ETV Bharat / state

ରାସ୍ତା ମରାମତି ଦାବିରେ ଅନୁଗୋଳ ସଚେତନ ନାଗରିକଙ୍କ ଧାରଣା

author img

By ETV Bharat Odisha Team

Published : Jan 18, 2024, 12:06 PM IST

Updated : Jan 18, 2024, 2:30 PM IST

Road Problem in Anugul
Road Problem in Anugul

Road Problem in Anugul: ଅନୁଗୋଳ ଜିଲ୍ଲାର ପଞ୍ଚମହଲାରୁ ବଅଁରପାଳ ପର୍ଯ୍ୟନ୍ତ ୨୦ କିଲୋମିଟର ରାସ୍ତା ଖାଲଖମାରେ ପରିପୂର୍ଣ୍ଣ। ଏହାର ମରାମତି ଦାବିରେ ଅନୁଗୋଳ ସଚେତନ ନାଗରିକଙ୍କ ଗଣଧାରଣା । ଅଧିକ ପଢନ୍ତୁ,

Road Problem in Anugul

ଅନୁଗୋଳ: ଗାଁଠାରୁ ସହର ସଂଯୋଗ ହିଁ ଗ୍ରାମାଞ୍ଚଳ ବିକାଶ ହେବ । ଏହି ମୂଳମନ୍ତ୍ର ନେଇ ଆରମ୍ଭ ହୋଇଛି କେନ୍ଦ୍ରର ପ୍ରଧାନମନ୍ତ୍ରୀ ସଡକ ଯୋଜନା । ସରକାର ଜନସାଧାରଣଙ୍କ ଗମନାଗମନ ସୁବିଧା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଏହା ସଠିକ ଢଙ୍ଗରେ କାର୍ଯ୍ୟକାରୀ ହେଉ ନଥିବା କାରଣରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ରାସ୍ତାରେ ବଡ଼ବଡ଼ ଗର୍ତ୍ତ ହୋଇଥିବାରୁ ଅତି ସତର୍କତାର ସହ ଯାତାୟତ କରୁଛନ୍ତି ଲୋକେ । ଏନେଇ ରାସ୍ତା ମରାମତି ଦାବିରେ ଅନୁଗୋଳ ସଚେତନ ନାଗରିକ ଧାରଣା ଦେଇଛି ।

ଅନୁଗୁଳ ଜିଲ୍ଲାର ପଞ୍ଚମହଲାଠାରୁ ବଅଁରପାଳ ପର୍ଯ୍ୟନ୍ତ ପ୍ରାୟ ୨୦କିଲୋମିଟର ପର୍ଯ୍ୟନ୍ତ ଜାତୀୟ ରାଜପଥ ଅତ୍ୟନ୍ତ ଦୟନୀୟ ହୋଇ ପଡ଼ିଛି । ରାସ୍ତାସାରା ଖାଲଖମାରେ ପରିପୂର୍ଣ୍ଣ ହୋଇଛି। ଏହି ରାସ୍ତାରେ ପ୍ରତି ଦିନ ଛୋଟ ବଡ଼ ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେଉଛି । ଫଳରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ବାସିନ୍ଦା। ଏନେଇ ବାରମ୍ବାର ଧାରଣା, ବିକ୍ଷୋଭ ଓ ଆନ୍ଦୋଳନ କରାଯିବା ପରେ ମଧ୍ୟ କୌଣସି ପ୍ରତିକାର କରାଯାଉନଥିବା ଅଭିଯୋଗ ହୋଇଛି । ତେଣୁ ବାଧ୍ୟ ହୋଇ ସଚେତନ ନାଗରିକ ସଂଘ ପୁଣି ଥରେ ଧାରଣା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ- ଯମ ଯନ୍ତ୍ରଣା ଦେଉଛି ବାଘମାରୀ-ଗଣିଆ-ଦଶପଲ୍ଲା ରାସ୍ତା, ବଢୁଛି ଜନଅସନ୍ତୋଷ

ଆଗକୁ ପ୍ରତ୍ୟେକ ପଞ୍ଚାୟତ ଯାଇ ଲୋକଙ୍କୁ ଏଥିରେ ସାମିଲ କରାଯିବ । ଏଥିସହ ଆସନ୍ତା ୭ ଦିନ ମଧ୍ୟରେ ଜାତୀୟ ରାଜପଥ ମରାମତି ନ ହେଲେ ପଞ୍ଚମହଲାଠାରୁ ବଅଁରପାଳ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ସବୁ ପଞ୍ଚାୟତର ଲୋକଙ୍କୁ ନେଇ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ସଂଘ ଚେତାବନୀ ଦେଇଛି । ସେହିପରି କିଛି ଦିନ ପୂର୍ବେ ଖୋର୍ଦ୍ଧା ଜିଲ୍ଲା ବାଘମାରୀ-ଗଣିଆ-ଦଶପଲ୍ଲା ରାସ୍ତା କାମରେ ଠିକା ସଂସ୍ଥାର ମନମାନି ଯୋଗୁଁ ପଥଚାରୀଙ୍କ ପାଇଁ ରାସ୍ତା ଏବେ ଯମ ଯନ୍ତ୍ରଣା ପାଲଟିଛି । ପିଚୁ କାମ ପୂରା ନ ସରୁଣୁ ପିଚୁ ଉଠି ଗଲାଣି । ଏଥିସହ ବିଭିନ୍ନ ସ୍ଥାନରେ ମଧ୍ୟ ପ୍ୟାଚ ପଡ଼ିଲାଣି । ସେହିପରି ଠିକାଦାର ମାସ ମାସ ଧରି ରାସ୍ତା ଖୋଳି ଡଷ୍ଟ ମେଟାଲ ପକାଇ ଛାଡ଼ି ଦେଇଥିବା ବେଳେ ପାଣି ନ ପକାଇବା କାରଣରୁ ରାସ୍ତାରେ ଯିବା ସମ୍ଭବ ହୋଇପାରୁନି । ତେବେ ଏହି ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଯାନବାହନ ଯାତାୟତ କରୁଥିବା ବେଳେ ଏବେ ଏହା ମରଣଯନ୍ତା ପାଲଟିଥିବା ଅଭିଯୋଗ ହୋଇଥିଲା।

ଇଟିଭି ଭାରତ, ଅନୁଗୋଳ

Last Updated :Jan 18, 2024, 2:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.