ETV Bharat / state

ବଲାଙ୍ଗୀର ଜିଲ୍ଲାରେ ରେକର୍ଡ ବର୍ଷା, ସ୍କୁଲ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ଘୋଷଣା

author img

By ETV Bharat Odisha Team

Published : Sep 14, 2023, 5:37 PM IST

ବଲାଙ୍ଗୀର ଜିଲ୍ଲାରେ ରେକର୍ଡ ବର୍ଷା, ସମସ୍ତ ସ୍କୁଲ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ଘୋଷଣା
ବଲାଙ୍ଗୀର ଜିଲ୍ଲାରେ ରେକର୍ଡ ବର୍ଷା, ସମସ୍ତ ସ୍କୁଲ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ଘୋଷଣା

ରାଜ୍ୟରେ ସକ୍ରିୟ ରହିଛି ଲୁଘୁଚାପ ଯାହା ଫଳରେ ଭିିଜୁଛି ସାରା ଓଡିଶା । ବଲାଙ୍ଗୀର ଜିଲ୍ଲାରେ ହୋଇଥିବା ଲଗାଣ ବର୍ଷାରେ ବନ୍ୟା ପରିସ୍ଥିତି ଉପୁଜିଛି । ଆସନ୍ତା କାଲି ପାଇଁ ମଧ୍ୟ ଅରେଞ୍ଜ ଅଳର୍ଟ ରହିଛି । ଅଧିକ ପଢନ୍ତୁ

ବଲାଙ୍ଗୀର ଜିଲ୍ଲାରେ ରେକର୍ଡ ବର୍ଷା, ସମସ୍ତ ସ୍କୁଲ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ଘୋଷଣା

ବଲାଙ୍ଗୀର : ରାଜ୍ୟରେ ସକ୍ରିୟ ରହିଛି ଲୁଘୁଚାପ ଯାହା ଫଳରେ ଭିିଜୁଛି ସାରା ଓଡିଶା । ୨ ଦିନ ଲଗାଣ ବର୍ଷା ଯୋଗୁଁ ଚାରିଆଡେ ସୃଷ୍ଟି ହେଲାଣି ବନ୍ୟା ପରିସ୍ଥିତି । ଗତ କାଲିଠୁ ବଲାଙ୍ଗୀର ଜିଲ୍ଲାରେ ହୋଇଥିବା ଲଗାଣ ବର୍ଷାରେ ବନ୍ୟା ପରିସ୍ଥିତି ଉପୁଜିଛି । ଜିଲ୍ଲାର ଅନେକ ତଳିଆ ଅଞ୍ଚଳ ପାଣି ଘେରରେ ଥିବାବେଳେ ସବୁ ନଦୀ ନାଳରେ ଜଳ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ଯାହାଦ୍ୱାରା ଅନେକ ରାସ୍ତା ପୋଲ ଉପରେ ବନ୍ୟା ପାଣି ଚାଲିଥିବାରୁ ତାହାକୁ ସଂଯୋଗ କରୁଥିବା ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ଅନ୍ୟପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜଳ ବନ୍ଦି ହୋଇଥିବା ଲୋକଙ୍କୁ ଉଦ୍ଧାର କରିବା ସହ ଜଳ ନିଷ୍କାସନ କାର୍ଯ୍ୟ ଜାରି ରହିଛି । ବର୍ଷା ଯୋଗୁଁ ଜିଲ୍ଲାର ସମସ୍ତ ସ୍କୁଲ ଅଙ୍ଗନ ବାଡ଼ି କେନ୍ଦ୍ର ଆଜି ଛୁଟି ଘୋଷଣା କରାଯାଇଛି ।

ବଲାଙ୍ଗୀର ଜିଲ୍ଲାରେ ରେକର୍ଡ ବର୍ଷା । ସୂଚନା ଅନୁସାରେ ବଲାଙ୍ଗୀରରେ ଗତ କାଲି ରାତିରୁ ଆଜି ଅପରାହ୍ନ ପର୍ଯ୍ୟନ୍ତ 215 ମିମି ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ତେବେ ଜିଲ୍ଲାର ସବୁ 14ଟି ବ୍ଲକରେ ବର୍ଷା ହୋଇଥିବା ବେଲେ ବଲାଙ୍ଗୀରରେ ସର୍ବାଧିକ 215 ମିମି ବର୍ଷା ଓ ପୁଇଁତଲାରେ 130 ମିମି ବର୍ଷା ରେକର୍ଡ ହୋଇଛି । ସହର ସାରା ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି ।

