ETV Bharat / state

ବିକଶିତ ଭାରତ ଗଠନ ପାଇଁ ମୋଦି ଆହ୍ୱାନ, ଶପଥ କରାଇଲେ ଧର୍ମେନ୍ଦ୍ର

author img

By ETV Bharat Odisha Team

Published : Dec 24, 2023, 9:45 PM IST

ବିକଶିତ ଭାରତ ଗଠନ ପାଇଁ ମୋଦି ଆହ୍ୱାନ , ସପଥ କରାଇଲେ ଧର୍ମେନ୍ଦ୍ର
ବିକଶିତ ଭାରତ ଗଠନ ପାଇଁ ମୋଦି ଆହ୍ୱାନ , ସପଥ କରାଇଲେ ଧର୍ମେନ୍ଦ୍ର

Viksit Bharat Sankalp Yatra: ଅନୁଗୋଳ କାଙ୍ଗୁଲା ଗାଁରେ କେନ୍ଦ୍ର ସରକାରଙ୍କ ବିକଶିତ ଭାରତ କାର୍ଯ୍ୟକ୍ରମ । ଯୋଗ ଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରତ୍ୟେକ ଗାଁକୁ ଗଡ଼ିବ ସରକାରଙ୍କ ବିକାଶର ଗାଡ଼ି । ଆଗାମୀ ୨୦୪୭ ଏକ ବିକଶିତ ଭାରତ ସ୍ୱପ୍ନ ସାକାର ହେବ । ଅଧିକ ପଢ଼ନ୍ତୁ

ବିକଶିତ ଭାରତ ଗଠନ ପାଇଁ ମୋଦି ଆହ୍ୱାନ , ସପଥ କରାଇଲେ ଧର୍ମେନ୍ଦ୍ର

ଅନୁଗୋଳ: ଜିଲ୍ଲାରେ ବିକଶିତ ଭାରତ କାର୍ଯ୍ୟକ୍ରମ । ଯୋଗ ଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ । ଆଜି ଅନୁଗୋଳ କାଙ୍ଗୁଲା ଗାଁରେ କେନ୍ଦ୍ର ସରକାରଙ୍କ ବିକଶିତ ଭାରତ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,"ବିକଶିତ ଭାରତ ସ୍ୱପ୍ନ ପୂରଣ ଲକ୍ଷ୍ୟରେ ବିକଶିତ ଭାରତ ପାଇଁ ମୋଦି ସରକାର ସଂକଳ୍ପ ବଦ୍ଧ । ସବୁ ଘରକୁ ପିଇବା ପାଣି ମୁଣ୍ଡ ଉପରେ ଛାତ ଉଜ୍ୱଳା ଯୋଜନା ଗ୍ୟାସ୍‌ ଏଭଳି ଅନେକ ଗରିବ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଆଗାମୀ 2047 ଏକ ବିକଶିତ ଭାରତ ସ୍ୱପ୍ନ ସାକାର ହେବ ।"

ସେ ଆହୁରୀ ମଧ୍ୟ କହିଛନ୍ତି,"ବିକଶିତ ଭାରତ ତେବେ ହେବ ଯେବେ ଦେଶର ସବୁ ଗରିବ ହିତାଧିକାରୀଙ୍କ ଆର୍ଥିକ ଓ ସାମାଜିକ ଉନ୍ନତି ହେବ । ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ଅନେକ ଗରିବ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ସେହି ସବୁ ଯୋଜନାରେ ଲକ୍ଷାଧିକ ହିତାଧିକାରୀ ସାମିଲ ହୋଇ ନିଜର ଆର୍ଥିକ ଓ ସାମାଜିକ ଉନ୍ନତି କରିପାରୁଛନ୍ତି ।"

ଏହାସହ ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ଗରିବଙ୍କ ମୁଣ୍ଡ ଉପରେ ଛାତ, ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ, ସବୁ ଘରେ ପାଇପ୍‌ ଯୋଗେ ପିଇବା ପାଣି ଯୋଗାଣ, ସୌଭାଗ୍ୟ ଯୋଜନାରେ ବିଦ୍ୟୁତ ସଂଯୋଗ, ସ୍ୱଚ୍ଛ ଭାରତ ଯୋଜନାରେ ପାଇଖାନା ସମେତ ଅନେକ ଗରିବ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଯାହା ଫଳରେ ଦେଶର ଗରିବ ଲୋକେ ଉପକୃତ ହେଉଛନ୍ତି ବୋଲି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ ....ବିକଶିତ ଭାରତ ସଂକଳ୍ପ ଯାତ୍ରା: ‘୨୦୪୭ ସୁଦ୍ଧା ବିକଶିତ ଦେଶ ହେବ ଭାରତ’

ଅନ୍ୟପଟେ ଆଗକୁ ପ୍ରଧାନମନ୍ତ୍ରୀଙ୍କ ଆହୁରି ଅନେକ କାର୍ଯ୍ୟକ୍ରମ ରହିଛି । ସେସବୁ କାର୍ଯ୍ୟକାରୀ ହେଲେ ଆଉ କେହି ଗରିବ ହୋଇ ରହିବେ ନାହିଁ ବୋଲି ମଧ୍ୟ ସେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶତାଧିକ ହିତାଧିକାରୀଙ୍କୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ ହୋଇଥିବା ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଅନୁଗୋଳ ଅତିରିକ୍ତ ଜିଲ୍ଲାପାଳ, ବିଡ଼ିଓ, ବିଭିନ୍ନ ବ୍ୟାଙ୍କର ଅଧିକାରୀ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।

ଏଣିକି ଗରିବ ଲୋକଙ୍କୁ ପଞ୍ଚାୟତଠାରୁ ବ୍ଲକ କିମ୍ବା ଜିଲ୍ଲା ପ୍ରଶାସନ ନିକଟରେ ଆଉ ଗୁହାରି କରିବା ପାଇଁ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ ନାହିଁ । ଏପରି ଏକ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର । ବିକଶିତ ଭାରତ ମାଧ୍ୟମରେ ଗାଁକୁ ଗାଁ ଗଡ଼ିବ ବିକାଶ ଯାତ୍ରା ଗାଡ଼ି । ସରକାରୀ ଯୋଜନାରୁ ବଞ୍ଚିତ ଗାଁ ଗହଳିର ହିତାଧିକାରୀମାନେ ସିଧା ବିକଶିତ ଭାରତ ଗାଡ଼ି ନିକଟରେ ନିଜ ନାମ ପଞ୍ଜିକରଣ କରିବା ସହିତ ନିଜ ସମସ୍ୟା ସମ୍ପର୍କରେ ଜଣାଇ ପାରିବେ ।


ଇଟିଭି ଭାରତ ,ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.