ETV Bharat / state

ଆସନ୍ତା 15ରେ ଓଡିଶା ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ ଆନ୍ଦୋଳନ

author img

By

Published : Mar 5, 2023, 9:12 AM IST

ପ୍ରତିଶୃତି ପରେ ବି ଓଡିଶା ଡ୍ରାଇଭର ମହାସଂଘର ଦାବି ପୂରଣ କଲେ ନାହିଁ ସରକାରୀ । ପୁଣି ଆନ୍ଦୋଳନକୁ ଓହ୍ଲାଇବେ ମହାସଂଘର ସଦସ୍ୟ । ଅଧିକ ପଢନ୍ତୁ

driver sangha steering protest
driver sangha steering protest

driver sangha steering protest

ବଲାଙ୍ଗୀର/କେନ୍ଦ୍ରାପଡା: ଦାବି ପୂରଣ ନହେବାରୁ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବ ଓଡିଶା ଡ୍ରାଇଭର ମହାସଂଘ । ଆସନ୍ତା 15 ତାରିଖରେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କରିବେ ମହାସଂଘର ସଦସ୍ୟ । ଦଶ ଗୋଟି ଦାବି ନେଇ ଗତବର୍ଷ ଡ୍ରାଇଭର ସଂଘ ଆନ୍ଦୋଳନ କରିଥିବା ବେଳେ ସେଥି ମଧ୍ୟରୁ ଆଠଟି ଦାବିକୁ ପୂରଣ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ରାଜ୍ୟ ସରକାରଙ୍କ ତରଫରୁ କୁହାଯାଇଥିଲା । ଡିସେମ୍ବର ସୁଦ୍ଧା ଦାବି ପୂରଣ ହେବାକୁ କୁହାଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ ପୂରଣ ହୋଇପାରିଲା ନାହିଁ ପ୍ରତିଶୃତି । ଶେଷରେ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇବାକୁ ଏବେ ଅଣ୍ଟା ଭିଡିଛି ଓଡିଶା ଡ୍ରାଇଭର ମହାସଂଘ ।

ଏନେଇ ଗତକାଲି ବଲାଙ୍ଗୀର ଜିଲ୍ଲାପାଳ, ଏସପି ଓ ବିଭିନ୍ନ ସଙ୍ଗଠନକୁ ସୂଚିତ କରିଛି ଓଡିଶା ଡ୍ରାଇଭର ମହାସଂଘ । ଏନେଇ ଡ୍ରାଇଭର ସଂଘ ସଭାପତି ସତ୍ୟନନ୍ଦ ପ୍ରଧାନ କହିଛନ୍ତି ଯେ, ଜିଲ୍ଲାର ସମସ୍ତ 14ଟି ବ୍ଲକର ଡ୍ରାଇଭର ସଂଘ ଓ ଜିଲ୍ଲା ଡ୍ରାଇଭର ସଂଘ ଗଠନ କରିଛନ୍ତି ଡ୍ରାଇଭର ଏକତା ମଞ୍ଚ । ସମସ୍ତେ ସମ୍ମିଳିତ ହୋଇ ଆନ୍ଦୋଳନକୁ ଜୋରଦାର କରିବେ । ସାରା ଓଡିଶାରେ ଏହି ଆନ୍ଦୋଳନ ହେବ ଓ ରାଜରାସ୍ତା ଅବରୋଧ କରାଯିବ । ଡ୍ରାଇଭରଙ୍କୁ ସାମାଜିକ ସୁରକ୍ଷା, ପେନସନ ବ୍ୟବସ୍ଥା, ଦୁର୍ଘଟଣା ଜନିତ କ୍ଷତିପୂରଣ ଭଳି ଦଶ ଦଫା ଦାବି ଉପସ୍ଥାପନା କରାଯାଇଛି । ''

ସେହିପରି ଓଡିଶା ଡ୍ରାଇଭର ମହାସଂଘ ବଲାଙ୍ଗୀର ଶାଖା ସମ୍ପାଦକ ଇସାକ କୁମାର ସାଗର ମଧ୍ୟ ଏହି ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି କହିଛନ୍ତି । ତେବେ ପୂର୍ବରୁ ଅନେକ ଥର ଡ୍ରାଇଭରଙ୍କ ଦାବି ପୂରଣ ନେଇ ଆନ୍ଦୋଳନ କରାଯାଇଥିଲା । ଯେଉଁଥିରେ ପ୍ରଥମେ ପଦଯାତ୍ରା ଓ ପରେ ଦଣ୍ଡବତ୍ତ ଆନ୍ଦୋଳନ ହୋଇଥିଲା । ଏହାପରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ମଧ୍ୟ ହୋଇଥିଲା । ସରକାର ଡିସେମ୍ବର ମାସ ସୁଦ୍ଧା ଦାବି ପୂରଣ ନେଇ ପ୍ରତିଶୃତି ଦେଇଥିଲେ । ହେଲେ ମାସ ପରେ ମାସ ବିତି ଥିଲେ ସୁଦ୍ଧା ସରକାର ଏଯାଏଁ ଏହି ଦାବି ପୂରଣ କରିନାହାନ୍ତି। ତେଣୁ ଏମାନେ ସମ୍ମିଳିତ ଭାବରେ ଏହି ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କରିବାକୁ ଏବେ ବାଧ୍ୟ ହେଇଥିବାର କହିଛନ୍ତି ।

