ମହୁମାଛି ଆକ୍ରମଣରେ ନାବାଳକ ମୃତ

author img

By

Published : Nov 30, 2022, 9:31 AM IST

ମହୁମାଛି ଆକ୍ରମଣରେ ଶିଶୁ ମୃତ

ବଲାଙ୍ଗୀରର କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ରାଜାମୁରା ଗ୍ରାମରେ ମହୁମାଛି ଆକ୍ରମଣରେ ନାବାଳକ ମୃତ । ଅଧିକ ପଢନ୍ତୁ

ବଲାଙ୍ଗୀର: ମହୁମାଛି ଆକ୍ରମଣରେ ନାବାଳକର ମୃତ୍ୟୁ ହୋଇଛି । ଏଭଳି ଘଟଣା ଘଟିଛି ବଲାଙ୍ଗୀରର କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ରାଜା ମୁରା ଗ୍ରାମରେ । ଉକ୍ତ ଗ୍ରାମର ପିଙ୍କୁ ରଣାଙ୍କ 13 ବର୍ଷର ପୁଅ ବିଲକୁ ଯାଇ ଆଉ ଫେରି ନଥିଲେ । ଏନେଇ ଘର ଲୋକ ଖୋଜାଖୋଜି କରି ବାଳକକୁ ବିଲରେ ଅଚେତ୍ ଅବସ୍ଥାରେ ପଡିଥିବାର ଦେଖିଥିଲେ । ଦେହସାରା ମହୁ ମାଛି କାମୁଡିଥିବା ଦେଖିବାକୁ ପାଇଥିଲେ ।

ସଙ୍ଗେ ସଙ୍ଗେ ପରିବାରଲୋକେ ନାବାଳକକୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ମଙ୍ଗଳବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ସେପଟେ ପୋଲିସ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏହି ଘଟଣାକୁ ନେଇ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.