ETV Bharat / state

ବାଲାଙ୍ଗୀରରେ ବିକାଶ ନାଁରେ ବସ୍ତି ଉଚ୍ଛେଦ, ବିଜେଡି ଓ କଂଗ୍ରେସ ମଧ୍ୟରେ ବାକ ଯୁଦ୍ଧ

author img

By

Published : Jan 6, 2023, 4:23 PM IST

ichhapada villagers protest
ichhapada villagers protest

ବଲାଙ୍ଗୀରରେ ବିକାଶ ନାଁରେ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି । ଏହାକୁ ନେଇ ତେଜିଛି ରାଜନୀତି । ବସ୍ତି ଉଚ୍ଛେଦକୁ ନେଇ ବିଜେଡି ଓ କଂଗ୍ରେସ ମଧ୍ୟରେ ବାକ ଯୁଦ୍ଧ ଆରମ୍ଭ ହୋଇଛି । ସେପଟେ ଉଚ୍ଛେଦ ପ୍ରକ୍ରିୟାକୁ ବନ୍ଦ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବିସ୍ଥାପିତ ହେବାକୁ ଥିବା ଲୋକ । ଅଧିକ ପଢନ୍ତୁ

ichhapada villagers protest

ବଲାଙ୍ଗୀର: ବିକାଶ ନାଁରେ ବସ୍ତି ଉଚ୍ଛେଦ । ଜିଲ୍ଲାର ମୋଟ ୧୧ଟି ବସ୍ତି ଉଚ୍ଛେଦ ପାଇଁ ନୋଟିସ ଆସିଥିବା ବେଳେ ଏହାକୁ ନେଇ କଂଗ୍ରେସ ଓ ବିଜେଡି ମଧ୍ୟରେ ବାକ ଯୁଦ୍ଧ ଆରମ୍ଭ ହୋଇଛି । ଉଚ୍ଛେଦ ନ ହେଲେ ବିକାଶ ହେବ ନାହିଁ ଏଭଳି ଯୁକ୍ତି ଆସିଥିବା ବେଳେ ଏହାକୁ ନେଇ ଦୁଇ ପ୍ରମୁଖ ରାଜନୈତିକ ଦଳ ଆମନା ସାମ୍ନା ହୋଇଛନ୍ତି । ସ୍ଥାନୀୟ ବିଧାୟକ ନରସିଂହ ମିଶ୍ରଙ୍କୁ ପରୋକ୍ଷରେ ଦୋଷାରୋପ କରିଛନ୍ତି ବଲାଙ୍ଗୀରର ପୂର୍ବତନ ବିଜେଡି ସାଂସଦ ତଥା ବର୍ତ୍ତମାନ ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ ।

ବଲାଙ୍ଗୀରରେ ମିନି ବ୍ୟାଙ୍କ୍‌ କରିବା ନାଁରେ ଲୋକଙ୍କ ଘର ଭାଙ୍ଗୁଥିବା କଳିକେଶ ନାରାୟଣ ସିଂହ ଦେଓ କହିଥିବା ବେଳେ ଏହାର ପ୍ରତିକ୍ରିୟା ରଖିଛନ୍ତି ନରସିଂହ ମିଶ୍ର । ସେ କହିଛନ୍ତି, "ଓଡ଼ିଶାର ବିକାଶ ପାଇଁ ବିଭିନ୍ନ ଜିଲ୍ଲାରେ ସମାନ ଭାବରେ ଉଚ୍ଛେଦ ଜାରି ରହିଛି । ତେବେ ଏସବୁ ଉଚ୍ଛେଦ ବିଜେଡି ସରକାର କରୁଥିବା ବେଳେ ବଲାଙ୍ଗୀରରେ ମଧ୍ୟ ସମାନ ଭାବରେ ବିଜେଡି ହିଁ ଘର ଭାଙ୍ଗୁଛି । ମୁଁ ସବୁବେଳେ ବଲାଙ୍ଗୀରର ବିକାଶ ପାଇଁ ଲଢେଇ କରୁଛି । ଏଠି ବିଜେଡି ବିକାଶ ବାଟରେ ବାଧକ ସାଜୁଥିବାର କହିଛନ୍ତି ନରସିଂହ ମିଶ୍ର । ସେହିପରି ସରକାର ନିକଟରେ ବିଭିନ୍ନ ପ୍ରକଳ୍ପ ପାଇଁ ଅନୁଦାନ ଦେଇଛନ୍ତି। ହେଲେ ବେଆଇନ ଜବରଦଖଲ ପାଇଁ ତାହା ଆରମ୍ଭ ହୋଇ ପାରୁ ନାହିଁ । ତେଣୁ ଲୋକଙ୍କ ସ୍ଥାନାନ୍ତରଣ ଜରୁରୀ ।"

ନରସିଂହ ମିଶ୍ର ଆହୁରି ମଧ୍ୟ କହିଛନ୍ତି, "ସେହିପରି କିଛି ଧନୀ ଲୋକ ତଥା ଚାକିରିଆମାନେ ମଧ୍ୟ ଏଠି ଅନେକ ସ୍ଥାନରେ ସରକାରୀ ଜମି ବେଆଇନ ଭାବରେ ଦଖଲ କରିଛନ୍ତି । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ । ଏହାରି ମଧ୍ୟରେ ପ୍ରଶାସନ ଉଚ୍ଛେଦ ପ୍ରକ୍ରିୟା ଜାରି ରହିବ ଓ ଯୋଗ୍ୟ ଗରିବ ଲୋକଙ୍କୁ ଥଇଥାନ ମଧ୍ୟ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି ।"

ଏହା ମଧ୍ୟ ପଢନ୍ତୁ-ପୌଷ ପୂର୍ଣ୍ଣିମାରେ ଶ୍ରୀଜିଉଙ୍କ ପୁଷ୍ୟାଭିଷେକ ନୀତି, ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ

ତେବେ ବଲାଙ୍ଗୀର ସହର ମଧ୍ୟରେ ଥିବା ଇନ୍ଦିରା ନଗର, ଇଚ୍ଛାପଡା, ଲକ୍ଷ୍ମୀ ଜୋର ଖଣ୍ଡି ଭଳି ମୋଟ 11ଟି ବସ୍ତି ଉଚ୍ଛେଦ ହେବା ନେଇ ଜଣାପଡିଛି । ଯେଉଁଥିରେ ନିକଟରେ ଇଚ୍ଛାପଡା ବାସିନ୍ଦାଙ୍କୁ ଉଚ୍ଛେଦ ପାଇଁ ନୋଟିସ ଦିଆ ଯାଇଛି । ଉଚ୍ଛେଦ ପ୍ରକ୍ରିୟାକୁ ବିରୋଧ କରି ବିରୋଧ କରି ଗତକାଲି ବସ୍ତି ବାସିନ୍ଦା ଆନ୍ଦୋଳନ କରିଥିଲେ । ସହରରେ ଏକ ବିଶାଳ ରାଲି କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରି ଖୁବଶୀଘ୍ର ଉଚ୍ଛେଦ ବନ୍ଦ କରିବାକୁ ଦାବି କରିଛନ୍ତି ବସ୍ତି ବାସିନ୍ଦା ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.