ETV Bharat / state

ଡ୍ରାଇଭର ମହାସଙ୍ଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ, ଜନଜୀବନ ପ୍ରଭାବିତ

author img

By

Published : Mar 15, 2023, 7:40 PM IST

ବଲାଙ୍ଗୀରରେ ଡ୍ରାଇଭର ମହାସଙ୍ଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ
ବଲାଙ୍ଗୀରରେ ଡ୍ରାଇଭର ମହାସଙ୍ଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ

ବଲାଙ୍ଗୀରରେ ଦେଖିବାକୁ ମିଳିଛି ଡ୍ରାଇଭର ମହାସଙ୍ଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନର ପ୍ରଭାବ । ସମସ୍ତ ୧୪ଟି ବ୍ଲକ ମୁଖ୍ୟାଳୟ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ଧାରଣା ଦେଇଛନ୍ତି ଡ୍ରାଇଭର ମହାସଙ୍ଘର କର୍ମକର୍ତ୍ତା । ଅଧିକ ପଢ଼ନ୍ତୁ

ବଲାଙ୍ଗୀରରେ ଡ୍ରାଇଭର ମହାସଙ୍ଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ

ବଲାଙ୍ଗୀର: ପୂର୍ବ ନିର୍ଦ୍ଧାରିତ ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଆଜି ସାରା ରାଜ୍ୟରେ ଜାରି ରହିଛି । ଏହି କ୍ରମରେ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ ଜାରି ରହିଛି ଡ୍ରାଇଭର ମହାସଙ୍ଘର ଏହି ଆନ୍ଦୋଳନ । ଯେଉଁଥିରେ ବଲାଙ୍ଗୀର ଡ୍ରାଇଭର ମହାସଙ୍ଘର ମିଳିତ ମଞ୍ଚ ଓ ଜିଲ୍ଲା ଡ୍ରାଇଭର ସଙ୍ଘର କର୍ମକର୍ତ୍ତାମାନେ ଆଜି ଜିଲ୍ଲାରେ ଆନ୍ଦୋଳନ କରୁଛନ୍ତି । ଏମାନେ ଜିଲ୍ଲାର ସମସ୍ତ ୧୪ଟି ବ୍ଲକ ମୁଖ୍ୟାଳୟରେ ଧାରଣା ଦେଇଛନ୍ତି । ସେହିପରି ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ଧାରଣା ଦେଇଛନ୍ତି ଡ୍ରାଇଭର ମହାସଙ୍ଘର କର୍ମକର୍ତ୍ତା ।

ତେବେ କିଛି ସ୍ଥାନରେ ଏମାନେ ରାସ୍ତାରେ ଯାଉଥିବା ଯାନ ବାହନକୁ ଅଟକାଇ ତାଙ୍କ ସାଥି ଡ୍ରାଇଭରଙ୍କୁ ଆନ୍ଦୋଳନରେ ସାମିଲ ହେବା ପାଇଁ ଅପିଲ ମଧ୍ୟ କରିଛନ୍ତି । କୌଣସି ସ୍ଥାନରେ ଏମାନେ ଗାଡି ଚଳାଚଳକୁ ବନ୍ଦ କରି ନଥିଲେ ମଧ୍ୟ ସମସ୍ତଙ୍କୁ ସହଯୋଗ କରିବା ପାଇଁ ଅପିଲ କରିଛନ୍ତି । ଏମାନଙ୍କ ଆନ୍ଦୋଳନରେ ବଲାଙ୍ଗୀର ଘରୋଇ ବସ୍‌ ସେବା ବାଧାପ୍ରାପ୍ତ ହୋଇଛି । ବଲାଙ୍ଗୀର ସମେତ ଅନ୍ୟ ଜିଲ୍ଲା ମାନଙ୍କରେ ଏମାନଙ୍କ ଆନ୍ଦୋଳନ ଯୋଗୁଁ ବଲାଙ୍ଗୀର ଘରୋଇ ବସ୍‌ ଚଳାଚଳ ବନ୍ଦ ରହିଥିବା ନେଇ ଘରୋଇ ବସ ମାଲିକ ସଙ୍ଘ ସୂଚନା ଦେଇଛି । ତେବେ ବଲାଙ୍ଗୀର ଜିଲ୍ଲା ଡ୍ରାଇଭର ସଙ୍ଘ ଉପସଭାପତି ଅମୂଲ୍ୟ କୁମାର ସାହୁଙ୍କ କହିବା ଅନୁସାରେ ଏମାନେ ଗତବର୍ଷ ସରକାରଙ୍କ ନିକଟରେ ୯ ଦଫା ଦାବି ଉପସ୍ଥାପନ କରିଥିଲେ । ହେଲେ ସରକାର କେବଳ ପ୍ରତିଶୃତି ଦେଇ ଏମାନଙ୍କ କଥା ଭୁଲି ଯାଇଥିବାରୁ ଏମାନେ ଏହି ଆନ୍ଦୋଳନ କରୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.. ଡ୍ରାଇଭର ମହାସଙ୍ଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ, ହନ୍ତସନ୍ତ ସାଧାରଣ ଯାତ୍ରୀ

ସେପଟେ ବଲାଙ୍ଗୀର ଜିଲ୍ଲା ଡ୍ରାଇଭର ସଙ୍ଘ ସଭାପତି ସତ୍ୟାନନ୍ଦ ପ୍ରଧାନଙ୍କ କହିବା ଅନୁସାରେ ସେମାନେ ଶାନ୍ତି ଶୃଙ୍ଖଳା ସହିତ ଏହି ଆନ୍ଦୋଳନ କରୁଛନ୍ତି । ଜିଲ୍ଲାର ସବୁ ସ୍ଥାନରେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଏମାନେ କରିବା ସହ ସବୁଠି ଧାରଣା ଦେଇଥିବା ନେଇ ସଙ୍ଘର ଜିଲ୍ଲା ସଭାପତି କହିଛନ୍ତି । ତେବେ ତାଙ୍କର ୯ ଦଫା ଦାବି ପୂରଣ ନହେବା ଯାଏଁ ଏମାନେ ଆନ୍ଦୋଳନ ଜାରି ରଖିବେ ବୋଲି ଚେତାବନୀ ଦେଇଛନ୍ତି । ତେବେ ଆଜି ଏମାନଙ୍କ ଆନ୍ଦୋଳନ ଯୋଗୁଁ ସାଧାରଣ ଜୀବନଯାପନ ପ୍ରଭାବିତ ହୋଇଛି । ବିଶେଷ କରି ଘରୋଇ ବସ ସେବା ଉପରେ ନିର୍ଭର କରୁଥିବା ଲୋକ ଖୁବ ହଇରାଣ ହେଉଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.