ETV Bharat / state

ବଲାଙ୍ଗୀରରେ ବିପୁଳ ପରିମାଣର ଗଞ୍ଜେଇ ଜବତ, ହୋମଗାର୍ଡ୍‌ ଗିରଫ

author img

By ETV Bharat Odisha Team

Published : Oct 1, 2023, 12:14 PM IST

ganja smuggling
ganja smuggling

ବଲାଙ୍ଗୀରରୁ ରାୟପୁରକୁ ଗଞ୍ଜେଇ ଚାଲାଣ ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ । ଘଟଣାରେ ତରଭା ଥାନାର ହୋମଗାର୍ଡ୍‌ ବିଜୟ ସାହୁ ଓ ଜଣେ ମହିଳାଙ୍କ ସମେତ 4 ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କିରିଛି । ଅଧିକ ପଢ଼ନ୍ତୁ

ganja smuggling

ବଲାଙ୍ଗୀର: ଗଞ୍ଜେଇ ଚାଲାଣ ଅଭିଯୋଗରେ ହୋମଗାର୍ଡଙ୍କୁ ବାନ୍ଧିଲା ପୋଲିସ । ବଲାଙ୍ଗୀର ରାୟପୁରକୁ ଗଞ୍ଜେଇ ଚାଲାଣ ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ପୋଲିସ । ଏଥିସହ ତରଭା ଥାନାର ହୋମଗାର୍ଡ ବିଜୟ ସାହୁ ଓ ଜଣେ ମହିଳାଙ୍କ ସମେତ ଅନ୍ୟ ଦୁଇ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କିରିଛି ।

ତେବେ ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ବିଭାଗରେ କାର୍ଯ୍ୟ କରୁଥିବା ହୋମଗାର୍ଡ ବିଜୟ ସାହୁ ଖୁବ୍ ଚାଲାକର ସହ ଗଞ୍ଜେଇ ଚାଲାଣ କରୁଥିଲେ । ପ୍ରତି ସପ୍ତାହରେ ୧୫ରୁ ୨୦ କେଜି ଗଞ୍ଜେଇ ଚାଲାଣ କରୁଥିଲେ । ତରଭା ଅଞ୍ଚଳ ଗଞ୍ଜେଇ ଚୋରା ଚାଲାଣର ହବ୍‌ ହୋଇଥିବା ବେଳେ ଚୋରା ଗଞ୍ଜେଇ ଗାଡ଼ି ପାର କରାଇବାରେ ସହାୟତା କରୁଥିଲେ ବିଜୟ । ପୋଲିସ ବିଭାଗରେ କାମ କରି ପୋଲିସକୁ ଚକମା ଦେଇ କରୁଥିଲେ ବେଆଇନ ଗଞ୍ଜେଇ କାରବାର । ଏପରିକି ଗତ ୨୦୨୨ରେ ତଦନ୍ତରେ ଭଲ କାମ ପାଇଁ ସୋନପୁର ପୋଲିସ ତାଙ୍କୁ ସାବାସି ଦେଇଥିଲା । ଏବେ ସେହି ହୋମଗାର୍ଡ ବିଜୟ ସାହୁ ଗଞ୍ଜେଇ ଚାଲାଣରେ ବଲାଙ୍ଗୀର ପୋଲିସ ଦ୍ବାରା ଗିରଫ ହୋଇ ଜେଲ ଯାଇଛନ୍ତି । କେବଳ ଏହି ଘଟଣା ନୁହେଁ ପୂର୍ବରୁ ମଧ୍ୟ ଅନେକ ଗଞ୍ଜେଇ ଚାଲାଣରେ ବିଜୟ ସାହୁ ସଂପୃକ୍ତ ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ- ପଶ୍ଚିମବଙ୍ଗ ଯାଉଥିଲା ଗଜପତି ଗଞ୍ଜେଇ, ବରମୁଣ୍ଡା ବସଷ୍ଟାଣ୍ଡରେ ଧରିଲା ପୋଲିସ୍

ହେଲେ ବେଆଇନ କାରବାର ନେଇ ଠୋସ ପ୍ରମାଣ ଅଭାବରୁ ତାଙ୍କୁ ଗିରଫ କରି ପାରୁ ନଥିଲା ପୋଲିସ । କିନ୍ତୁ ଏବେ ଗଞ୍ଜେଇ ଚାଲାଣ ବେଳେ ଧରା ପଡିବାରୁ ବିଜୟ ସାହୁଙ୍କୁ ଗିରଫ କରିଛି ପୋଲିସ । ଏନେଇ ସେପଟେ ବଲାଙ୍ଗୀର ଏସଡିପିଓ ତୁଫାନ ବାଗ କହିଛନ୍ତି ଯେ,"ବଲାଙ୍ଗୀର ଏସପିଙ୍କ ନିର୍ଦ୍ଦେଶରେ ଜିଲ୍ଲାରେ ନିଶା କାରବାର ଉପରେ ପୋଲିସ୍ କଡା କାର୍ଯ୍ୟାନୁଷ୍ଠାନ ନେଉଛି । ବଲାଙ୍ଗୀର ଟାଉନ ଥାନା ପୋଲିସ ଟ୍ରେନରେ ଗଞ୍ଜେଇ ଚାଲାଣ ହେଉଥିବାର ଖବର ପାଇଥିଲା । ଯାହାପରେ ପୋଲିସ୍ ଏହି ମାମଲାରେ ଭୁବନେଶ୍ୱରର ଜଣେ ମହିଳା ସମେତ ଦୁଇ ଜଣଙ୍କୁ ପ୍ରଥମେ ଅଟକ ରଖି ତଦନ୍ତ ଆରମ୍ଭ କରିଥିଲା । ଏଥିରେ ତାଙ୍କ ପାଖରୁ ଏକ ସୁଟକେସ୍‌ରୁ ଗଞ୍ଜେଇ ଜବତ କରିଥିଲା । ସେପଟେ ଏଥିରେ ଅଧିକ ତଦନ୍ତ କରିବା ବେଳେ ତରଭା ପୋଲିସ୍ ଥାନାରେ କାର୍ଯ୍ୟରତ ଥିବା ହୋମଗାର୍ଡ ବିଜୟ ସାହୁ ସଂପୃକ୍ତ ଥିବା ପୋଲିସ୍ ଜାଣିବାକୁ ପାଇଥିଲା । ଏନେଇ ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।"

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.