ETV Bharat / state

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ବିଇଓ ଅଫିସ ଆକାଉଣ୍ଟାଣ୍ଟ

author img

By ETV Bharat Odisha Team

Published : Aug 25, 2023, 2:16 PM IST

ଭିଜିଲାନ୍ସ ହାତରେ ଧରାପଡିଲେ ବିଇଓ ଅଫିସ ଆକାଉଣ୍ଟାଣ୍ଟ
ଭିଜିଲାନ୍ସ ହାତରେ ଧରାପଡିଲେ ବିଇଓ ଅଫିସ ଆକାଉଣ୍ଟାଣ୍ଟ

ପେନସନ ପାଇଁ ଶିକ୍ଷକଙ୍କ ଠାରୁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ବିଇଓ ଅଫିସ ଆକାଉଣ୍ଟାଣ୍ଟ । ଅଧିକ ପଢନ୍ତୁ

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ବିଇଓ ଅଫିସ ଆକାଉଣ୍ଟାଣ୍ଟ । ପେନସନ ପାଇଁ ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ ଟିମ୍ । ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଆକାଉଣ୍ଟାଣ୍ଟ ଆଜି ଲାଞ୍ଚ ନେବା ସମୟରେ ଧରାପଡିଛନ୍ତି । ଏହି ଲାଞ୍ଚୁଆ ଆକାଉଣ୍ଟାଣ୍ଟଙ୍କ ନାମ ଅଜୟ ଖୁଣ୍ଟିଆ । ଜଣେ ଶିକ୍ଷକଙ୍କ ପେନସନ ଫାଇଲ ପାଇଁ ୧୮ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏହି ସମୟରେ ପୂର୍ବରୁ ଛକି ବସିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ମାଡି ବସିଥିଲା । ଲାଞ୍ଚ ଟଙ୍କା ଜବତ କରିବା ସହ ଆକାଉଣ୍ଟାଣ୍ଟଙ୍କ ତିନୋଟି ଠିକଣାରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ ।

ଅଭିଯୋଗ ଅନୁସାରେ, ଜଣେ ସହାୟକ ଶିକ୍ଷକ ତାଙ୍କ ଏନପିଏ ପେନସନ ସ୍କିମ ପାଇଁ ବ୍ଲକ ଶିିକ୍ଷାଧିକାରୀ କାର୍ଯ୍ୟାଳୟ ଦଉଡ଼ି ଦଉଡ଼ି ନୟାନ୍ତ ହୋଇଥିଲେ । ସେଠାରେ କାର୍ଯ୍ୟରତ ଆକାଉଣ୍ଟାଣ୍ଟ ଅଜୟ ଖୁଣ୍ଟିଆ ତାଙ୍କୁ ପେନସନ ପାଇଁ ୧୮ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଶିକ୍ଷକ ଜଣକ ଏ ସମ୍ପର୍କରେ ବଲାଙ୍ଗୀର ଭିଜିଲାନ୍ସ ପାଖରେ ଅଭିଯୋଗ କରିଥିଲେ । ଏହାପରେ ଯୋଜନା ଅନୁଯାୟୀ, ସେ ଆଜି ଆକାଉଣ୍ଟାଣ୍ଟଙ୍କୁ ଟଙ୍କା ଦେବାକୁ ଆସିଥିଲେ । ତାଙ୍କ ଠାରୁ ଅଜୟ ଖୁଣ୍ଟିଆ ଲାଞ୍ଚ ନେବା ସମୟରେ ଛକି ରହିଥିବା ଭିଜିଲାନ୍ସ ଟିମ୍ ଚଢାଉ କରିଥିଲେ । ଲାଞ୍ଚ ଟଙ୍କା ଜବତ କରିବା ସହ ବଲାଙ୍ଗୀର ଭିଜିଲାନ୍ସ ଓ ଅନ୍ୟ ଦୁଇ ଭିଜିଲାନ୍ସ ଟିମ୍ ଏବେ ଏକକାଳୀନ ତିନୋଟି ସ୍ଥାନରେ ଚଢାଉ ଜାରି ରଖିଛନ୍ତି । ଆକାଉଣ୍ଟାଣ୍ଟଙ୍କ ସଇଁତଳା ସ୍ଥିତ ତାଙ୍କ କାର୍ଯ୍ୟାଳୟ, ପୈତୃକ ଘରେ ଚଢ଼ାଉ ଚାଲିଥିବା ସୂଚନା ମିଳିଛି ।

ଏହାମଧ୍ୟ ପଢନ୍ତୁ : Vigilance Raid: ଭିଜିଲାନ୍ସ ଜାଲରେ ରାୟଗଡ଼ା ଡିଏଫଓ, ଏକକାଳୀନ 7ଟି ସ୍ଥାନରେ ରେଡ

ଏହାସହିତ ସମ୍ବଲପୁର ଭିଜିଲାନ୍ସ କେସ ନମ୍ବର ୨୨ରେ ୟୁସି 7ପିସି ଏକ୍ଟରେ ମାମଲା ରୁଜୁ କରିଥିବାର ଭିଜିଲାନ୍ସ ବିଭାଗ ସୂଚନା ଦେଇଛି । ବର୍ତ୍ତମାନ ଚଢାଉ ଓ ଛାନଭିନ୍ ଜାରି ରହିଥିବା ବେଳେ ଏହା ସରିବା ପରେ ଆହୁରି ଅନେକ ତଥ୍ୟ ସାମ୍ନାକୁ ଆସିବ ବୋଲି ଭିଜିଲାନ୍ସ କହିଛି । ତେବେ ବଲାଙ୍ଗୀର ଜିଲ୍ଲାରେ ଭିଜିଲାନ୍ସ ବିଭାଗ କିଛି ଦିନ ବ୍ୟବଧାନରେ ପୁଣି ଜଣେ ଲାଞ୍ଚୁଆ ସରକାରୀ ଅଧିକାରୀଙ୍କୁ ଧରିଛି ।

ଏହାମଧ୍ୟ ପଢନ୍ତୁ : କୋଟିପତି ରାୟଗଡା ଡିଏଫଓ, ଚଢାଉ ପରେ ଗିରଫ କଲା ଭିଜିଲାନ୍ସ

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.