ETV Bharat / state

Jharsuguda By Poll: ହେଭିୱେଟଙ୍କ ପ୍ରଚାରରେ କମ୍ପିବ ମୈଦାନ, ପ୍ରଚାର କରିବେ ନବୀନ-ଧର୍ମେନ୍ଦ୍ର

author img

By

Published : May 7, 2023, 7:28 AM IST

Updated : May 7, 2023, 10:41 AM IST

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପାଖଉଛି ତାରିଖ । ଆଉ ଦୁଇ ଦିନ ପରେ ଝାରସୁଗୁଡା ଦେଖିବ ଉପନିର୍ବାଚନ । ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

ଝାରସୁଗୁଡା ବ୍ୟାଟେଲ
jharsuguda byelection

Jharsuguda By Poll

ଭୁବନେଶ୍ବର/ଝାରସୁଗୁଡା: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଆଜି ହାଇଭୋଲଟେଜ ପ୍ରଚାର ହେବ । ହେବିୱେଟଙ୍କ ପ୍ରଚାରରେ କମ୍ପିବ ଝାରସୁଗୁଡା ମୈଦାନ । ନିଜ ନିଜ ପ୍ରାର୍ଥୀଙ୍କ ପାଇଁ ମୈଦାନକୁ ଓହ୍ଲାଇବେ ବିଜେଡି ବିଜେପିର ଶୀର୍ଷ ନେତା । ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ପ୍ରଚାର କରିବେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ । ଝାରସୁଗୁଡା ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ବିଜୟ ଲାଗି ଆଜି ପ୍ରଚାର କରିବେ ଦୁଇ ପ୍ରମୁଖ ରାଜନୈତିକ ଦଳର ମଙ୍ଗୁଆଳ ।

ପ୍ରଚାର ପାଇଁ ଅପରାହ୍ନରେ ଝାରସୁଗୁଡ଼ା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ଅପରାହ୍ନ 3ଟା 35ରେ ନବୀନ ନିବାସ ଛାଡ଼ି ଭୁବନେଶ୍ବର ବିମାନବନ୍ଦରରେ ପହଁଚିବେ । ମୁଖ୍ୟମନ୍ତ୍ରୀ 3ଟା 45ରେ ଭୁବନେଶ୍ବରୁ ଯାତ୍ରା ଆରମ୍ଭ କରି 4ଟା 30ରେ ଝାରସୁଗୁଡା ବିମାନବନ୍ଦରରେ ପହଁଚିବେ । ସେଠାରୁ ଅମଲିପାଲି ପଡିଆରେ ନିର୍ବାଚନୀ ସଭାକୁ ସମ୍ବୋଧନ କରିବେ । ଏହା ପରେ ବିଜେଡି ପ୍ରାର୍ଥୀ ଦିପାଳୀଙ୍କ ପାଇଁ ଭୋଟ ଭିକ୍ଷା କରିବେ ବୋଲି ଦଳୀୟ ସୁତ୍ରରୁ ଜଣାପଡିଛି । ଏହା ପରେ 5ଟା 15ରେ ନବୀନ ନିବାସ ଫେରିବେ ମୁଖ୍ୟମନ୍ତ୍ରୀ ।

ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚାର ନେଇ ପ୍ରସ୍ତୁତି ଚୂଡ଼ାନ୍ତ ହୋଇ ସାରିଛି । ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସ୍ଥିତି ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ କର୍ମୀ ଓ ଭୋଟର ମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତରେ ୨୫ହଜାରରୁ ଉର୍ଦ୍ଧ ସମର୍ଥକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ସେହିପରି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ଝାରସୁଗୁଡା ଗସ୍ତ କରି ପୂର୍ବାହ୍ନ 10ଟା 30ରେ କୋଲାବିରା ବ୍ଲକରେ ସାଧାରଣ ସଭାରେ ଯୋଗ ଦେବେ କେନ୍ଦ୍ରମନ୍ତ୍ରୀ । ଦଳୀୟ ପ୍ରାର୍ଥୀ ଟଙ୍କଧରଙ୍କୁ ସାଙ୍ଗରେ ଧରି ଭୋଟ ଭିକ୍ଷା କରିବେ ଧର୍ମେନ୍ଦ୍ର । ସେହିପରି ଅପରାହ୍ନ 4 ଟାରେ ଝାରସୁଗୁଡା ସହର ବସଷ୍ଟାଣ୍ଡରେ ଆୟୋଜିତ ରୋଡ଼ ଶୋ'ରେ ସାମିଲ ହେବେ ଧର୍ମେନ୍ଦ୍ର । ଅନ୍ୟତମ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଗତକାଲି (ଶନିବାର) ଦିନତମାମ ପ୍ରଚାର କରିଛନ୍ତି । ଦୁଇ ଦଳର ଶୀର୍ଷ ନେତୃତ୍ୱ ପ୍ରଚାରକୁ ଓହ୍ଲାଉ ଥିବାରୁ ସରଗରମ ହୋଇଛି ଝାରସୁଗୁଡା ବ୍ୟାଟେଲ ଫିଲ୍ଡ । ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ଭରିଛି । ପ୍ରସ୍ତୁତି ମଧ୍ୟ ଜୋରଦାର ହୋଇଛି । ଶୀର୍ଷ ନେତାଙ୍କ ପ୍ରଚାରର ଫାଇଦା ଉଠାଇବାକୁ ଅଣ୍ଟା ଭିଡିଛନ୍ତି ଦୁଇ ରାଜନୈତିକ ଦଳ ।

ଏହା ବି ପଢନ୍ତୁ...ଝାରସୁଗୁଡା ଉପନିର୍ବାଚନ, ମୈଦାନକୁ ଓହ୍ଲାଇବେ ହେଭିଓ୍ୱେଟ୍ ନେତା

ଏହା ବି ପଢନ୍ତୁ...Jharsuguda Bypoll: ଧୂଆଁଧାର ପ୍ରଚାର, ବିଶାଳ ରୋଡ଼ ସୋ' କଲେ ଦୀପାଳି

ପ୍ରଚାର ଶେଷ ହେବାକୁ ଆଉ ଗୋଟିଏ ଦିନ ବାକି ରହିଛି । ଦୁଇ ପ୍ରମୁଖ ଦଳର ହେବିୱେଟ ନେତାଙ୍କ ଦ୍ବାରା ଝାରସୁଗୁଡାରେ ପ୍ରଚାର ନିର୍ବାଚନୀ ମାହୋଲକୁ ଉଷ୍ମ କରିଛି । ବିଜୟ ପାଇଁ ଦମ ଦେଖାଇବେ ଦୁଇ ଦଳର ମଙ୍ଗୁଆଳ । ଏହି ହାଇଭୋଲଟେଜ ପ୍ରଚାର କର୍ମୀ ଓ ନେତାଙ୍କ ମନୋବଳ ବଢାଇବ ।

ପ୍ରକାଶଥାଉ କି, ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ମୃତ୍ୟୁ ପରେ ଝାରସୁଗୁଡାରେ ଉପନିର୍ବାଚନ ହେବାକୁ ଯାଉଛି । ଆସନ୍ତା ମଇ 10 ତାରିଖରେ ଭୋଟ ଗ୍ରହଣ ହେବ । ମଇ 13 ତାରିଖରେ ଫଳ ପ୍ରକାଶ ପାଇବ । ତେବେ କିଏ ମାରିବ ବାଜି କାହା ରଣନୀତି କାମ କରିବ କାହା ମୁଣ୍ଡରେ ସୁନାକଳସ ଢାଳୁଛନ୍ତି ଝାରସୁଗୁଡାବାସୀ ତାହା ଫଳାଫଳ ପରେ ସ୍ପଷ୍ଟ ହୋଇଯିବ ।

ଇଟିଭି ଭାରତ, ଭୁବନେଶ୍ବର ଓ ଝାରସୁଗୁଡା

Last Updated :May 7, 2023, 10:41 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.