ETV Bharat / state

ଉପାସନା ଓ ଉପଭୋଗ୍ୟର ସ୍ଥାନ ମା' ବାଟ ବାୟାଣୀ ପୀଠ

author img

By ETV Bharat Odisha Team

Published : Jan 10, 2024, 10:48 PM IST

ଉପାସନା ଓ ଉପଭୋଗ୍ୟର ସ୍ଥାନ ମା' ବାଟ ବାୟାଣୀ ପୀଠ
ଉପାସନା ଓ ଉପଭୋଗ୍ୟର ସ୍ଥାନ ମା' ବାଟ ବାୟାଣୀ ପୀଠ

Maa Bata Bayani Tourist Place: ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଅନୁଗୋଳର ମା' ବାଟ ବାୟାଣୀ ପୀଠ । ସବୁଜିମା ପରିବେଶ ସହ ପ୍ରାକୃତିକ ଝରଣା ମଜା ଉଠାଉଛନ୍ତି ପର୍ଯ୍ୟଟକ । ଅଧିକ ପଢନ୍ତୁ

ଉପାସନା ଓ ଉପଭୋଗ୍ୟର ସ୍ଥାନ ମା' ବାଟ ବାୟାଣୀ ପୀଠ

ଅନୁଗୋଳ: ଚାରିଆଡେ ଜଙ୍ଗଲ ଓ ସବୁଜିମାରେ ଭରପୁର । ପ୍ରାକୃତିକ ଝରଣା କୁଳୁକୁଳୁ ନାଦରେ ବହି ଯାଉଛି । ପାହାଡ଼ ଉପରୁ ଗଦଗଦ ହୋଇ ପଡୁଛି ପାଣି । ପ୍ରାଚୀନ ପଥର ଗୁମ୍ଫା ଏଠାକାର ମୁନି ଋଷିମାନଙ୍କ କଥା କହୁଛି । ଅତ୍ୟନ୍ତ ସୁନ୍ଦର ପରିବେଶ । ଦେଖିଲେ ଆଖି ଫେରାଇ ହୁଏ ନାହିଁ । ଏଭଳି ଏକ ପର୍ଯ୍ୟଟନୀ ସ୍ଥଳୀ ହେଇଛି ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ପତ୍ରପଡା ଠାରେ ମା' ବାଟ ବାୟାଣୀ ପୀଠ । ମାଙ୍କ ଆଶିଷ ପାଇବା ସହ ପ୍ରାକୃତିକ ପରିବେଶର ମଜା ନେବାକୁ ଏଠାକୁ ଆସନ୍ତି ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଛୁଟି ଆସନ୍ତି ।

ତେବେ ଜଙ୍ଗଲ ଓ ପାହାଡ଼ ଘେରା ମଧ୍ୟରେ ଅବସ୍ଥିତ ମା' ବାୟାଣୀଙ୍କ ପୀଠ । ଅଞ୍ଚଳବାସୀଙ୍କ ପାଇଁ ମାଙ୍କ ମହିମା ଅପାର । ବିଶ୍ୱାସ ରହିଛି ଏଠାରେ ବର୍ତ୍ତଧାରୀଙ୍କ ବିଭିନ୍ନ ମାନସିକ ପୂରଣ ହୋଇଥାଏ ।ଏଠାରେ ଅତି ନିକଟରେ ବହି ଯାଉଛି ପ୍ରାକୃତିକ ଝରଣା । ଏଠାରେ ଅଛି ବହୁ ପୁରାତନ ପଥର ଗୁମ୍ଫା । କୁହାଯାଏ ଏହି ଗୁମ୍ଫାରେ ମୁନିଋଷି ମାନେ ବାସ କରୁଥିଲେ । ତେଣୁ ଏହି ସ୍ଥାନଟି କେବଳ ସୌନ୍ଦର୍ଯ୍ୟ ପାଇଁ ନୁହେଁ ପ୍ରାଚୀନ କଥାବସ୍ତୁ ପାଇଁ ମଧ୍ୟ ବେସ ପ୍ରସିଦ୍ଧ ।

ପ୍ରତ୍ୟେକ ବର୍ଷ ଶୀତ ଋତୁ ଆସିଲେ ଏଠାକୁ ହଜାର ହଜାର ସଂଖ୍ୟାରେ ଦର୍ଶକ ଆସନ୍ତି । ପ୍ରକୃତିକ ପରିବେଶରେ ବଣଭୋଜି ମଜା ନେଉଛନ୍ତି ପର୍ଯ୍ୟଟକ । ଏଠାକୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ପର୍ଯ୍ୟଟକ ଆସିଥାନ୍ତି । ଏପରିକି ରାଜ୍ୟ ବାହାରୁ ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଆଦି ପଡୋଶୀ ରାଜ୍ୟରୁ ମଧ୍ୟ ପର୍ଯ୍ୟଟକ ଆସନ୍ତି । ଆଉ ଏଠାକାର ସୌନ୍ଦର୍ଯ୍ୟର ମଜା ନିଅନ୍ତି । ଏହି ପର୍ଯ୍ୟଟନୀ ସ୍ଥଳୀର ପରିଚାଳନା ପାଇଁ କମିଟି ଗଠନ କରାଯାଇଛି । ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀଙ୍କ ସହ ସ୍ଥାନୀୟ ଯୁବକ ସଂଘ ମଧ୍ୟ ଏହାର ପରିଚାଳନା କରୁଛି ।

ଏହା ମଧ୍ୟ ପଢନ୍ତୁ......ଇଣ୍ଟରନେଟ ସେନସେସନ ପାଲଟିଛନ୍ତି ନବରଙ୍ଗପୁର ପୁଅ ଧିରଜ, ଇଂରାଜୀ ଶିଖାଇବା ଶୈଳୀ ହେଉଛି ଭାଇରାଲ

ଏଠାରେ ପ୍ଲାଷ୍ଟିକ, ମାଦକଦ୍ରବ୍ୟ ଇତ୍ୟାଦି ବ୍ୟାନ କରାଯାଇଛି । ଅନ୍ୟପଟେ ପରିଚାଳନା କମିଟିର ସଦସ୍ୟ କହିଛନ୍ତି ,"ଏଠାକାର ସୁନ୍ଦର ପରିବେଶ ଯୋଗୁଁ ପାର୍ଯ୍ୟଟକଙ୍କ ଭିଡକୁ ଦେଖି ସରକାର ଏ ସ୍ଥାନର ବିକାଶ ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି । ବର୍ତ୍ତମାନର ନବୀନ ଓଡିଶା ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ ଏଠାକୁ ଆସି ୭୦ଲକ୍ଷରୁ ଅଧିକ ଟଙ୍କା ମଞ୍ଜୁରୀ କରିଛନ୍ତି । ଏହାଛଡା ରାଜ୍ୟ ପର୍ଯ୍ୟଟନ ବିଭାଗ ତରଫରୁ ମଧ୍ୟ ଲକ୍ଷାଧିକ ଟଙ୍କା ଅନୁଦାନ ମିଳିଛି । ଅନୁଦାନ ଅର୍ଥରେ ବିକାଶ କାର୍ଯ୍ୟ ଚାଲୁ ରହିଛି । ଯଦି ସରକାର ଏହାକୁ ପ୍ରଧାନ୍ୟ ଦେବେ ନିଶ୍ଚୟ ଏହା ରାଜ୍ୟର ଏକ ନମ୍ବର ପର୍ଯ୍ୟଚନୀ ସ୍ଥଳୀରେ ପରିଣତ ହେବ ।"

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.