ETV Bharat / state

ମମିତା ମେହେର ହତ୍ୟାକାଣ୍ଡ ଘଟଣା; ଜେସିବି ଓ ସ୍କୁଟି ଜବତ

author img

By

Published : Nov 1, 2021, 2:03 PM IST

ମମିତା ମେହେର ହତ୍ୟାକାଣ୍ଡ ଘଟଣା ; ଜେସିବି ଓ ସ୍କୁଟି ଜବତ
ମମିତା ମେହେର ହତ୍ୟାକାଣ୍ଡ ଘଟଣା ; ଜେସିବି ଓ ସ୍କୁଟି ଜବତ

ମମିତା ମେହେର ହତ୍ୟାକାଣ୍ଡ ଘଟଣା । ଆଜି ହତ୍ୟାରେ ବ୍ୟବହୃତ ଜେସିବି ଓ ସ୍କୁଟି ଜବତ କରିଛି ସିନ୍ଧେକେଲା ପୋଲିସ । ଅଧିକ ପଢନ୍ତୁ...

ବଲାଙ୍ଗୀର: ମମିତା ମେହେର ହତ୍ୟାକାଣ୍ଡ ଘଟଣା । ଆଜି ହତ୍ୟାରେ ବ୍ୟବହୃତ ଜେସିବି ଓ ସ୍କୁଟି ଜବତ କରିଛି ସିନ୍ଧେକେଲା ପୋଲିସ। ତେବେ ପୂର୍ବରୁ ଏହି ମାମଲାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତାର ଡ୍ରାଇଭର ରାଧେକୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି । ହତ୍ୟାକାଣ୍ଡ ପରେ ମୃତଦେହକୁ ନଷ୍ଟ କରି ଗାତ ଖୋଳି ପୋତିବା ପାଇଁ ବ୍ୟବହୃତ ହୋଇଥିଲା ଏହି ଜେସିବି ।

ମମିତା ମେହେର ହତ୍ୟାକାଣ୍ଡ ଘଟଣା ; ଜେସିବି ଓ ସ୍କୁଟି ଜବତ

ତେବେ,ଘଟଣାକୁ ୨୦ ଦିନ ବିତି ଯାଇଥିଲେ ମଧ୍ୟ ଥମିନି ହତ୍ୟାକାଣ୍ତର ତାତି । ଘଟଣାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି । ମନ୍ତ୍ରୀ ଦିବ୍ୟ ଶଙ୍କରଙ୍କ ବହିଷ୍କାର ଦାବି କରିଥିଲେ ବିରୋଧୀ । ମମିତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ସାରା ରାଜ୍ୟରେ ବିଜେପି ପକ୍ଷରୁ ହରାତାଳ କରାଯିବା ସହ ବିକ୍ଷୋଭ ମଧ୍ୟ କରାଯାଉଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.