ETV Bharat / state

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା: ପୂର୍ବତନ ବିଡ଼ିଓଙ୍କୁ 2 ବର୍ଷ ଜେଲ

author img

By ETV Bharat Odisha Team

Published : Dec 24, 2023, 11:53 AM IST

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ

Ex BDO sentenced to jail: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ବଲାଙ୍ଗୀର ଆଗଲପୁର ବ୍ଲକର ପୂର୍ବତନ ବିଡ଼ିଓ ସିଲଭାନସ ଲାକ୍ରାଙ୍କୁ 2 ବର୍ଷ ଜେଲ । ଅଧିକ ପଢନ୍ତୁ

ବଲାଙ୍ଗୀର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ବିଡ଼ିଓ । ବଲାଙ୍ଗୀର ଆଗଲପୁର ବ୍ଲକର ପୂର୍ବତନ ବିଡ଼ିଓ ସିଲଭାନସ ଲାକ୍ରାଙ୍କୁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଦୋଷୀ ସାବ୍ୟସ୍ତ କରି 2 ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଏଥି ସହିତ ପାଞ୍ଚ ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ନାଁରେ ବଲାଙ୍ଗୀର ଭିଜିଲାନ୍ସ ମାମଲା ରୁଜୁ କରିଥିଲା । ଆଉ ଏହାର 11 ବର୍ଷ ପରେ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ତାଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ଭିଜିଲାନ୍ସ ଜାଲରେ ସବ ରେଜିଷ୍ଟ୍ରାର, ପୈତୃକ ଘର ସମେତ ଏକାଧିକ ସ୍ଥାନରେ ରେଡ୍

ସୂଚନା ମୁତାବକ, 2012 ମସିହାରେ ସିଲଭାନସ ଲାକ୍ରାଙ୍କ ନାଁରେ ବଲାଙ୍ଗୀର ଭିଜିଲାନ୍ସ ବିଭାଗ ଏକ ମାମଲା ରୁଜୁ କରିଥିଲା । ଭିଜିଲାନ୍ସ କୋର୍ଟ ଏହି ମାମଲାର ଶୁଣାଣି କରି ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ତାଙ୍କୁ 2 ବର୍ଷର କାରାଦଣ୍ଡାଦେଶ ସହିତ 5 ଲକ୍ଷ ଟଙ୍କାର ଆର୍ଥିକ ଜରିମାନା କରିଛନ୍ତି । ସେହିପରି ଜରିମାନା ଟଙ୍କା ଅନାଦେୟ ହେଲେ ଅଧିକ 5 ମାସର କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ରାୟରେ କହିଛନ୍ତି କୋର୍ଟ । କୋର୍ଟଙ୍କ ଏହି ରାୟ ପରେ ଏବେ ଭିଜିଲାନ୍ସ ବିଭାଗ ତାଙ୍କର ପେନସନ ବନ୍ଦ ପାଇଁ ସରକାରଙ୍କୁ ଚିଠି ଲେଖିବ ବୋଲି ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ - ଚାକିରି କାଳରେ ଲାଞ୍ଚ ନେଇଥିଲେ, ଅବସର ପରେ 4 ବର୍ଷ ଜେଲ ଦଣ୍ଡ ଭୋଗିବେ ପୋଲିସ ବାବୁ

ଏହା ମଧ୍ୟ ପଢନ୍ତୁ - ଭିଜିଲାନ୍ସ ଜାଲରେ ମୁଖ୍ୟ ଯୋଗାଣ ଅଧିକାରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଚଢାଉ

ଭିଜିଲାନ୍ସ ବିଭାଗର ସୂଚନା ଅନୁସାରେ, 2023ରେ ମୋଟ 16ଟି ଭିଜିଲାନ୍ସ ମାମଲାର ଶୁଣାଣି ଶେଷ ହୋଇ ଅଭିଯୁକ୍ତମାନେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସେହିପରି ଏବେ ଆହୁରି 21ଟି ମାମଲାର ଶୁଣାଣି ବିଭିନ୍ନ କୋର୍ଟରେ ଚାଲିଥିବାର ବିଭାଗ ସୂଚନା ଦେଇଛି । ଏଥିରେ ମଧ୍ୟ ଦୋଷୀ ଯେମିତି ସଜା ପାଇବେ ତା' ପାଇଁ ଭିଜିଲାନ୍ସ ବିଭାଗ ଚେଷ୍ଟା କରିଥିବାର ସୂଚନା ଦିଆଯାଇଛି ।

ପ୍ରକାଶ ଥାଉକି, ଗତ କିଛି ମାସ ପୂର୍ବେ ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଆକାଉଣ୍ଟାଣ୍ଟ ଲାଞ୍ଚ ନେଇ ଧରାପଡିଥିଲେ । ଆକାଉଣ୍ଟାଣ୍ଟ ଅଜୟ ଖୁଣ୍ଟିଆ ପେନସନ ପାଇଁ ୧୮ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଶିକ୍ଷକ ଜଣକ ଏ ସମ୍ପର୍କରେ ବଲାଙ୍ଗୀର ଭିଜିଲାନ୍ସ ପାଖରେ ଅଭିଯୋଗ କରିଥିଲେ । ଏନେଇ ଭିଡିଲାନ୍ସ ଟଙ୍କା ଜବତ କରିବା ସହ ଆକାଉଣ୍ଟାଣ୍ଟଙ୍କ ସଇଁତଳା ସ୍ଥିତ ତାଙ୍କ କାର୍ଯ୍ୟାଳୟ, ପୈତୃକ ଘରେ ଚଢ଼ାଉ ଚାଲିଥିଲା ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.