ବିଶେଷ କରି ମାଲପଡ଼ା, ରାଜୀବ ନଗର, ଠିକାଦାରପଡ଼ା, ଚିମନିଭାଟି ପଡା, ଶାନ୍ତିପଡ଼ା ଇତ୍ୟାଦି ବିଶେଷ କରି ପ୍ରଭାବିତ ହୋଇଛି । ସେହିପରି ଏହି ସବୁ ଅଞ୍ଚଳର ଅନେକ ଘର ଏବେ ଜଲବନ୍ଦୀ ହୋଇଛନ୍ତି । ଏହାଛଡ଼ା ମନ୍ଦିରଗୁଡ଼ିକ ମଧ୍ୟରେ ସମଲେଶ୍ବରୀ ପୀଠ, ପଟଣେଶ୍ୱରୀ ପୀଠ ଓ ଗୋପାଲଜି ମନ୍ଦିରରେ ପାଣି ଢେଉ ଖେଳୁଛି । ବଲାଙ୍ଗୀର ଆଠଗାଁ ରାସ୍ତାରେ ଜଲମଗ୍ନ ହୋଇଥିବାରୁ ଆଠଗାଁ ଅର୍ଜୁନପୁର ରାସ୍ତା ବିଛିନ୍ନ ହୋଇଛି । ସାଲେପାଲି ବ୍ରିଜ ଉପରେ ଚାରିଫୁଟ ପାଣି ପ୍ରବାହିତ ହେଉଥିବାରୁ ବାଲିଙ୍ଗିର ରୁ ଖୁଜେନ ପାଳି କବାଟ ପଡା କାମଖ୍ୟା ନଗର ବିଛିନ୍ନ ହୋଇଛି । ସେହିପରି ଏହି ବର୍ଷା ପାଣି ଯୋଗୁଁ ସ୍କୁଲ, କଲେଜ, ସରକାରୀ କାର୍ଯ୍ୟାଳୟ, ପୌରପାଳିକା କାର୍ଯ୍ୟାଳୟ ସବୁ ଜଳମୟ ହୋଇଛି ।

ଏହା ମଧ୍ୟ ପଢନ୍ତୁ..Weather Update: ସୃଷ୍ଟି ହେଲା ଲଘୁଚାପ, ଆହୁରି ଦୁଇ ଦିନ ବର୍ଷିବ

ଏହି ପରିସ୍ଥିତିରେ ଜିଲ୍ଲା ପ୍ରଶାସନ ଦିନ ରାତି କାମ କରୁ ଥିବାର ଦେଖିବାକୁ ମିଳିଛି । ଯେଉଁଥିରେ ପୌରପ୍ରଶାସନ, ଜିଲ୍ଲା ପ୍ରଶାସନ, ଅଗ୍ନିଶମ ବିଭାଗ ମିଳିତ ଭାବରେ ପାଣି ନିଷ୍କାସନ ଓ ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ସେହିପରି ବନ୍ୟା ପୀଡ଼ିତ ଲୋକଙ୍କୁ ଶୁଖିଲା ଖାଦ୍ୟ ମଧ୍ୟ ଦେବାର ବ୍ୟବସ୍ଥା କରାଯାଇଛି । ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶୁଭସ୍ମିତା ମିଶ୍ର କହିଛନ୍ତି, "ପାଣିପାଗ ବିଭାଗ ପକ୍ଷରୁ ପୂର୍ବରୁ ବଲସଙ୍ଗୀର ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି ହୋଇଥିଲା । ଗତ କାଲିଠୁ ଆଜି ଯାଏଁ ରେଡ଼ ଅଳର୍ଟ ଥିଲା । ସେହିପରି ଆସନ୍ତା କାଲି ପାଇଁ ମଧ୍ୟ ଅରେଞ୍ଜ୍‌ ଆଲର୍ଟ ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ଆଗୁଆ ପଦକ୍ଷେପ ନେଇଥିଲା । ପୂର୍ବରୁ ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତରରଣ କରିବା ସହ ନାଳ ନର୍ଦ୍ଦମା ସଫା କରାଯାଇଥିଲା ।"

ଇଟିଭି ଭାରତ,ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.