ETV Bharat / state

ଟ୍ରେନ ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ, ମୃତଦେହ ସତ୍କାର କଲା ସ୍ବଚ୍ଛାସେବୀ ସଂଗଠନ

author img

By

Published : May 30, 2023, 2:46 PM IST

ଟ୍ରେନରେ ଧକ୍କାରେ ଜଣେ ଅସହାୟ ବୃଦ୍ଧାଙ୍କ ମୃତ୍ୟୁ
ଟ୍ରେନରେ ଧକ୍କାରେ ଜଣେ ଅସହାୟ ବୃଦ୍ଧାଙ୍କ ମୃତ୍ୟୁ

ଟ୍ରେନରେ ଧକ୍କାରେ ଜଣେ ଅସହାୟ ବୃଦ୍ଧାଙ୍କ ମୃତ୍ୟୁ । ସ୍ବଚ୍ଛାସେବୀ ସଂଗଠନ କଲେ ଶେଷକୃତ୍ୟ । ଅଧିକ ପଢ଼ନ୍ତୁ

ଟ୍ରେନରେ ଧକ୍କାରେ ଜଣେ ଅସହାୟ ବୃଦ୍ଧାଙ୍କ ମୃତ୍ୟୁ

ବଲାଙ୍ଗୀର: ବଲାଙ୍ଗୀରରେ ଅଭାବନୀୟ ଘଟଣା । ଟ୍ରେନରେ ଧକ୍କାରେ ଜଣେ ଅସହାୟ ବୃଦ୍ଧାଙ୍କ ମୃତ୍ୟୁ । ବୃଦ୍ଧାଙ୍କ ଶେଷକୃତ୍ୟ ସମ୍ପନ୍ନ କଲା ସ୍ବେଚ୍ଛା ସେବୀ ସଂଗଠନ । ବଲାଙ୍ଗୀର ସହର ମଧ୍ୟରେ ଦୀର୍ଘ ଦିନ ହେବ ଜଣେ ଅସହାୟ ବୃଦ୍ଧା ଭିକ୍ଷା ବୃତ୍ତି କରି ଚଲୁଥିଲେ । ଏଠି ସେଠି ରହି ଦିନ କାଟୁଥିଲେ । କିଏ ମୁଠାଏ ଦେଲେ ତାହାକୁ ଖାଇ ସେ ଚଲି ଆସୁଥିଲେ । ସେ କେଉଁଠୁ ସହରକୁ ଆସିଥିଲେ। ତାଙ୍କର କଣ ପରିଚୟ ତାହା ଜଣା ପଡି ନଥିଲା । ଏପରିକି ସେ କିଛି ଠିକ୍‌ରେ କହି ପାରୁନ ଥିଲେ। ତେବେ ଏଭଳି ଅବସ୍ଥାରେ ତାଙ୍କର ଥଇଥାନ ପାଇଁ ଲୋକେ ଦାବି କରୁଥିଲେ । ହେଲେ ତାପୂର୍ବରୁ ଏହି ଅସହାୟ ବୃଦ୍ଧାଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି ।

ଗତ 25 ତାରିଖରେ ବଲାଙ୍ଗୀର ଖୁଜେନ ପାଳି ରେଳ ଫାଟକ ପାରି ହେଉଥିବା ବେଳେ ତାଙ୍କୁ ଟ୍ରେନ ଧକ୍କା ଦେଇଥିଲା । ଯାହାଫଳରେ ତାଙ୍କର ଗୋଟିଏ ଗୋଡ଼ କଟି ଯାଇ ସେ ଗୁରୁତର ଆହତ ହୋଇଥିଲେ । ତେବେ ରେଳବାଇ ପୋଲିସ ତାଙ୍କୁ ସେଠାରୁ ଉଦ୍ଧାର କରି ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇ ଘଟିଥିଲା । ତାଙ୍କର ପରିଚୟ ଓ ସମ୍ପର୍କୀୟଙ୍କୁ ଖୋଜିବା ପାଇଁ ପୋଲିସ ପ୍ରଚେଷ୍ଟା କରିଥିଲା । ହସ୍ପିଟାଲରେ ମୃତଦେହ ତିନିଦିନ ରହିବା ପରେ କେହି ନଆସିବାରୁ ପୋଲିସ ଆଜି ତାଙ୍କର ମରଶରୀରକୁ ବଲାଙ୍ଗୀର ସ୍ବଚ୍ଛାସେବୀ ସଂଗଠନକୁ ଦେଇଥିଲା । ତେବେ ବଲାଙ୍ଗୀର ସ୍ବଚ୍ଛା ସେବୀ ସଂଗଠନର କର୍ମକର୍ତ୍ତା ମାନେ ଆଜି ମୃତଦେହକୁ ବଲଙ୍ଗୀର ବିଭୁତିପଡ଼ା ଶ୍ମସାନ ଘାଟରେ ହିନ୍ଦୁ ରୀତିନୀତିରେ ମୃତଦେହ ସତ୍କାର ହୋଇଥିଲା ।

ସଂଗଠନର ସଦସ୍ୟ ରବୀନ୍ଦ୍ର ପ୍ରଧାନ କହିଛନ୍ତି, "ପୋଲିସ ପାଖରୁ ସେମାନେ ଏହି ଅସହାୟ ବୃଦ୍ଧାଙ୍କ ବିଷୟରେ ଜାଣିବାକୁ ପାଇଥିଲେ । ଏବଂ ଟ୍ରେନ ଧକ୍କାରେ ସେ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ତାଙ୍କ ମୃତଦେହକୁ କେହି ନେଇ ନେବାରୁ ଆଜି ଆମେ ସମ୍ମାନର ସହ ମୃତଦେହ ସତ୍କାର କରିଛୁ ।" ସେପଟେ ବଲାଙ୍ଗୀର ଟାଉନ ପୋଲିସ ବୃଦ୍ଧାଙ୍କ ମୃତ୍ୟୁକୁ ଏକ ଅପମୃତ୍ୟୁ ମାମଲାରେ ଟାଉନ୍‌ ଥାନାରେ ରୁଜୁ କରିଥିଲା । ଦୁର୍ଘଟଣା ଦିନରୁ ବୃଦ୍ଧାଙ୍କ ପରିଚୟ ଓ ପରିଚିତଙ୍କୁ ଖୋଜିବାକୁ ଉଦ୍ୟମ କରିଥିଲା । ହେଲେ ମଧ୍ୟରେ ବୃଦ୍ଧାଙ୍କ ମୃତ୍ୟୁ ପରେ ମଧ୍ୟ ପରିଚୟ ମିଳିନ ଥିଲା । ଶେଷରେ ସ୍ବଚ୍ଛାସେବୀ ସଂଗଠନ ଶେଷ କାର୍ଯ୍ୟ ସମ୍ପର୍ଣ୍ଣ କରିଥିଲେ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.