ETV Bharat / state

କୋରୋନା ଯୋଦ୍ଧାଙ୍କୁ ଭୁଲିଗଲେ ସରକାର, NHRCଙ୍କ ରିପୋର୍ଟ ତଲବ

author img

By

Published : Jan 1, 2023, 8:53 AM IST

National Human Rights Commission
ଜାତୀୟ ମାନବ ଅଧିକାର କମିଶନ

କୋରୋନା ସମୟରେ ସେବା ଯୋଗାଉଥିବା ବେଳେ ସଂକ୍ରମିତ ହୋଇ ମୃତ୍ୟୁ ଘଟିଥିବା ଅଙ୍ଗନବାଡ଼ି କର୍ମୀଙ୍କ ପରିବାରକୁ ମିଳୁନି ସହାୟତା । ଜାତୀୟ ମାନବ ଅଧିକାର କମିଶନ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ଏହା ଉପରେ ରିପୋର୍ଟ ତଲବ କରିଛନ୍ତି । ଅଧିକ ପଢ଼ନ୍ତୁ

କୋରୋନା ଯୋଦ୍ଧାଙ୍କୁ ଭୁଲିଗଲେ ସରକାର

ବଲାଙ୍ଗୀର: କୋରୋନା ଯୋଦ୍ଧାଙ୍କୁ ଭୁଲି ଗଲେ ସରକାର । କୋରୋନାରେ ମୃତ୍ୟୁ ପରେ କରୋନା ଯୋଦ୍ଧାଙ୍କ ପରିବାରଙ୍କୁ ମିଳିନି ସହାୟତା । କୋରୋନା ସମୟରେ ନିଷ୍ଠାପରତା ସହ କାର୍ଯ୍ୟକରି ମୃତ୍ୟୁ ହେବା ପରେ କୌଣସି ସହାୟତା ନମିଳିବା ସହ ତାଙ୍କ ପରିବାରକୁ ଅବହେଳା କରାଯାଉଥିବାର ଅଭିଯୋଗ ହୋଇଛି । ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀ ଗ୍ରାମରେ ଜଣେ ଅଙ୍ଗନବାଡ଼ି କର୍ମୀଙ୍କ ସ୍ବାମୀ ଏହି ଅଭିଯୋଗ ଆଣିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: Russian Tourist Death: ଆସିଲା ପୋଷ୍ଟମର୍ଟମ ରିପୋର୍ଟ, ତଦନ୍ତ ପାଇଁ ଇଣ୍ଟରପୋଲର ସହାୟତା ନେଇପାରେ କ୍ରାଇମବ୍ରାଞ୍ଚ

ବ୍ରାହ୍ମଣୀ ଗ୍ରାମର ଦୁତି ପ୍ରଧାନ ଜଣେ ଅଙ୍ଗନବାଡ଼ି କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । 2021 କୋରୋନା ମହାମାରୀ ସମୟରେ ସେ ସରକାରଙ୍କ ବିଭିନ୍ନ ଯୋଜନାକୁ ସଫଳ କରିବା ପାଇଁ ଘରକୁ ଘର ବୁଲି ସେବା ଯୋଗାଇ ଥିଲେ । ସମାନ ଭାବରେ କୋରୋନା ସଂକ୍ରମିତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ତଥା ତାଙ୍କୁ ଔଷଧ ଆଦି ସାମଗ୍ରୀ ବାଣ୍ଟି ଆସୁଥିଲେ । ଯେଉଁ ସମୟରେ ଲୋକେ ବାହାରକୁ ଯିବାପାଇଁ ଡରୁଥିଲେ, ସେ ସମୟରେ ଦୁତି ପ୍ରଧାନ ନିଜ କାର୍ଯ୍ୟକୁ ନିଷ୍ଠାର ସହ ତୁଲାଇ ଆସିଥିଲେ । ହେଲେ ଗତ 2021 ଏପ୍ରିଲ 27 ତାରିଖରେ ସେ ନିଜେ କୋରୋନା ସଂକ୍ରମିତ ହୋଇଥିଲେ । ପ୍ରଥମେ ଟିଟିଲାଗଡ଼ ଓ ପରେ ବଲାଙ୍ଗୀର ଭିମ ଭୋଇ ମେଡ଼ିକାଲ କଲେଜରେ ଭର୍ତ୍ତି ହୋଇଥିଲେ । ତାଙ୍କ ଅବସ୍ଥା ସଂକଟାପନ୍ନ ହେବା ପରେ ଅନ୍ୟତ୍ର ସ୍ଥାନାନ୍ତରିତ ହେବା ସମୟରେ ଗତ ମେ 8 ତାରିଖ 2021ରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ: HappyNewYear2023: ସାରା ବିଶ୍ୱରେ ନବବର୍ଷର ଉତ୍ସାହ, ପ୍ରଥମେ ଅକଲାଣ୍ଡ ଛୁଇଁଲା ୨୦୨୩

ତେବେ ତାଙ୍କ ମୃତ୍ୟୁକୁ ଏବେ ଦେଢ଼ ବର୍ଷ ବିତିଥିବା ବେଳେ କୋରୋନା ଯୋଦ୍ଧାଙ୍କ ପାଇଁ ସରକାର ଘୋଷଣା କରିଥିବା କ୍ଷତିପୂରଣ ଏପର୍ଯ୍ୟନ୍ତ ତାଙ୍କ ପରିବାର ଲୋକେ ପାଇନାହାନ୍ତି । ସରକାରଙ୍କ ଘୋଷଣା ଅନୁସାରେ, ପ୍ରଥମ ଧାଡ଼ିର ଯୋଦ୍ଧାଙ୍କୁ କୋରୋନାରେ ମୃତ୍ୟୁ ହେଲେ 50 ଲକ୍ଷ ଟଙ୍କା ଦିଆଯିବାର ବ୍ୟବସ୍ଥା ରହିଛି । ଅନେକ କରୋନା ଯୋଦ୍ଧାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଏହି ସହାୟତା ପାଇ ସାରିଛନ୍ତି । ହେଲେ ମୃତ ଦୁତି ପ୍ରଧାନଙ୍କ ପରିବାର ଆଜି ଯାଏଁ ଏଥିରୁ ବଞ୍ଚିତ ଅଛନ୍ତି ।

ସେପଟେ ଏହାକୁ ନେଇ ଜାତୀୟ ମାନବ ଅଧିକାର କମିଶନ (National Human Rights Commission) ମଧ୍ୟ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ଏହା ଉପରେ ରିପୋର୍ଟ ତଲବ କରିଛନ୍ତି । ମୃତ ଦୁତି ପ୍ରଧାଙ୍କ ସ୍ୱାମୀ ଜଣେ ଦିନ ମଜୁରିଆ ହୋଇଥିବା ବେଳେ ତାଙ୍କ ଦୁଇ ପୁଅ ଝିଅ ସହ ପରିବାର ଚଳାଇବା ତାଙ୍କ ପାଇଁ କଷ୍ଟକର ହୋଇଥିବାର ସେ କହିଛନ୍ତି । ତେଣୁ ସରକାରଙ୍କ ପକ୍ଷରୁ ସାହାଯ୍ୟ ଯୋଗାଇଦେବାକୁ ସେ ଦାବି କରିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.