ETV Bharat / state

ସାଙ୍ଘାତିକ ଅଭିଯୋଗ: ଜମିଜମା ବିବାଦରେ ଯୁବକକୁ ଗଡି ଚଢାଇ ମାରିବାର ଉଦ୍ୟମ !

author img

By

Published : May 21, 2022, 10:27 PM IST

ବଲାଙ୍ଗୀରରେ ଆଜି(ଶନିବାର) ଏକ ସିରିଜ୍ ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି । ସେପଟେ ଦୁର୍ଘଟଣା ଘଟାଇଥିବା ମିନି ଟ୍ରକର ନମ୍ବର ମିଛ ଥିବା ବେଳେ ସେହି ଟ୍ରକ୍ ଦ୍ବାରା ଜମିଜମା ବିବାଦରେ ଜଣେ ଯୁବକକୁ ମାରିବା ଉଦ୍ଦେଶ୍ୟରେ ଏହା ଘଟିଥିବାର ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ସାଙ୍ଘାତିକ ଅଭିଯୋଗ: ଜମିଜମା ବିବାଦରେ ଯୁବକକୁ ଗଡି ଚଢାଇ ମାରିବାର ଉଦ୍ୟମ
ସାଙ୍ଘାତିକ ଅଭିଯୋଗ: ଜମିଜମା ବିବାଦରେ ଯୁବକକୁ ଗଡି ଚଢାଇ ମାରିବାର ଉଦ୍ୟମ

ବଲାଙ୍ଗୀର: ବଲାଙ୍ଗୀରରେ ଆଜି (ଶନିବାର) ଏକ ସିରିଜ୍ ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି । ସେପଟେ ଦୁର୍ଘଟଣା ଘଟାଇଥିବା ମିନି ଟ୍ରକର ନମ୍ବର ମିଛ ଥିବା ବେଳେ ସେହି ଟ୍ରକ୍ ଦ୍ବାରା ଜମିଜମା ବିବାଦରେ ଜଣେ ଯୁବକକୁ ମାରିବା ଉଦ୍ଦେଶ୍ୟରେ ଏହା ଘଟିଥିବାର ଅଭିଯୋଗ ହୋଇଛି । ତେବେ ଆଜି ବଲାଙ୍ଗୀର ସହର ଉପକଣ୍ଠ ଆରଟିଓ କାର୍ଯ୍ୟଳୟ ଛକ ଟିଟିଲାଗଡ ରାସ୍ତାରେ ଏହି ଘଟଣା ଘଟିଥିଲା । ଏକ ମିନି ଟ୍ରକ୍ ୫, ୬ଟି ଗାଡ଼ିକୁ ଧକ୍କା ଦେଇଥିଲା । ଯେଉଁଥିରେ ବାଇକରେ ଆସୁଥିବା ବରଗଡ ସହର ସମଲେଇ ପଡ଼ାର ଯୁବକ ଶ୍ରୀକାନ୍ତ ବାଗଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି ।

ସାଙ୍ଘାତିକ ଅଭିଯୋଗ: ଜମିଜମା ବିବାଦରେ ଯୁବକକୁ ଗଡି ଚଢାଇ ମାରିବାର ଉଦ୍ୟମ

ସେପଟେ ଏହା ଏକ ସିରିଜ ଦୁର୍ଘଟଣା ଲାଗୁଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଆସିଥିବା ଗୁରୁତର ଅଭିଯୋଗ ଏହାକୁ ଭିନ୍ନ ମୋଡ଼ ଦେଇଛି । ତେବେ ଏଠି ରହୁଥିବା ରବିନ୍ଦ୍ର ନାୟକଙ୍କ ପରିବାର ସହ ଚିତ୍ତ ମହାନ୍ତିଙ୍କ ଜମିଜମା ବିବାଦ ରହିଥିଲା । ଯାହାପାଇଁ ଚିତ୍ତ ମହାନ୍ତି ନିଜେ ମିନି ଟ୍ରକ ଚଳାଇ ରବିନ୍ଦ୍ର ନାଏକଙ୍କ ସାନ ପୁଅ କୁନା ନାୟକକୁ ଗାଡ଼ି ଚଢାଇ ହତ୍ୟା କରିବାର ଉଦ୍ୟମ କରିଥିଲା ବୋଲି ନିଜେ ରବିନ୍ଦ୍ର ନାୟକ କହିଛନ୍ତି । ସେପଟେ ଯୁବକ କୁନା ନାୟକ ଏଥିରେ ଆହତ ହୋଇ ଏବେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ ଚିକିତ୍ସିତ ଅଛନ୍ତି ।

ସେହିପରି ଆଗରୁ ମଧ୍ୟ ଏହି ଟ୍ରକରେ ରବିନ୍ଦ୍ର ନାୟକଙ୍କ ବଡ଼ ପୁଅକୁ ମଧ୍ୟ ସେ ଗାଡ଼ି ଚଢାଇ ହତ୍ୟା ଉଦ୍ୟମ କରିଥିବା ବେଳେ ଏବେ ସେ ବୁର୍ଲା ଡ଼ାକ୍ତରଖାନାରେ ଚିକିତ୍ସାଧୀନ ଥିବାର କହିଛନ୍ତି ରବିନ୍ଦ୍ର ନାୟକ । ଅନ୍ୟପଟେ ଚିତ୍ତ ମହାନ୍ତି ଚଳାଉଥିବା ଏହି ଦୁର୍ଘଟଣାଗ୍ରସ୍ତ ମିନି ଟ୍ରକର ନମ୍ବର ପ୍ଲେଟ ମିଛ ଥିବା ବେଳେ ପ୍ଲେଟରେ କାଳି ବୋଳାଯାଇଥିଲା । ସମାନ ଭାବରେ ନିଜେ ଚିତ୍ତ ମହାନ୍ତି ମଧ୍ୟ ଏଥିରେ ଆହତ ହୋଇ ଏବେ ଚିକିତ୍ସାଧୀନ ଅଛି । ତେବେ ପୋଲିସ୍ ପାଖରେ ଏହାର ଅଭିଯୋଗ ଆସିଥିବା ବେଳେ ପୋଲିସ୍ କ’ଣ ତଦନ୍ତ କରୁଛି ତାହା ଦେଖିବାକୁ ବାକି ରହିଲା ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.