ETV Bharat / state

ହାତୀ ପଲଙ୍କୁ ଘଉଡାଇବାକୁ ଯାଇ ଜଣେ ମୃତ

author img

By

Published : Nov 16, 2019, 12:31 PM IST

Updated : Nov 16, 2019, 12:37 PM IST

କ୍ଷେତ ଜଗିବାକୁ ହାତୀ ଆକ୍ରମଣ, ଜଣେ ମୃତ୍ୟୁ

ହାତୀ ପଲଙ୍କୁ ଘଉଡାଇବାକୁ ଯାଇ ଜଣେ ମୃତ। ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ରୁଗୁଡିଖାଲ ଧାରୁଆ ଧାର ଗାଁରେ।

ବଲାଙ୍ଗୀର: କ୍ଷେତ ଜଗି ଥିବାବେଳେ ହାତୀ ଆକ୍ରମଣ ଶିକାର ହୋଇ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ହାତୀପଲଙ୍କୁ ଘଉଡାଇବାକୁ ଯାଇ ମୃତକ ପାଲଟା ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ ହୋଇଛି । ବଲାଙ୍ଗୀର ରୁଗୁଡିଖାଲ ଧାରୁଆ ଧାର ଗାଁର ଶ୍ରୀରାମ ବିଶ୍ବାଳଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି।

ହାତୀ ପଲଙ୍କୁ ଘୋଉଡାଇବାକୁ ଯାଇ ଜଣେ ମୃତ

ଗତ କିଛି ଦିନ ଧରି ହାତୀ ପଲ ଚାଷ ଜମି ନଷ୍ଟ କରିବାରେ ଲାଗିଥିଲେ । ଫଳରେ ଆଜି ଭୋରରୁ ଶ୍ରୀରାମ ହାତୀ ପଲଙ୍କୁ ଘଉଡାଇବା ପାଇଁ କ୍ଷେତକୁ ଯାଇଥିଲେ । ସେପଟେ, ଘଟଣା ବିଷୟରେ ଖବର ପାଇ ବନ ବିଭାଗ ଓ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି । ଏହାପରେ ସମସ୍ତ ହାତୀ ପଲ ଜଙ୍ଗଲକୁ ଯିବା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:ବଲାଙ୍ଗୀର ରେ ଆଜି ଭୋରରୁ କ୍ଷେତ ଜଗିଥିବା ବେଳେ ହାତୀ ଆକ୍ରମଣ ରେ ଜଣଙ୍କ ର ମୃତ୍ୟୁ ହୋଇଛି। ତେବେ ଘଟଣା ସ୍ଥଳରେ ବନବିଭାଗ ଓ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । Body:ବଲାଙ୍ଗୀର ରେ ଆଜି ଭୋରରୁ କ୍ଷେତ ଜଗିଥିବା ବେଳେ ହାତୀ ଆକ୍ରମଣ ରେ ଜଣଙ୍କ ର ମୃତ୍ୟୁ ହୋଇଛି। ବଲାଙ୍ଗୀର ରୁଗୁଡିଖାଲ ଧାରୁଆ ଧର୍ ଗ୍ରାମର ଶ୍ରୀରାମ ବିଶ୍ଵାଳ ଆଜି ନିଜ କ୍ଷେତ କୁ ଜଗିବାକୁ ଯାଇଥିଲେ। ଏବଂ ଏକ ହାତୀ ପଲ ଧାନ ଖାଇବାକୁ ଆସିଥିବା ବେଳେ ସେ ତାଙ୍କୁ ଘଉଡାଇବା ପାଇଁ ଚେଷ୍ଟା କରିଥିଲେ । ହେଲେ ହାତୀ ପାଲଟା ଆକ୍ରମଣ କରିବା ସହ ଶ୍ରୀରାମ ବିଶ୍ବାଳଙ୍କୁ ଦଳି ମାରି ଦେଇଛି। ସେ ପଟେ ଏହି ଘଟଣା ପରେ ଘଟଣା ସ୍ଥଳରେ ବନବିଭାଗ ଓ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏବଂ ହାତୀ ପଲ ଜଙ୍ଗଲ ଭିତରକୁ ଯିବା ପରେ ସବା ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। Conclusion:
Last Updated :Nov 16, 2019, 12:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.