ETV Bharat / state

ଲାଞ୍ଚ ନେଇ ଧରାପଡିଲେ ସେକ୍ସନ ଅଧିକାରୀ

author img

By

Published : Apr 1, 2022, 1:34 PM IST

ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ ବାବୁ ଜଣଙ୍କ । ଅଧିକ ପଢନ୍ତୁ

ଲାଞ୍ଚ ନେଇ ଧରାପଡିଲେ ସେକ୍ସନ ଅଧିକାରୀ
ଲାଞ୍ଚ ନେଇ ଧରାପଡିଲେ ସେକ୍ସନ ଅଧିକାରୀ

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ ବାବୁ ଜଣଙ୍କ । ବଲାଙ୍ଗୀର ଆଗଲପୁର ବ୍ଲକ ତହସିଲରେ କାର୍ଯ୍ୟରତ ଥିବା ସେକ୍ସନ ଅଧିକାରୀ କିଶୋର କୁମାର ଖରସେଲ ୩୫ ହଜାର ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ।

ଲାଞ୍ଚ ନେଇ ଧରାପଡିଲେ ସେକ୍ସନ ଅଧିକାରୀ

ସୂଚନାଅନୁସାରେ, ଆଗଲପୁର ବିଞ୍ଝା ପାଳି ଗ୍ରାମର କୃଷ୍ଣ ଚନ୍ଦ୍ର ସାହୁଙ୍କ ଏକ ବାଲି ଟ୍ରାକ୍ଟରକୁ ଧରିଥିଲେ ଅଧିକାରୀ ଜଣଙ୍କ । ଏହାକୁ ସଲା ସୁତୁରା କରିବା ପାଇଁ ୭୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଯେଉଁଥିରେ ପ୍ରଥମେ 35 ହଜାର ଟଙ୍କା ଦେବାକୁ ସେ କହିଥିଲେ । ତେବେ ପୀଡିତ ଜଣକ ଏହାର ଅଭିଯୋଗ ବଲାଙ୍ଗୀର ଭିଜିଲାନ୍ସ ପାଖରେ କରିଥିଲେ । ଯାହା ପରେ ଭିଜିଲାନ୍ସ ବିଭାଗ ଆଜି ତାହାସଲ କାର୍ଯ୍ୟାଳୟରେ ଟଙ୍କା ନେଉଥିବା ବେଳେ ତାଙ୍କ ଘଟଣାସ୍ଥଳରେ ଚଢ଼ାଉ କରି ଧରିଥିଲେ।

ଏହା ସହିତ ତାଙ୍କ ପାଖରୁ 35 ହଜାର ଟଙ୍କା ନଗଦ ଜବତ ମଧ୍ୟ କରିଛି ଭିଜିଲାନ୍ସ । ସରକାରୀ ବାବୁଙ୍କ ଆଗଲପୁର ସ୍ଥିତ କାର୍ଯ୍ୟାଳୟ ଓ ବଲାଙ୍ଗୀର ହାଥିସାଲପଡା ସରକାରୀ ବାସଭବନରେ ଭିଜିଲାନ୍ସ ଚଢ଼ଉ ଜାରି ରଖିଛି।

ବଲାଙ୍ଗୀରରୁ ସେଖ ମହମ୍ମଦ ୱାହିଦ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.