଙ୍କ ସୁବିଧା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରଥମତଃ ଟେଷ୍ଟିଂ ସଂଖ୍ୟା ବଢାଯାଇଛି । ବର୍ତ୍ତମାନ ସୁଦ୍ଧା ଜିଳାରେ ମୋଟ ୨,୪୨,୬୩୦ ନମୁନା ସଂଗ୍ରହ କରାଯାଇଛି । ସେଥିମଧ୍ୟରୁ ଟେଷ୍ଟ ୮୨,୮୧୦ ଜଣଙ୍କ ଆରଟିପିସିଆର କରାଯାଇଛି । ଆଗକୁ ଏହା ଆହୁରି ତ୍ବାରାନ୍ବିତ କରାଯିବା ସହ ଲୋକଙ୍କ ସୁବିଧା ପାଇ ଅନୁଗୋଳ, ବଅଁରପାଳ, ଛେଣ୍ଡିପଦା, କଣିହାଁ, ତାଳଚେର, ଆଠମଲ୍ଲିକ, କିଶୋରନଗର ଓ ପାଲଲହଡା ବ୍ଲକରେ ପରୀକ୍ଷା କେନ୍ଦ୍ର ଖୋଲାଯାଇଛି । ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଆଠମଲ୍ଲିକ, ପାଲଲହଡା ଓ ତାଳଚେର ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାରେ ମଧ୍ୟ ଏହି ବ୍ୟବସ୍ଥା ମଧ୍ୟ କରାଯାଇଛି ।

ଯାହାକୁ ସନ୍ଦେହ କରାଯାଉଛି ତୁରନ୍ତ ପରୀକ୍ଷା କରାଇ ଚକିତ୍ସା ବ୍ୟବସ୍ଥା କରୁଛନ୍ତି। ଗ୍ରାମାଞ୍ଚଳରେ ମଧ୍ୟ ପଞ୍ଚାୟତ ସ୍ତରରେ ଏଭଳି ବ୍ୟବସ୍ଥା କରାଯିବାର ଯୋଜନା ରହିଛି। ଏହାଛଡ଼ା ପ୍ରତ୍ୟକ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାରେ ୪ ରୁ ୫ଟି ଲେଖାଏଁ ଆମ୍ବୁଲାନ୍ସ ପ୍ରସ୍ତୁତ କରି ରଖାଯାଇଛି । ଆବଶ୍ୟକ ପଡ଼ିଲେ ତୁରନ୍ତ ରୋଗୀକୁ କୋଭିଡ ହସ୍ପିଟାଲ ପହଞ୍ଚାଇ ଦିଆଯାଉଛି । ପ୍ରଶାସନ ତରଫରୁ ପ୍ରତ୍ୟକ ଦିନ ବିଭିନ୍ନ ସ୍ଥାନରେ ଫସି ରହିଥିବା ଶ୍ରମିକ, ବୁଲା ବେପାରୀ ଓ ଯାଯାବର ଶ୍ରେଣୀର ଲୋକଙ୍କୁ ଖାଦ୍ୟ ବଣ୍ଟନ କରାଯାଉଛି । ଦୈନିକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ କରାଯାଇ ନୂଆଁ ରଣନୀତି ପ୍ରସ୍ତୁତ କରାଯାଉଛି ।

ଜିଲ୍ଲା ପ୍ରଶାସନର ତମାମ ପ୍ରସ୍ତୁତି ପରେ ମଧ୍ୟ ଜିଲ୍ଲାରେ ସଂକ୍ରମଣ ଚେନରେ ରୋକ ନଲାଗିବା ଜିଲ୍ଲାବାସୀଙ୍କ ଚିନ୍ତାର କାରଣ ହୋଇଛି । ଜିଲ୍ଲାରେ ସବୁ ସୁବିଧା ଥାଇ ମଧ୍ୟ ସଂକ୍ରମଣ କାମୁନଥିବା ନିଶ୍ଚିତ ଭାବେ ଏକ ଅଶୁଭ ସଂକେତ। ତେଣୁ ଲୋକେ ନିଜେ ସଚେତନ ହେବା ସହ ପୋଲିସ ଓ ପ୍ରଶାସନକୁ ଆହୁରି କଠୋର ହେବାକୁ ପଡିବ। ନଚେତ ଖୋର୍ଦ୍ଧା, କଟକ ଓ ସୁନ୍ଦରଗଡ଼ ପରେ ଅନୁଗୋଳ ତାଲିକାଭୁକ୍ତ ହୋଇଯିବ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.