ETV Bharat / state

Royals feud: ବଲାଙ୍ଗୀର ରାଜପରିବାର ବିରୋଧରେ ଘରୋଇ ହିଂସା ଅଭିଯୋଗ

author img

By

Published : May 15, 2023, 9:58 PM IST

Updated : May 16, 2023, 10:06 AM IST

Balangir royal family
Balangir royal family

ଚର୍ଚ୍ଚାରେ ଉତ୍ତରାଖଣ୍ଡର ହାଇପ୍ରୋଫାଇଲ ମାମଲା । ବଲାଙ୍ଗୀର ରାଜ ପରିବାର ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣିଲେ ପୂର୍ବ ପ୍ରଧାନମନ୍ତ୍ରୀ ବିଶ୍ବନାଥ ପ୍ରତାପ ସିଂଙ୍କ ନାତୁଣୀ ତଥା ଅର୍କେଶ ସିଂହଦେଓଙ୍କ ପତ୍ନୀ ଅଦ୍ରିଜା ସିଂହଦେଓ । ଅଧିକ ପଢନ୍ତୁ

Royals feud: ବଲାଙ୍ଗୀର ରାଜପରିବାର ବିରୋଧରେ ଘରୋଇ ହିଂସା ଅଭିଯୋଗ

ଡେରାଡୁନ: ଚର୍ଚ୍ଚାରେ ଉତ୍ତରାଖଣ୍ଡର ହାଇପ୍ରୋଫାଇଲ ମାମଲା । ପୂର୍ବତନ ପ୍ରଧାନମନ୍ତ୍ରୀ ବିଶ୍ବନାଥ ପ୍ରତାପ ସିଂଙ୍କ ନାତୁଣୀ ଅଦ୍ରିଜା ସିଂହଦେଓ ନିଜ ଶାଶୂଘର ଲୋକଙ୍କ ବିରୋଧରେ ଯୌତୁକ, ମାରପିଟ ଓ ଘରୋଇ ହିଂସାର ଅଭିଯୋଗ ଆଣିଛନ୍ତି । ତେବେ ଅଦ୍ରିଜା ହେଉଛନ୍ତି ବଲାଙ୍ଗୀର ରାଜପରିବାର ଅର୍କେଶ ନାରାୟଣ ସିଂହଦେଓଙ୍କ ପତ୍ନୀ । ଅର୍କେଶଙ୍କ ଜେଜେ ରାଜେନ୍ଦ୍ର ନାରାୟଣ ସିଂହଦେଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହିଥିବା ବେଳେ ଅର୍କେଶଙ୍କ ଭାଇ ସାଂସଦ ରହିଛନ୍ତି । ଏହି ଓଡ଼ିଆ ରାଜପରିବାର ଉତ୍ତରାଖଣ୍ଡରେ ରହୁଥିବା ବେଳେ ସେଠାରେ ଅଦ୍ରିଜା ଥାନାରେ ଅଭିଯୋଗ କରିଛନ୍ତି ।

କଣ ଅଦ୍ରିଜାଙ୍କ ଅଭିଯୋଗ:- ପୀଡି଼ତା ଅଦ୍ରିଜା ମଞ୍ଜରୀ ସିଂ ସୋମବାର ଉତ୍ତରାଖଣ୍ଡ ଡିଜିପି ଅଶୋକ କୁମାରଙ୍କ ନିକଟରେ ଅଭିଯୋଗ କରିଛନ୍ତି । ତେବେ ପୋଲିସ ଡିଜି ପୁରା ଘଟଣାର ତଦନ୍ତ ଦାୟିତ୍ବ ଡେରାଡୁନର ଏସଏସପିଙ୍କୁ ହସ୍ତାନ୍ତର କରିଛନ୍ତି । ପୀଡିତାଙ୍କ ଅଦ୍ରିଜାଙ୍କ ଅଭିଯୋଗ ଅନୁସାରେ ଗତ ୨୦୧୭ ନଭେମ୍ବର ୨୩ ତାରିଖରେ ସେ ଓଡ଼ିଆ ରାଜପରିବାରର ରାଜକୁମାର ଅର୍କେଶଙ୍କୁ ବିବାହ କରିଥିଲେ । ବିବାହ ପରେ ଉଭୟ ଡେରାଡୁନ ଥାନା ଅଧୀନ ରାଜୁପର ସ୍ଥିତ ଏକ ବଙ୍ଗଳାରେ ରହୁଥିଲେ । ହେଲେ ବିବାହର କିଛି ଦିନ ପରେ ଉଭୟଙ୍କ ମଧ୍ୟରେ ବିବାଦ ଉପୁଜିଥିଲା । ଏପରିକି ଏହି ବିବାଦ ଶେଷରେ ଘରୋଇ ହିଂସାରେ ପରିଣତ ହୋଇଥିଲା ।

