ETV Bharat / state

ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

author img

By

Published : Jun 5, 2021, 9:46 AM IST

ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

ତୁରେକେଲା ଥାନା ବରିଆଳି ଗାଁରେ ଜଣେ ବିବାହିତ ମହିଳାଙ୍କ ମୃତଦେହ ଘରୁ ଉଦ୍ଧାର ହୋଇଛି । ତେବେ ଏ ନେଇ ମୃତ ମହିଳାଙ୍କ ଭାଇ କାମେଶ୍ବର ଛୁରା ତାଙ୍କ ଭଉଣୀଙ୍କୁ ହତ୍ୟା କରାଯାଇଥିବା ତୁରେକେଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ବଲାଙ୍ଗୀର: ତୁରେକେଲା ଥାନା ବରିଆଳି ଗାଁରେ ଜଣେ ବିବାହିତ ମହିଳାଙ୍କ ମୃତଦେହ ଘରୁ ଉଦ୍ଧାର ହୋଇଛି । ମୃତକ ଜଣକ ହେଲେ କ୍ଷୀର ସଗ୍ରୀଆ । ତେବେ ଏନେଇ ମୃତ ମହିଳାଙ୍କ ଭାଇ କାମେଶ୍ବର ଛୁରା ତାଙ୍କ ଭଉଣୀଙ୍କୁ ହତ୍ୟା କରାଯାଇଥିବା ତୁରେକେଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତୁରେକେଲା ପୋଲିସ ମୃତ କ୍ଷୀରଙ୍କ ସ୍ବାମୀ ତୁଲାରାମ ସଗ୍ରୀଆଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଦେଇଛି ।

ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

ସୂଚନା ଅନୁସାରେ ଦୀର୍ଘ ୧୫ ବର୍ଷ ହେବ ତୁଲାରାମ ଏବଂ କ୍ଷୀରଙ୍କ ବିବାହ ହୋଇଥିଲା । ତେବେ ପ୍ରାୟ ସମୟରେ ଉଭୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡା ହେଉଥିଲା । କିନ୍ତୁ କିଛି ମାସ ପୂର୍ବରୁ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିବା ବେଳେ ତୁରେକେଲା ଥାନାରେ ସ୍ବାମୀ ସ୍ତ୍ରୀଙ୍କ ଆପୋଷ ବୁଝାମଣା ମଧ୍ୟ ହୋଇଥିଲା । ତେବେ ସକାଳ ସମୟରେ କ୍ଷୀରଙ୍କ ମୃତଦେହ ଘରେ ପଡିଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି ।

ପୋଲିସ ମୃତଦେହ ଜବତ କରି କଣ୍ଟାବାଞ୍ଜି ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.