VISION 2023; ଅନୁଗୋଳ ହେବ ରାଜ୍ୟର ଏକ ନମ୍ବର ଜିଲ୍ଲା

author img

By

Published : Sep 22, 2021, 11:52 AM IST

VISION 2023 ; ଅନୁଗୋଳ ହେବ ରାଜ୍ୟର ଏକ ନମ୍ବର

2023ରେ ଅନୁଗୋଳ ଜିଲ୍ଲା ଗଠନକୁ ପୂରିବ 30 ବର୍ଷ। ଯାହା ପାଇଁ ପ୍ରସ୍ତୁତ ହୋଇଛି ଭିଜନ। ଜିଲ୍ଲାକୁ ସାରା ରାଜ୍ୟରେ ଶ୍ରେଷ୍ଠ ଜିଲ୍ଲା ଭାବେ ଗଢି ତୋଳିବାକୁ ଅନୁଗୋଳ ଜିଲ୍ଲାପାଳ ଭିଜନ ୨୩ ପ୍ରସ୍ତୁତ କରିଛନ୍ତି। ଅଧିକ ପଢନ୍ତୁ...

ଅନୁଗୋଳ: 2023ରେ ଅନୁଗୋଳ ଜିଲ୍ଲା ଗଠନକୁ ପୂରିବ 30 ବର୍ଷ। ଯାହା ପାଇଁ ପ୍ରସ୍ତୁତ ହୋଇଛି ଭିଜନ। ଜିଲ୍ଲାକୁ ସାରା ରାଜ୍ୟରେ ଶ୍ରେଷ୍ଠ ଜିଲ୍ଲା ଭାବେ ଗଢି ତୋଳିବାକୁ ଅନୁଗୋଳ ଜିଲ୍ଲାପାଳ ଭିଜନ ୨୩ ପ୍ରସ୍ତୁତ କରିଛନ୍ତି। କୋଟି କୋଟି ଟଙ୍କା ବ୍ୟୟରେ ୧୪ଟି ପ୍ରକଳ୍ପ ହାତକୁ ନେଇଛନ୍ତି। ଯେଉଁ ସବୁ ପ୍ରକଳ୍ପ କାମ ଆଗେଇ ଚାଲିଛି। ଭିଜନ 2023 ପାଇଁ ଚାଲିଛି ପ୍ରସ୍ତୁତି। ଅନୁଗୋଳ ଠାରେ ହେବାକୁ ଯାଉଛି ବିଶ୍ୱ ସ୍ତରୀୟ ଲାଇବ୍ରେରୀ ଏବଂ ଅଡିଟୋରିଅମ ।

VISION 2023 ; ଅନୁଗୋଳ ହେବ ରାଜ୍ୟର ଏକ ନମ୍ବର

ଖାଲି ସେତିକି ନୁହେଁ ହେଲଥ କରିଡର, ବୃହତ ଥଇଥାନ କେନ୍ଦ୍ର, ମେଡ଼ିକାଲ ଓ ଇଞ୍ଜିନିୟର ପ୍ରବେଶିକା ପରୀକ୍ଷା ପାଇଁ କୋଚିଂ ସେଣ୍ଟର ମଧ୍ୟ କରାଯିବ । ତାଳଚେର ଠାରେ ଅତ୍ୟାଧୁନିକ କୋଲ ମ୍ୟୁଜିୟମ, ପ୍ଲାଷ୍ଟିକ ଟ୍ରିଟମେଣ୍ଟ ପ୍ଲାଣ୍ଟ, ରାଣୀ ପାର୍କର ଆଧୁନିକୀକରଣ, ବିଭିନ୍ନ ହାଇସ୍କୁଲ ଗୁଡିକର ଆଧୁନିକୀକରଣ ଏବଂ କୃଷକ ମାନଙ୍କ ପାଇଁ ବିଭିନ୍ନ ଲାଭଦାୟକ ଯୋଜନା ଆଦି ହାତକୁ ନିଆଯାଇଛି। ଜିଲ୍ଲାରେ ମିଲେଟ ମିଶନ ଦ୍ରୁତ ଗତିରେ ଚାଲିଛି। ଏହାଛଡା ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ସଫଳତାର ସହ କାର୍ଯ୍ୟକାରୀ ହେଉଛି। ଏହି ସମସ୍ତ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି।

ଆସନ୍ତା ୨୦୨୩ ସୁଦ୍ଧା ସବୁ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ହେବ। ସେତେବେଳେ ଅନୁଗୋଳ ନିଶ୍ଚିତ ଭାବେ ସାରା ରାଜ୍ୟରେ ଏକ ସୁସ୍ଥ, ସୁନ୍ଦର ଏବଂ ଉନ୍ନତ ଜିଲ୍ଲା ଭାବେ ପରିଚୟ ପାଇ ପାରିବ। ତେବେ କଣ ସେ ଭିଜନ କିଭଳି କାର୍ଯ୍ୟ କରୁଛି । ସେ ନେଇ ଅନୁଗୋଳ ଜିଲ୍ଲାପାଳଙ୍କ ସହ ସ୍ଵତନ୍ତ୍ର ଭାବେ ଆଲୋଚନା କରିଛନ୍ତି ଆମ ଅନୁଗୋଳ ପ୍ରତିନିଧି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.