ବଲାଙ୍ଗୀରରେ ପ୍ରତିଷ୍ଠା ହେବ ପ୍ଲାନେଟୋରିୟମ, ଖର୍ଚ୍ଚ ହେବ 21 କୋଟି

author img

By

Published : Sep 23, 2021, 9:25 PM IST

ବଲାଙ୍ଗୀରରେ ପ୍ରତିଷ୍ଠା ହେବ ପ୍ଲାନେଟୋରିୟମ, ଖର୍ଚ୍ଚ ହେବ 21 କୋଟି

ବଲାଙ୍ଗୀର ଗସ୍ତରେ ଆସି ଜିଲ୍ଲାବାସୀଙ୍କୁ ଏକାଧିକ ପ୍ରକଳ୍ପ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାରେ ପ୍ରତିଷ୍ଠା ହେବ ପ୍ଲାନେଟୋରିୟମ । ବିଶେଷ ସୁବିଧା ପାଇବେ ସ୍ଥାନୀୟ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ....

ବଲାଙ୍ଗୀର: ଜିଲ୍ଲା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋଟ 826 କୋଟି 84 ଲକ୍ଷ ଟଙ୍କାର ଏକାଧିକ ପ୍ରକଳ୍ପ ଜିଲ୍ଲାବାସୀଙ୍କୁ ଭେଟି ଦେଇଛନ୍ତି । ଏହାରି ମଧ୍ୟରେ ରହିଛି ଜିଲ୍ଲାରେ ନିର୍ମାଣ ହେବାକୁ ଥିବା ପ୍ଲାନେଟୋରିୟମ । ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ପରିସରରେ ନିର୍ମାଣ ହେବାକୁ ଥିବା ଏହି ପ୍ଲାନେଟୋରିୟମ ପ୍ରତିଷ୍ଠାରେ ଖର୍ଚ୍ଚ ହେବ 21 କୋଟି। ଫଳରେ ସ୍ଥାନୀୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ରୁଚି ବଢିବା ଓ ଗବେଷଣାରେ ସହାୟକ ହେବ ବୋଲି ଆଶା କରାଯାଇଛି ।

ଗତକାଲି ବଲାଙ୍ଗୀର ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସି ଫେରି ଯାଇଛନ୍ତି। ତାଙ୍କର ଏହି ଗସ୍ତରେ ସେ ବଲାଙ୍ଗୀର ପାଇଁ 824 କୋଟି 84 କୋଟି ଟଙ୍କାର ନୂଆ ପ୍ରକଳ୍ପ ଭେଟି ଦେଇଛନ୍ତି । ଓଡ଼ିଶା ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ତରଫରୁ ବଲାଙ୍ଗୀର ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ପରିସର ମଧ୍ୟରେ ଏହି ପ୍ଲାନୋଟୋରିୟମ ପ୍ରତିଷ୍ଠା ହେବ । ଏହାର ବ୍ୟୟ ଅଟକଳ ରାଶି ରହିଛି 21.5 କୋଟି ଟଙ୍କା ଖର୍ଚ୍ଚ ହେବ।

ଏହାକୁ ନେଇ ଜିଲ୍ଲାବାସୀ ଉତ୍ସାହିତ ଥିବାବେଳେ ଗବେଷଣା ଓ ବିଜ୍ଞାନ ପ୍ରତି ଛାତ୍ରଛାତ୍ରୀଙ୍କ ରୁଚି ବଢିବ ବୋଲି ଆଶା କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ । ତେବେ ପ୍ଲାନୋଟୋରିୟମ୍ ସାଙ୍ଗକୁ ବିଜ୍ଞାନ ପାର୍କ ଓ ଜିଲ୍ଲା ବିଜ୍ଞାନ କେନ୍ଦ୍ର ମଧ୍ୟ ସ୍ଥାପନ କରାଯିବାର ଯୋଜନା ମଧ୍ୟ ରଖାଯାଇଛି।

ବଲାଙ୍ଗୀରରୁ ଏସ କେ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.