DGP In Balangir: ମାଓବାଦୀଙ୍କୁ ମୁଖ୍ୟସ୍ରୋତକୁ ଫେରିବାକୁ କଲେ ଅପିଲ

author img

By

Published : Nov 28, 2021, 2:56 PM IST

DGP In Balangir: ମାଓବାଦୀଙ୍କୁ ମୁଖ୍ୟସ୍ରୋତକୁ ଫେରି ଆସିବାକୁ DGP ଙ୍କ ଅପିଲ

ବଲାଙ୍ଗୀରରେ ମାଓବାଦୀ ନିପାତ( Balangir Encounter) ପରେ ଆଜି ଜିଲ୍ଲା ଗସ୍ତ କରିଛନ୍ତି ପୋଲିସ ଡିଜି ଅଭୟ । ମୁଖ୍ୟସ୍ରୋତକୁ ଫେରି ଆସିବାକୁ ମାଓବାଦୀଙ୍କୁ କଲେ ଅପିଲ୍ । ଅଧିକ ପଢନ୍ତୁ

ବଲାଙ୍ଗୀର: ଗତକାଲି(ଶନିବାର) ରାତିରେ ପୋଲିସ-ମାଓବାଦୀ ଗୁଳିବିନିମୟରେ ଜଣେ ମାଓବାଦୀ ନିପାତ ପରେ ଆଜି(ରବିବାର) ବଲାଙ୍ଗୀର(DGP In Balangir) ଗସ୍ତ କରିଛନ୍ତି ପୋଲିସ ଡିଜି ଅଭୟ । ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିବା ସହ ମାଓବାଦୀଙ୍କୁ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଅପିଲ କରିଛନ୍ତି ।

DGP In Balangir: ମାଓବାଦୀଙ୍କୁ ମୁଖ୍ୟସ୍ରୋତକୁ ଫେରି ଆସିବାକୁ DGP ଙ୍କ ଅପିଲ

ସୂଚନା ଅନୁଯାୟୀ ଗତକାଲି ରାତିରେ ପୋଲିସ୍ ଓ ମାଓବାଦୀ ଗୁଳିବିନିମୟରେ ଜଣେ ଏରିଆ କମାଣ୍ଡର ମାଓବାଦୀ ନିପାତ ହୋଇଛି । ଆଜି ଡିଜି ବଲାଙ୍ଗୀର ଗସ୍ତ କରି ଏହି ଅପରେସନରେ ସାମିଲ ଥିବା DVF ଫୋର୍ସକୁ ସାବସି ଦେଇଛନ୍ତି । ସେହିପରି ସାମ୍ବାଦିକ ସମ୍ମିଳନୀରେ ସେ ଏହାକୁ ନେଇ ସବିଶେଷ ସୂଚନା ଦେଇଛନ୍ତି । ଗତକାଲି ମାଓବାଦୀ ଖପ୍ରାଖୋଲ ଅଞ୍ଚଳରେ ଥିବା ଖବର ପାଇ DVF ଫୋର୍ସ କମ୍ବିଂ କରିଥିଲେ । ମାଓବାଦୀ ଏହିସମୟରେ ଗୁଳି ଚାଳନା କରିବାରୁ DVF ଫୋର୍ସ ପାଲଟା ଜବାବ ଦେଇଥିଲା ।

ଏହାମଧ୍ୟ ପଢନ୍ତୁ: Balangir Encounter; ଜଣେ ମାଓବାଦୀ ନିହତ, ଅପରେସନ ଜାରି

ଏଥିରେ ଜଣେ ମାଓବାଦୀ ସଫା ହୋଇଛି । ମୃତ ମାଓବାଦୀ ବରଗଡ ବଲାଙ୍ଗୀର ମହସମୁନ୍ଦ ଡିଭିଜନରେ ଜଣେ ଏରିଆ କମାଣ୍ଡର ଶଙ୍କର ବୋଲି ଜଣାପଡିଛି । ସେହିପରି ତା' ଠାରୁ ମାଓ ସାମଗ୍ରୀ ଗୋଟିଏ SLR ବନ୍ଧୁକ ପୋଲିସ ଜବତ କରିଥିବାର କହିଛନ୍ତି । ଏହାସହ ମାଓବାଦୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଅପିଲ କରିଛନ୍ତି । ସେମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ଉତ୍କୃଷ୍ଟ ଯୋଜନା ଥିବାବେଳେ ସେମାନେ ଏଥିରେ ନିହାତି ଉପକୃତ ହେବେ ବୋଲି ଅଭୟ କହିଛନ୍ତି । ସେହିପରି ବଲାଙ୍ଗୀର ଅଞ୍ଚଳରେ ମାଓ ଗତିବିଧି କମିଥିବାବେଳେ ପୋଲିସ୍ ସେମାନଙ୍କୁ ପ୍ରତିହତ କରିବା ପାଇଁ କମ୍ବିଂ ଅପରେସନ ଜାରି ରଖିଥିବା ଡିଜିପି କହିଛନ୍ତି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.