ETV Bharat / state

ସାବଧାନ ଅପରାଧି ! ବଲାଙ୍ଗୀରକୁ ଜଗିବ ତୃତୀୟ ନୟନ

author img

By

Published : Dec 25, 2022, 1:12 PM IST

CCTV installed in Balangir
ବଲାଙ୍ଗୀର ଲାଗିଲା ସିସିଟିଭି

ବଲାଙ୍ଗୀର ସହର ଏବେ ସିସିଟିଭି ନଜରରେ । ଲାଗିଲା ନୂଆ ଅତ୍ୟାଧୁନିକ ସିସିଟିଭି । ଖସିପାରିବେନି ଅପରାଧୀ । ଅଧିକ ପଢ଼ନ୍ତୁ

ବଲାଙ୍ଗୀର ଲାଗିଲା ସିସିଟିଭି

ବଲାଙ୍ଗୀର: ବଲାଙ୍ଗୀର ସମଗ୍ର ସହର ଏବେ ସିସିଟିଭି ନଜରରେ ରହିବ (CCTV installed in Balangir)। ଲାଗିଲା ଅତ୍ୟାଧୁନିକ ସିସିଟିଭି ବ୍ୟବସ୍ଥା । ଅପରାଧ, ଟ୍ରାଫିକ ସମସ୍ୟା ସହ ଅପରାଧୀଙ୍କୁ ଧରିବ ସିସିଟିଭି । ବଲାଙ୍ଗୀର ସହରରେ କ୍ରମଶଃ ବଢି ଚାଲିଛି ଅପରାଧ । ଅପରାଧୀଙ୍କୁ ଟ୍ରାକ କରିବା ପାଇଁ ଆଧୁନିକ ଜ୍ଞାନକୌଶଳର ଆବଶ୍ୟକତା ଥିଲା ।

ଏହାକୁ ନେଇ ଜିଲ୍ଲାପାଳ ଓ ବଲାଙ୍ଗୀର ଏସପି ଏକ ସ୍ୱତନ୍ତ୍ର ବ୍ୟବସ୍ଥା ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦକୁ ଜଣାଇଥିଲେ । ପଶ୍ଚିମ ଓଡିଶା ବିକାଶ ପରିଷଦ ଏହା ପାଇଁ ଅନୁଦାନ ଦେଇଥିବା ବେଳେ ଏବେ ସହରରେ ଅତ୍ୟାଧୁନିକ ସିସିଟିଭି କ୍ୟାମେରା ବ୍ୟବସ୍ଥା ଲାଗିଛି।ଏହି ସିସିଟିଭି କ୍ୟାମେରା ଦିନ ରାତି କାମ କରିବ । ଏହାସହ ଭିଡ ମଧ୍ୟରେ ଲୋକଙ୍କ ଚେହେରା, ଗାଡି ନମ୍ବର ପ୍ଲେଟ ଇତ୍ୟାଦି ରେକର୍ଡ କରିପାରିବ ।

ଏହି ରେକର୍ଡ ଆଗକୁ ପୋଲିସ ପାଖରେ ଥିବା ଅପରାଧୀଙ୍କ ଡାଟାବେଶ ମଧ୍ୟରୁ ସମ୍ପୃକ୍ତ ଅପରାଧୀକୁ କ୍ଷଣିକେ ଚିହ୍ନଟ କରିପାରିବା ଭଳି ବ୍ୟବସ୍ଥା ରହିଛି । ସମାନ ଭାବରେ ଏହି ଡାଟା ଓଡିଶାର ପିପିଏନଏସ ଡାଟା ସହିତ ମଧ୍ୟ ଯୋଡ଼ାଯିବ । ଏହା ଅପରାଧୀଙ୍କୁ ଟ୍ରାକ କରିବାରେ ସମର୍ଥ ହେବ ବୋଲି କୁହାଯାଇଛି । ବଲାଙ୍ଗୀରରେ ପୂର୍ବରୁ 24ଟି କ୍ୟାମେରା ଲାଗିଥିଲା ।

