ଡେରେଜାଙ୍ଗ ଡ୍ୟାମରେ ଯୁବକକୁ ହତ୍ୟା ଘଟଣା, 8 ଗିରଫ

author img

By

Published : Sep 20, 2021, 12:00 PM IST

ଡେରେଜାଙ୍ଗ ଡ୍ୟାମରେ ଯୁବକକୁ ହତ୍ୟା ଘଟଣା, 8 ଜଣଙ୍କୁ ଗିରଫ କଲା ପୋଲିସ

ଅନୁଗୋଳ ଜିଲ୍ଲା ସଦର ଥାନା ଡେରେଜାଙ୍ଗ ଡ୍ୟାମଠାରେ ଯୁବକକୁ ନିର୍ମମ ହତ୍ୟା ଘଟଣା । ଏନେଇ ଆଠ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ । ଅଧିକ ପଢନ୍ତୁ...

ଅନୁଗୋଳ: ଜିଲ୍ଲା ସଦର ଥାନା ଡେରେଜାଙ୍ଗ ଡ୍ୟାମଠାରେ ଯୁବକକୁ ନିର୍ମମ ହତ୍ୟା ଘଟଣା । ଏନେଇ ଆଠ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ରନ୍ତଲେଇ ଗାଁର ଜିତେନ୍ଦ୍ର ସାହୁ , ସଂଗ୍ରାମ ସାହୁ , ଜିତେନ୍ଦ୍ର ବିଶ୍ଵାଳ , ବିଭୁତି ସାହୁ , ମମତା ସାହୁ , ସୁବାସିନୀ ବେହେରା , ବାସନ୍ତୀ ସାହୁ ଓ ତରଣି ବେହେରା । ଏମାନେ ସମସ୍ତେ ମିଶି ଯୋଜନା ବଦ୍ଧ ଭାବେ ଜଗନ୍ନାଥକୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ଏନେଇ ଏକ ପ୍ରେସ ରିଲିଜ ମାଧ୍ୟମରେ ସୂଚନା ଦିଆଯାଇଛି ।

ଡେରେଜାଙ୍ଗ ଡ୍ୟାମରେ ଯୁବକକୁ ହତ୍ୟା ଘଟଣା, 8 ଜଣଙ୍କୁ ଗିରଫ କଲା ପୋଲିସ

ସୂଚନା ଅନୁସାରେ ଗତ ଶନିବାର ରାତିରେ ରନ୍ତଳେଇ ଗାଁର ଜଗନ୍ନାଥ ସେନାପତି ନାମକ ଜଣେ ଯୁବକଙ୍କ କ୍ଷତାକ୍ତ ମୃତଦେହ ଡେରଜାଙ୍ଗ ଡ୍ୟାମ ନିକଟରୁ ଉଦ୍ଧାର ହୋଇଥିଲା । ମୃତକର ମୁଣ୍ଡ ସଂପୂର୍ଣ୍ଣ ଛେଚା ଯାଇଥିବା ବେଳେ ଦେହରେ ଅନେକ କ୍ଷତ ଚିହ୍ନ ରହିଥିଲା । ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଜାଣିବା ସହ ହତ୍ୟାକାଣ୍ଡରେ ସମ୍ପୃକ୍ତ ୮ ଜଣଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି ।

ପୋଲିସ ସୂଚନା ମୁତାବକ ଜଗନ୍ନାଥ ୨ ଦିନ ତଳେ କୁଆଡେ ନିଶାଶକ୍ତ ଅବସ୍ଥାରେ ଗାଁର କିଛି ଲୋକଙ୍କ ଘରେ ପଶିବା ସହ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲା । ଯାହାକୁ ସହ୍ୟ କରି ପାରି ନଥିଲେ କିଛି ଲୋକ । ଜଗନ୍ନାଥ ଆଗରୁ ମଧ୍ୟ ଅନେକ ଥର ଏଭଳି କାଣ୍ଡ କରିଥିଲା । ଆଉ ଏଥିପାଇଁ ଜଗନ୍ନାଥକୁ ହତ୍ୟା କରିବାକୁ ଯୋଜନା କରା ଯାଇଥିଲା । ଯୋଜନା ଅନୁସାରେ ୨ ଜଣ ଯୁବକ ଏକ ମୋଟରସାଇକେଲରେ ଆସି ଜଗନ୍ନାଥକୁ ଭୋଜି କରିବା ବାହାନାରେ ଘରୁ ଡାକି ନେଇଥିଲେ । ଡେରେଜାଙ୍ଗ ଡ୍ୟାମ ହୁଡାରେ ପହଞ୍ଚିବା କ୍ଷଣି ଯୋଜନା ଅନୁସାରେ ୩ ଜଣ ମହିଳାଙ୍କ ସମେତ ମୋଟ ୮ ଜଣ ମିଶି ଜଗନ୍ନାଥକୁ ବାଡି, ଖଣ୍ଡା, ଛୁରି ଏବଂ ଲୁହା ରଡରେ ଆକ୍ରମଣ କରିଥିଲେ । ସମସ୍ତେ ମିଳିମିଶି ଜଗନ୍ନାଥଙ୍କୁ ସେଇ ହୁଡ଼ା ଉପରେ ମାରି ଦେଇଥିଲେ। ପୋଲିସ ହତ୍ୟାକାଣ୍ଡରେ ବ୍ୟବହାର ହୋଇଥୁବା ଠେଙ୍ଗା, ଟାଙ୍ଗିଆ, ଲୁହା ରଡ ଆଦିକୁ ମଧ୍ୟ ଜବତ କରିଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.