ସେହିପରି ଗତକାଲି କେନ୍ଦ୍ରାପଡାରେ ଓଡିଶା ଡ୍ରାଇଭର ମହାସଂଘର ଦାବିକୁ ସମର୍ଥନ ଓଡିଶା ଡ୍ରାଇଭର ଏକତା ମହାମଞ୍ଚ ଜିଲ୍ଲାପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲା । ଏକ ସପ୍ତାହ ମଧ୍ୟରେ ଦାବି ପୂରଣ କରାନଗଲେ ଆସନ୍ତା 15 ତାରିଖରେ ଷ୍ଟିଅରିଂ ଛାଡି ଆନ୍ଦୋଳନକୁ ଓହ୍ଲାଇବେ ବୋଲି ମହାସଂଘ ତରଫରୁ କୁହାଯାଇଥିଲା ।

ଡ୍ରାଇଭର ମହାସଂଘର ଦାବି ଦେଉଛି, ଦୁର୍ଘଟଣାରେ ମୃତ ଡ୍ରାଇଭରଙ୍କ ପରିବାରକୁ 20 ଲକ୍ଷ ଟଙ୍କା କ୍ଷତିପୂରଣ, ଦୁର୍ଘଟଣାରେ ଅକର୍ମଣ୍ୟ ଡ୍ରାଇଭର ପରିବାରକୁ 10 ଲକ୍ଷ କ୍ଷତିପୂରଣ, 55 ବର୍ଷ ପରେ ଡ୍ରାଇଭର ମାନଙ୍କୁ ପେନସନ, ଜନସାଧାରଣଙ୍କ ଆକ୍ରମଣରେ ଆହତ ହେଉଥିବା ଡ୍ରାଇଭରଙ୍କୁ ସାମାଜିକ ସୁରକ୍ଷା, ଗାଡ଼ି ଗୁଡିକୁ ପାର୍କିଂ ଏବଂ ଡ୍ରାଇଭର ମାନଙ୍କ ବିଶ୍ରାମ ନେବା ପାଇଁ ପାର୍କିଂ ସହ ବିଶ୍ରାମାଗାର ଓ ପ୍ରତ୍ୟେକ ୧୦୦ କିଲୋମିଟର ବ୍ୟବଧାନରେ ଶୌଚାଳୟ ଦାବି କରିଛନ୍ତି ଡ୍ରାଇଭର ।

ରାଜରାସ୍ତାରେ ଡ୍ରାଇଭର ମାନଙ୍କୁ ହଇରାଣ ନକରିବା, ଡ୍ରାଇଭର ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ 5 ଲକ୍ଷ ଟଙ୍କା ପ୍ରଦାନ, ଡ୍ରାଇଭର ପରିବାରର ପୁଅଝିଅଙ୍କୁ ଉଚ୍ଚ ଶିକ୍ଷା ପାଇଁ ଋଣ ପ୍ରଦାନ, ଲାଇସେନ୍ସ ପାଇଁ 15 ହଜାର ଟଙ୍କା ସରକାରୀ ଧାର୍ଯ୍ୟ ମୂଲ୍ୟ ହଟାଯାଇ କମ ମୂଲ୍ୟାଙ୍କନ ଧାର୍ଯ୍ୟ କରାଯାଉ ବୋଲି ଦାବି କରିଛି ଡ୍ରାଇଭର ମହାସଂଘ । ଏଥିସହ ଦ୍ଵିତୀୟ ସୈନିକ ଭାବେ ମାନ୍ୟତା ଦେବା ପାଇଁ ଦାବି ହୋଇଥିବା ବେଳେ ସରକାର ଏଗୁଡ଼ିକୁ ଅଗ୍ରାହ୍ୟ କରିବାରୁ ଡ୍ରାଇଭର ମାନେ ଆସନ୍ତା 15 ତାରିଖରେ ଆନ୍ଦୋଳନକୁ ଓହ୍ଲାଇବେ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.