ଏବେ ପୁଣି ଶହେଟି ନୂଆ ଅତ୍ୟାଧୁନିକ କ୍ୟାମେରା ଲାଗିଛି । ଯାହା ଲୋକଙ୍କ ଚେହେରା, ନମ୍ବର ପ୍ଲେଟ ରେକର୍ଡ କରି ପାରିବାର କ୍ଷମତା ରଖିଛି । ଫଳରେ ବଲାଙ୍ଗୀରରେ ଅପରାଧ ରୋକି ହେବ ବୋଲି ବଲାଙ୍ଗୀର ଏସପି ନିତିନ କୁସଲକର କହିଛନ୍ତି । ସେହିପରି ଆଗକୁ ସହର ମଧ୍ୟରେ ଟ୍ରାଫିକ ନିୟମ କଡାକଡି କରାଯିବ। ଇ-ଚାଲାଣ ଏହା ଦ୍ବାରା କଟାଯିବ ବୋଲି ଏସପି କହିଛନ୍ତି ।

ସେହିପରି ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ଏହି ବ୍ୟବସ୍ଥାର ଉଦଘାଟନ କରି ବଲାଙ୍ଗୀରରେ ଏହାର ଆବଶ୍ୟକ ଥିଲା ବୋଲି କହିଛନ୍ତି । ଅପରାଧକୁ ରୋକିବାକୁ ହେଲେ ଆଧୁନିକ ଟେକ୍ନୋଲୋଜି ବ୍ୟବହାର କରିବାକୁ ପଡିବ ବୋଲି ଅସିତ ତ୍ରିପାଠୀ କହିଛନ୍ତି । ତାଙ୍କ ଅନୁଦାନର ଏଠି ସଦଉପଯୋଗ ହୋଇଛି ଓ ତାହା ମଧ୍ୟ ଖୁବ ଅଳ୍ପ ସମୟରେ ଏଠିକାର ପ୍ରଶାସନ କରି ଦେଖାଇଥିବାରୁ ଉଭୟ ଏସପି ଓ ଜିଲ୍ଲାପାଳଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସୂଚନାନୁସାରେ ଓଡ଼ିଶାର ସ୍ମାର୍ଟ ସିଟି ଭୁବନେଶ୍ୱର ଓ କଟକ ପରେ ବଲାଙ୍ଗୀରରେ ଲାଗିଲା ସିସିଟିଭି ସୁରକ୍ଷା ବ୍ୟବସ୍ଥା । ସାରା ସହର ଜଗିବ ସିସିଟିଭି । ଏନେଇ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ଡବ୍ଲୁଓଡିସି ଅଧ୍ୟକ୍ଷ (Chairman of Western Odisha Development Council)।

ଏହାମଧ୍ୟ ପଢ଼ନ୍ତୁ. ବଲାଙ୍ଗୀରରେ କାର୍ଯ୍ୟକ୍ଷମ ହେବ CCTV, ସହର ଜଗିବ ତୃତୀୟ ନୟନ

ତେବେ ଏହି ବ୍ୟବସ୍ଥା ଏଠି ଲାଗୁ ହେବା ଓଡ଼ିଶାରେ ପ୍ରଥମ ବୋଲି ଅସିତ ତ୍ରିପାଠୀ କହିଛନ୍ତି । ଯାହା ଆଗକୁ ଅପରାଧ ରୋକିବାରେ ସଫଳ ହେବ। ତେବେ ବଲାଙ୍ଗୀରରେ ପୂର୍ବରୁ ଫାଇବର ଅପ୍ଟିକାଲ ବ୍ୟବସ୍ଥା ଥିଲା । ଏହି ବ୍ୟବସ୍ଥା ଦ୍ୱାରା ଏବେ ହାଇସ୍ପିଡ ଡାଟା ପ୍ରୋସେସ ହୋଇପାରିବ। ଆଗକୁ ଜିଲ୍ଲାର ସବୁ ଥାନାକୁ ମଧ୍ୟ ଏଭଳି ସଂଯୋଗ କରି ଅପରାଧ ରୋକିବା ସହ ଟ୍ରାଫିକ ବ୍ୟବସ୍ଥା ସୁଦୃଢ଼ କରିହେବ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.