ETV Bharat / state

ଚୋରି କରିବାକୁ ଆସି ଗ୍ରାମବାସୀଙ୍କ ହାବୁଡରେ ପଡିଲେ ୩ ଚୋର, ଛେଚା ଖାଇଲେ ବନ୍ଧା ହେଲେ

author img

By

Published : Sep 26, 2021, 3:40 PM IST

ଚୋରି କରିବାକୁ ଆସିଥିବା ଛେଚା ଖାଇଲେ ୩ ଯୁବକ
ଚୋରି କରିବାକୁ ଆସିଥିବା ଛେଚା ଖାଇଲେ ୩ ଯୁବକ

ଚୋରି କରିବାକୁ ଆସିଥିବା ୩ ଯୁବକଙ୍କୁ ନିର୍ଧୂମ ଛେଚି ପୋଲିସ ଜିମାରେ ଦେଲେ ଗ୍ରାମବାସୀ । ଅଧିକ ପଢନ୍ତୁ...

ଅନୁଗୋଳ: ଗାଁକୁ ଚୋରି କରିବାକୁ ଆସିବା ପଡିଲା ମହଙ୍ଗା । ଲୋକଙ୍କ ହାତରେ ଧରା ପଡି ନିର୍ଧୂମ ଛେଚା ଖାଇଲେ ୩ ଯୁବକ । ଏପରି ଘଟଣା ଘଟିଛି ଅନୁଗୋଳ ଜିଲ୍ଲାର ଛେଣ୍ଡିପଦାରେ । ଅନୁଗୋଳ ଜିଲ୍ଲା ଛେଣ୍ତିପଦା ଥାନା କୁକୁରପେଟା କୋଡିଏ ମାଇଲ ଛକରେ ଏପରି ଘଟଣା ଦେଖିବାକୁ ମିଳିଛି ।

ଚୋରି କରିବାକୁ ଆସିଥିବା ଛେଚା ଖାଇଲେ ୩ ଯୁବକ

ଚୋରି କରିବାକୁ ଆସି ଲୋକଙ୍କ ହାତରେ ଧରାପଡି ନିର୍ଧୂମ ମାଡ ଖାଇଛନ୍ତି ଏହି ୩ ଯୁବକ । ସୂଚନା ଅନୁସାରେ କୁକୁରପେଟା କୋଡିଏ ମାଇଲ ଛକରେ ଥିବା ୨ ଟି ଦୋକାନରୁ ୩ ଜଣ ଯୁବକ ଚୋରି କରୁଥିଲେ । ଏହି ସମୟରେ ସ୍ଥାନୀୟ ଲୋକଙ୍କ ହାତରେ ଧରା ପଡି ଯାଇଥିଲେ । ଏହାପରେ ଉତ୍ୟକ୍ତ ଲୋକେ ୩ ଜଣଙ୍କୁ ଗୋଟିଏ ବିଦ୍ୟୁତ୍ ଖୁଣ୍ଟରେ ବନ୍ଧି ନିର୍ଧୂମ ମାଡ ମାରିବା ସହ ସେମାନଙ୍କ ନିକଟରୁ ଗୋଟିଏ ଭୁଜାଲି ଏବଂ ଗୋଟିଏ ବାଇକ୍ ଜବତ କରି ପୋଲିସକୁ ଖବର ଦେଇଥିଲେ ।

ଖବର ପାଇ ଛେଣ୍ଡିପଦା ପୋଲିସ ଘଟଣାସ୍ଥଳରେ ପହଁଚି ୩ ଜଣ ଅଭିଯୁକ୍ତଙ୍କୁ ଥାନାକୁ ନେଇ ତଦନ୍ତ ଆରମ୍ଭ କରିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.