ସ୍ବତନ୍ତ୍ର ଡ୍ରାଇଭ୍ ମିଶନରେ 25 ଦାଦନ ଉଦ୍ଧାର

author img

By

Published : Nov 24, 2022, 3:15 PM IST

ସ୍ବତନ୍ତ୍ର ଡ୍ରାଇଭ୍ ମିଶନରେ 25 ଦାଦନ ଉଦ୍ଧାର

ବଲାଙ୍ଗୀର ପୋଲିସର ସ୍ବତନ୍ତ୍ର ଡ୍ରାଇଭ୍ ମିଶନ ଉଦ୍ଧାର । 25 ଜଣ ଦାଦନ ଶ୍ରମିକ ଉଦ୍ଧାର । ବଲାଙ୍ଗୀର ଜିଲ୍ଲାରେ ବେଆଇନ ଦାଦନ ଚାଲାଣ ରୋକିବାକୁ ପୋଲିସର ମିଶନ ଉଦ୍ଧାର କାର୍ଯ୍ୟକ୍ରମ । ବାହାର ରାଜ୍ୟକୁ 25 ଜଣ ଦାଦନ ଚାଲାଣ ବେଳେ ଉଦ୍ଧାର ହୋଇଛନ୍ତି । ଅଧିକ ପଢନ୍ତୁ

ବଲାଙ୍ଗୀର: ବଲାଙ୍ଗୀର ପୋଲିସର ସ୍ବତନ୍ତ୍ର ଡ୍ରାଇଭ୍ ମିଶନ ଉଦ୍ଧାର । 25 ଜଣ ଦାଦନ ଶ୍ରମିକ ଉଦ୍ଧାର । ଦାଦନ ପ୍ରବଣ ବଲାଙ୍ଗୀର ଜିଲ୍ଲାରେ ବେଆଇନ ଦାଦନ ଚାଲାଣ ରୋକିବାକୁ ପୋଲିସର ସ୍ବତନ୍ତ୍ର ଡ୍ରାଇଭ୍ ମିଶନ ଉଦ୍ଧାର । ଯେଉଁଥିରେ ଦୈନନ୍ଦିନ ପୋଲିସ୍ ବିଭିନ୍ନ ଅଞ୍ଚଳରୁ ଦାଦନ ଚାଲାଣ ବେଳେ ସେମାନଙ୍କୁ ଉଦ୍ଧାର କରୁଛି । ଏହିଭଳି ଆଜି କଳାହାଣ୍ଡି ଜିଲ୍ଲାରୁ ବଲାଙ୍ଗୀର ଦେଇ ଦାଦନ ବେଆଇନ ଚାଲାଣ ବେଳେ ପୁଣି 25 ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି ।

ସ୍ବତନ୍ତ୍ର ଡ୍ରାଇଭ୍ ମିଶନରେ 25 ଦାଦନ ଉଦ୍ଧାର

ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ପୋଲିସ୍ ଆଜି ପାଟ୍ରୋଲିଂ କରୁଥିବା ବେଳେ ତିନୋଟି ଚାରି ଚକିଆକୁ ସନ୍ଦେହରେ ଅଟକାଇଥିଲେ । ତେବେ ସେହି ୩ଟି ଗାଡିରେ ବେଆଇନ ଦାଦନ ଶ୍ରମିକ ଚାଲାଣ ହେଉଥିବାର ପୋଲିସ୍ ଜାଣିବା ପରେ ସମସ୍ତଙ୍କୁ ସେଠୁ ଉଦ୍ଧାର କରିଥିଲା । ସେହିପରି ଏହି ଘଟଣାରେ ସଂପୃକ୍ତ ଥିବା ତିନି ଜଣା ଦାଦନ ସର୍ଦ୍ଦାରଙ୍କୁ ମଧ୍ୟ ପୋଲିସ୍ ଗିରଫ କରିଛି ।

ସୂଚନା ଅନୁଯାୟୀ, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ଦାଦନ ଶ୍ରମିକ ମାନଙ୍କୁ ବଲାଙ୍ଗୀର କଣ୍ଟାବାଞ୍ଜି ରେଳ ଷ୍ଟେସନରୁ ଆନ୍ଧ୍ରକୁ ଚାଲାଣ କରା ଯାଉଥିଲା । ଯେଉଁଥିରେ 11 ଜଣ ମହିଳା ଥିବା ବେଳେ ୮ ଜଣ ପୁରୁଷ ଓ ୬ ଜଣ ଶିଶୁ ଥିବାର ଜଣା ପଡ଼ିଛି । ସେପଟେ ଉଦ୍ଧାର ଶ୍ରମିକ ମାନଙ୍କୁ ନିଜ ନିଜ ଜିଲ୍ଲାର ଗାଁ ମାନଙ୍କୁ ପଠାଇ ଦିଆଯାଇଛି । ଉଦ୍ଧାର ଶ୍ରମିକ ମାନେ ପେଟ ପାଟଣା ପାଇଁ ତଥା ନିଜର ଜରୁରୀ ଖର୍ଚ୍ଚ ପାଇଁ ଦାଦନ ଖଟି ଯାଉଥିବାର କହିଛନ୍ତି ।

ବେଆଇନ ଦାଦନ ଚାଲାଣ ରୋକିବା ପାଇଁ ବଲାଙ୍ଗୀର ପୋଲିସ୍ ଏହିଭଳି ସ୍ବତନ୍ତ୍ର ଡ୍ରାଇଭ୍ ମିଶନ ଉଦ୍ଧାର ଚଳାଇଛି । ଏଥିରେ ଏଯାବତ୍ 39ଟି ମାମଲା ରୁଜୁ ହୋଇ ସାରିଥିବା ବେଳେ 63 ଜଣ ଦାଦନ ଦଲାଲ ଗିରଫ ହୋଇଛନ୍ତି । ସମାନ ଭାବରେ ବର୍ତ୍ତମାନ ସୁଦ୍ଧା ମୋଟ 666 ଜଣ ଦାଦନ ଶ୍ରମିକଙ୍କୁ ପୋଲିସ୍ ଉଦ୍ଧାର କରିଥିବା ନେଇ ସୂଚନା ଦେଇଛନ୍ତି ବଲାଙ୍ଗୀର ଏସପି । ସେହିପରି ଦାଦନଙ୍କୁ ଉଦ୍ଧାର କରିବା ସହ ତାଙ୍କର ଥଇଥାନ ପାଇଁ ମଧ୍ୟ ପୋଲିସ୍ ଓ ପ୍ରଶାସନ ମିଳିତ ଭାବରେ ପଦକ୍ଷେପ ନେଉଥିବା୦ ଏସପି କହିଛନ୍ତି । ଏଠି କାମ ଅଛି ତଥା ଏଥି ପାଇଁ ଲୋକଙ୍କୁ ସଚେତନ ମଧ୍ୟ କରା ଯାଉଥିବାର ସେ କହିଛନ୍ତି । ସେହିପରି ମିଶନ ଉଦ୍ଧାର ମାଧ୍ୟମରେ ଦାଦନ ଚାଲାଣ ଯଥା ସମ୍ଭବ ରୋକିବାକୁ ପ୍ରାୟସ ପୋଲିସ୍ କରୁଥିବାର ଏସପି ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.