'ଅଭିଯୋଗ ଶୁଣୁନଥିଲା ପୋଲିସ':- ଅଦ୍ରିଜା ପୋଲିସ ବିରୋଧରେ ମଧ୍ୟ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ତାଙ୍କ କହିବାନୁସାରେ ସେ ଏନେଇ ବାରମ୍ବାର ରାଜପୁର ପୋଲିସ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ଏହାରି ମଧ୍ୟରେ ସ୍ଥିତି ଏପରି ହୋଇଥିଲା ଯେ ଅର୍କେଶ ତାଙ୍କୁ ହତ୍ୟା କରିବା ଲାଗି କିଛି ମହିଳାଙ୍କୁ ସୁପାରି ଦେଇଥିଲେ । ଏହାପରେ ଉକ୍ତ ମହିଳାମାନେ ତାଙ୍କ ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଆହତ ହୋଇ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ବୋଲି କହିଛନ୍ତି ।

ଏହା ବି ପଢନ୍ତୁୃ- ୧୦ବର୍ଷ ପରେ ଠିକିଲା ଚୋର, ଫେରାଇଲା ଠାକୁରଙ୍କ ଚୋରି ଜିନିଷ

'ଯୌତୁକ ପାଇଁ କରୁଥିଲେ ଦାବି':- ଅଦ୍ରିଜା ଆହୁରି କହିଛନ୍ତି ଯେ ତାଙ୍କୁ ବିବାହର କିଛି ଦିନ ପରେ ଶାଶୂ ଘର ଲୋକେ ଯୌତୁକ ବାବଦକୁ କୋଟି କୋଟି ଟଙ୍କା ମଧ୍ୟ ଦାବି କରିଆସୁଥିଲେ । ଏଥିଲାଗି ତାଙ୍କୁ ମାନସିକ ନିର୍ଯାତନା ମଧ୍ୟ ଦେଇଥିଲେ । ୨୦୨୨ ସେପ୍ଟେମ୍ବର ମାସରେ ସ୍ବାମୀ ଅର୍କେଶ ତାଙ୍କୁ ଛାଡ଼ପତ୍ର ଦେବାକୁ କହିଥିଲେ । ଏବେ ତାଙ୍କ ଉପରେ ନଜର ରଖିବା ଲାଗି ଘରେ ସିସିଟିଭି କ୍ୟାମେରା ଲଗାଯିବା ସହ କିଛି ମହିଳା କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବା ସେ ଅଭିଯୋଗ ଆଣିଛନ୍ତି ।

ଅଭିଯୁକ୍ତ ଅର୍କେଶଙ୍କ ପ୍ରତିକ୍ରିୟା:- ପତ୍ନୀ ଅଦ୍ରିଜାଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ଅଭିଯୁକ୍ତ ସ୍ବାମୀ ଅର୍କେଶ ନାରାୟଣ ସିଂହଦେଓ । ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ସେ ମିଥ୍ୟା ବୋଲି କହିଥିବା ବେଳେ ପାଲଟା ଅଦ୍ରିଜାଙ୍କ ବିରୋଧରେ ସେ ଅଭିଯୋଗ ଆଣିଛନ୍ତି । ଅଦ୍ରିଜା ତାଙ୍କୁ ୧୦୦ କୋଟି ଅର୍ଥ ଦେବା ଲାଗି କହୁଥିବା ସେ କହିଛନ୍ତି । ଏପରିକି ଅଦ୍ରିଜା ଓଡ଼ିଶାରୁ ବିଧାୟକ ଭାବେ ନିର୍ବାଚନ ଲଢିବା ଲାଗି ଦାବି କରୁଥିବା ସେ କହିଛନ୍ତି ।

ଏପଟେ ଅଦ୍ରିଜା ବିଧାୟକ ଲାଗି କେବେ କୌଣସି ଟିକେଟ ପାଇଁ ଦାବି କରିନଥିବା କହିଛନ୍ତି । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୋଲିସ ପଚାରିପାରେ ବୋଲି ମଧ୍ୟ ସେ କହିଛନ୍ତି । ସେ କେବଳ ବଲାଙ୍ଗୀରବାସୀଙ୍କ ସେବା କରିବାକୁ ଚାହାଁନ୍ତି । ହେଲେ ଏବେ ତାଙ୍କ ଲାଗି ଓଡ଼ିଶାର ଦ୍ବାର ବନ୍ଦ ଥିବା ସେ ଅଭିଯୋଗ କରିଛନ୍ତି ।

Last Updated :May 16, 2023, 10:06 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.