Compensation To COVID Victims Families: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନରସିଂହ

author img

By

Published : Nov 27, 2021, 9:29 PM IST

Updated : Nov 27, 2021, 10:02 PM IST

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନରସିଂହ

କୋରୋନାରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ପରିବାର ବର୍ଗଙ୍କୁ ଚାରି ଲକ୍ଷ ଟଙ୍କା କ୍ଷତି ପୁରଣ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନରସିଂହ ମିଶ୍ର। ଏହାସହ କେନ୍ଦ୍ର ସରକାରଙ୍କୁ ଏହା ବାବଦରେ ମୁଖ୍ୟମନ୍ତ୍ରୀ ଦାବି କରନ୍ତୁ ବୋଲି ନରସିଂହ କହିଛନ୍ତି । ଅଧିକ ପଢନ୍ତୁ

ବଲାଙ୍ଗୀର : କୋରୋନା ମୃତକଙ୍କ ପରିବାରବର୍ଗଙ୍କୁ ଚାରି ଲକ୍ଷ ଟଙ୍କା କ୍ଷତିପୁରଣ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନରସିଂହ ମିଶ୍ର ( Demand to Raise Compensation For COVID Victims ) । ଏହାସହ କେନ୍ଦ୍ର ସରକାରଙ୍କୁ ଏହା ବାବଦରେ ମୁଖ୍ୟମନ୍ତ୍ରୀ ଦାବି କରନ୍ତୁ ବୋଲି ନରସିଂହ କହିଛନ୍ତି । ତେବେ ଭାରତ ସମ୍ବିଧାନରେ ନାଗରିକଙ୍କ ଜନମଙ୍ଗଲ ମଡେଲରେ ଲୋକଙ୍କୁ ବଞ୍ଚିବା ତାଙ୍କର ସ୍ବାସ୍ଥ୍ୟ, ଶିକ୍ଷା ଓ ଜରୁରୀ ସେବା ସହଯୋଗ ଦେବାର ବ୍ୟବସ୍ଥା ଅଛି। ଏବଂ ଏହାର ଆଧାର ରେ କେନ୍ଦ୍ର ସରକାର ଏନଡିଏମଏ (National Disaster Management Authority) ଦ୍ବାରା ଏସଡିଆରଏଫ୍ (ଷ୍ଟେଟ ଡିଜାଷ୍ଟର ଫୋର୍ସ ) ଜରିଆରେ ଚାରି ଲକ୍ଷ ଟଙ୍କା ଦେବାର ନିଷ୍ପତ୍ତି ନେଇଥିଲେ।

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନରସିଂହ

ଯାହା ଗତ 14 ମାର୍ଚ୍ଚ 2020 33/4 ndm କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଥିଲା। ହେଲେ ପରବର୍ତ୍ତୀ ସମୟରେ ଅର୍ଥାତ ଗତ 11 ସେପ୍ଟେମ୍ବର 2021 ରେ ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ସତ୍ୟପାଠ ଦାଖଲ କରିଥିଲେ। ଯେଉଁଥିରେ ଏହି ଚାରି ଲକ୍ଷ ଟଙ୍କା ( 4 lakh compensation to COVID Victims families) ଦେବା ସମ୍ଭବ ନ ଥିବା ବେଳେ 50 ହଜାର ଟଙ୍କା ଦିଆ ଯାଇ ପାରିବ ବୋଲି ସେଥିରେ ଉଲ୍ଲେଖ କରିଥିଲେ। ତେବେ ଏହା ଦ୍ବାରା ପାଣ୍ଠି ସରିଯିବ ଓ କୋଭିଡ ପରିଚାଳନା ରେ ସମସ୍ୟା ହେବ ବୋଲି କହିଥିଲେ। ଯାହାକୁ ଓଡ଼ିଶା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବିରୋଧ କରିଛନ୍ତି।

କୋଭିଡ ପାଇଁ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ୍ ଉପରେ ଅଧିକ କର ଆଦାୟ କରିଥିଲେ। ସେପଟେ ଲକଡାଉନ୍ ଯୋଗୁଁ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ତେବେ ଏଭଳି ସ୍ଥଳେ ତାଙ୍କୁ 50 ହଜାର ଟଙ୍କା ସାହାଯ୍ୟ ଯଥେଷ୍ଟ ନୁହେଁ ବୋଲି ସେ କହିଛନ୍ତି। ରାଜ୍ୟ ସରକାର ଏଥିପାଇଁ ଚାରି ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରନ୍ତୁ ବୋଲି ସେ ଲେଖିଛନ୍ତି। ସମାନ ଭାବରେ ଏଥିରେ ରାଜ୍ୟ ସରକାର 25ପ୍ରତିଶତ ଅର୍ଥାତ ଏକ ଲକ୍ଷ ଟଙ୍କା ଓ କେନ୍ଦ୍ର ସରକାର 75 ପ୍ରତିଶତ ଅର୍ଥାତ ତିନି ଲକ୍ଷ ଟଙ୍କା ପ୍ରତ୍ୟେକ କୋରୋନାରେ ମୃତ୍ୟୁ ବରଣ କରିଥିବା ପରିବାରକୁ ଦିଅନ୍ତୁ ବୋଲି ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

Last Updated :Nov 27, 2021, 10:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.