ETV Bharat / state

ବନ୍ତଳାରେ କାଳ ସାଜିଛି ଆମ୍ବ ଗୋଟାଇବା ! ପୁଣି ମହିଳାଙ୍କୁ ଦଳିଲା ଦନ୍ତା

author img

By

Published : May 7, 2023, 9:47 AM IST

elephant attack in angul
elephant attack in angul

ଆଜି ପୁଣି ଆମ୍ବ ଗୋଟାଇବା ପାଇଁ ଯାଇ ଚାଲିଗଲା ଏକ ଜୀବନ । ମହିଳାଙ୍କୁ କଚାଡି ମାରିଲା ଦନ୍ତା । ଅଧିକ ପଢନ୍ତୁ

elephant attack in angul

ଅନୁଗୋଳ: ଥମୁନି ହାତୀ ଆକ୍ରମଣ । ଲଗାତାର ମୁଣ୍ଡ ନେବାରେ ଲାଗିଛି ଦନ୍ତା । ଆଜି ପୁଣି ହାତୀ ଆକ୍ରମଣରେ ଯାଇଛି ଏକ ଜୀବନ । ଏଥର ବି ଆମ୍ବ ଗୋଟାଇବାକୁ ହୋଇଛି କାଳ । ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ଜଣେ ମହିଳାଙ୍କୁ କଚାଡି ମାରି ଦେଇଛି ହାତୀ । ମୃତ ମହିଳା ଜଣଙ୍କ ହେଲେ ବନ୍ତଳା ଥାନା ତଳଗଡ଼ ଗାଁର ବିଜୁଳି ସାହୁ । ବାରମ୍ବାର ହାତୀ ଆକ୍ରମଣରେ ଲୋକଙ୍କ ଜୀବନ ଯାଉଥିବାରୁ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି ।

ଅନୁଗୋଳ ଜିଲ୍ଲାର ଅନୁଗୋଳ ବନଖଣ୍ଡ ବନ୍ତଳା ବନାଞ୍ଚଳରେ ହାତୀ ନେଉଛନ୍ତି ଲୋକଙ୍କ ଜୀବନ । ଆଜି ପୁଣି ଜଣେ ମହିଳାଙ୍କୁ ହାତୀ କଚାଡି ମାରିଛି । ମୃତ ମହିଳା ଜଣଙ୍କ ହେଲେ ବନ୍ତଳା ଥାନା ତଳଗଡ଼ ଗାଁର ବିଜୁଳି ସାହୁ । ବିଜୁଳି ସକାଳ ସମୟରେ ଗାଁ ନିକଟରେ ଥିବା ଆମ୍ବ ତୋଟାକୁ ଆମ୍ବ ଗୋଟାଇବାକୁ ଯାଇଥିଲେ । ତେବେ ପୂର୍ବରୁ ସେଠାରେ ଏକ ହାତୀ ରହିଥିବା ବେଳେ ବିଜୁଳି ତା ସାମ୍ନାରେ ପଡିଯାଇଥିଲେ । ଫଳରେ ହାତୀଟି ତାଙ୍କୁ ଶୁଣ୍ଢରେ କଚାଡି ଦେବା ସହ ପାଦରେ ଦଳି ଦେଇଥିଲା । ଫଳରେ ଘଟଣାସ୍ଥଳରେ ବିଜୁଳିଙ୍କର ମୃତ୍ୟୁ ହୋଇଥିଲା ।

ଅନ୍ୟ ପକ୍ଷରେ ନିକଟରେ ଥିବା ଏକ ସୋଲାର ତାର ବାଡ଼ରେ ହାତୀଟି ଫସି ରହିଥିଲା । ଖବର ପାଇ ବନ ବିଭାଗର କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ବିଜୁଳି ବିଚ୍ଛିନ୍ନ କରିବା ପରେ ହାତୀଟି ସେଠାରୁ ଚାଲିଯାଇଥିବା ଜଣାପଡିଛି । ଘଟଣା ସ୍ଥଳରେ ଲୋକଙ୍କ ଭିଡ଼ ଲାଗି ରହୁବା ସହ ଉତ୍ତେଜନା ଲାଗି ରହିଛି । ବାରମ୍ବାର ଅଞ୍ଚଳରେ ଏଭଳି ହାତୀ ମାରୁ ଥିବାରୁ ଏହାର ସ୍ଥାୟୀ ସମାଧାନ ପାଇଁ ଲୋକେ ଦାବି କରିଛନ୍ତି । ଲଗାତାର ହାତୀ ଆକ୍ରମଣରେ ଜୀବନ ଯାଉଛି । ଗତ ଦୁଇ ସପ୍ତାହରେ ୫ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: Jharsuguda By Poll: ହେଭିୱେଟଙ୍କ ପ୍ରଚାରରେ କମ୍ପିବ ମୈଦାନ, ପ୍ରଚାର କରିବେ ନବୀନ-ଧର୍ମେନ୍ଦ୍ର

ପ୍ରକାଶଥାଉକି, ଏହା ପୂର୍ବରୁ ଗତ ୨୯ ତାରିଖରେ ଏକ ମହିଳାଙ୍କୁ ଦଳି ଦେଇଥିଲା ଦନ୍ତା । ଝଟକ ବଡି ଭୋରୁ ବଗିଚାକୁ ଆମ୍ବ ତୋଳିବାକୁ ଯାଇଥିଲେ । ଭୋର ସମୟରେ ଅନ୍ଧାର ଥିବାରୁ ହାତୀଟିକୁ ଦେଖି ନପାରି ପାଖକୁ ଚାଲି ଯାଇଥିଲେ । ହାତୀଟି ଖଟକଙ୍କୁ ଶୁଣ୍ଡରେ କଚାଡି ଦେବାସହ ପାଦରେ ତାଙ୍କ ମୁଣ୍ଡକୁ ଦଳି ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ଖଟକଙ୍କ ମୃତ୍ୟୁ ହୋଇଥିଲା । ବାରମ୍ବାର ସେହି ଗୋଟିଏ ରେଞ୍ଜରେ ଏଭଳି ଘଟଣା ଘଟୁଥିବାରୁ ଅସନ୍ତୋଷ ବୃଦ୍ଧି ପାଇବା ସହ ବନ ବିଭାଗର କାର୍ଯ୍ୟ ଦକ୍ଷତାକୁ ନେଇ ପ୍ରଶ୍ନ ମଧ୍ୟ ଉଠୁଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.