ETV Bharat / state

ମରୁଡି ସହାୟତା ଦାବିରେ ଗର୍ଜିଲେ ଚାଷୀ

author img

By

Published : Jun 8, 2022, 2:04 PM IST

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଚାଷୀ । ବିଭିନ୍ନ ସମସ୍ୟା ଓ ମରୁଡି ସହାୟତା ଦାବି ପୂରଣ ନେଇ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧରଣା ଦେଇଛନ୍ତି ଶତାଧିକ ଚାଷୀ । ଅଧିକ ପଢନ୍ତୁ

ମରୁଡି ସହାୟତା ଦାବିରେ ଗର୍ଜିଲେ ଚାଷୀ
ମରୁଡି ସହାୟତା ଦାବିରେ ଗର୍ଜିଲେ ଚାଷୀ

ବଲାଙ୍ଗୀର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଚାଷୀ । ବିଭିନ୍ନ ସମସ୍ୟା ଓ ମରୁଡି ସହାୟତା ଦାବି ପୂରଣ ନେଇ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଛନ୍ତି ଶତାଧିକ ଚାଷୀ । ବଲାଙ୍ଗୀର କୃଷକ ମହାସଂଘର ଡ଼ାକରାରେ ଶତାଧିକ ଚାଷୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ସାମିଲ ହୋଇଥିଲେ । ଚାରି ଦଫା ଦାବି ପୂରଣ ପାଇଁ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବି ପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି ।

ମରୁଡି ସହାୟତା ଦାବିରେ ଗର୍ଜିଲେ ଚାଷୀ

2021 ବଲାଙ୍ଗୀରରେ ଭୟାବହ ମରୁଡି ହୋଇଥିଲା । ଘଟଣାକୁ ବର୍ଷ ବିତିଲାଣି ମାତ୍ର ଏଯାଏଁ ଚାଷୀ ତାଙ୍କର ଇନ୍ସ୍ୟୁରାନ୍ସ ଟଙ୍କା ପାଇ ନାହାନ୍ତି। ସେହିପରି ସରକାର ମରୁଡି ଘୋଷଣା କରିଥିଲେ ସୁଦ୍ଧା ଏଯାଏଁ ଚାଷୀଙ୍କୁ କୌଣସି କ୍ଷତିପୂରଣ ଦେଇ ନ ଥିବାର ଅଭିଯୋଗ କରିଛନ୍ତି ଚାଷୀ । ସେହିପରି ବୀମା କମ୍ପାନୀ ମାନେ ଜିଲ୍ଲାରେ 18 ହଜାର 29 ଚାଷୀଙ୍କ ଇନ୍ସ୍ୟୁରାନ୍ସ ଫର୍ମ ବାତିଲ କରି ତାଙ୍କୁ ଅସହାୟ କରିଥିବାର ଏମାନେ ଅଭିଯୋଗ କରିଛନ୍ତି । PMFBY ଖରିଫ କୃଷିବୀମା ପାଉଣା ଦାବି ସହିତ ସମସ୍ୟାର ଶୀଘ୍ର ସମାଧାନ ଦାବି କରିଛନ୍ତି ଚାଷୀ । ସମସ୍ୟାର ବାଟ ନ ବାହାରିଲେ ଆଗାମୀ ଦିନରେ ଏମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛି ଜିଲ୍ଲା କୃଷକ ମହାସଂଘ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.