ETV Bharat / state

ବିକଶିତ ଭାରତ ସଂକଳ୍ପ ଯାତ୍ରା: ‘୨୦୪୭ ସୁଦ୍ଧା ବିକଶିତ ଦେଶ ହେବ ଭାରତ’

author img

By ETV Bharat Odisha Team

Published : Nov 30, 2023, 4:57 PM IST

କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଜନସାଧାରଣଙ୍କ ଅବଗତି ପାଇଁ ପ୍ରକିୟା ଆରମ୍ଭ । ଏହି ଅବସରରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ । ଆଗକୁ ପଢ଼ନ୍ତୁ

ବିକଶିତ ଭାରତ ସଂକଳ୍ପ ଯାତ୍ରା
ବିକଶିତ ଭାରତ ସଂକଳ୍ପ ଯାତ୍ରା

ବିକଶିତ ଭାରତ ସଂକଳ୍ପ ଯାତ୍ରା

ଖୋର୍ଦ୍ଧା: ୨୦୨୪ ସୁଦ୍ଧା ସମସ୍ତ ଯୋଗ୍ଯ ହିତାଧିକାରୀଙ୍କୁ ମିଳିବ ପ୍ରଧାନମନ୍ତ୍ରୀ ଆବାସ । କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଜନସାଧାରଣଙ୍କ ଅବଗତି ପାଇଁ ଆରମ୍ଭ ହୋଇଛି ପ୍ରକିୟା । ଏହି ଅବସରରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଛି । ଭିଡିଓ କନଫେରେନ୍ସ ମାଧ୍ଯମରେ ପ୍ରଧାନମନ୍ତ୍ରୀଙ୍କ ସିଧାସଳଖ ଆଲୋଚନା ।

କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଏହି ପରିପେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଡିଙ୍ଗର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆଜି ସାରା ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫେରେନ୍ସ ମାଧ୍ଯମରେ ବିଭିନ୍ନ କେନ୍ଦ୍ର ସରକାରଙ୍କ ଯୋଜନା ଦ୍ବାରା ଉପକୃତ ହେଉଥିବା ହିତାଧିକାରୀ ମାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ ।

କେନ୍ଦ୍ର ସରକାରଙ୍କ ଯୋଜନା ଯଥା ମନରେଗା, ପ୍ରଧାନମନ୍ତ୍ରୀ ଆବାସ, ଖାଦ୍ଯ ସୁରକ୍ଷା ଯୋଜନା, ଜନଔଷଧି ଯୋଜନାରେ ହିତାଧିକାରୀ ମାନେ କିଭଳି ସାମିଲ ହୋଇ ଲାଭ ନେଉଛନ୍ତି ସେ ସଂପର୍କରେ କହିଛନ୍ତି । ଦେଶବାସୀଙ୍କ ପାଇଁ ପ୍ରଧାନମନ୍ତ୍ରୀ କଣ ସବୁ ଯୋଜନା କରିଛନ୍ତି ତାହା ଜନସାଧାରଣଙ୍କୁ ଜଣାଇବା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହି କେନ୍ଦ୍ରୀୟ ଯୋଜନା ସଂପର୍କ ଲୋକେ ଜାଣି ଉପକୃତ ହେବେ ଏବଂ ସଫଳତା ପାଇବେ । ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ଦ୍ବାରା ୨୬ ହଜାର ଆବାସ ଘର, ୧୪ ଲକ୍ଷ ହିତାଧିକାରୀଙ୍କୁ ମନରେଗା ଯୋଜନାରେ କାର୍ଯ୍ୟ ପାଇଛନ୍ତି । ପ୍ରଧାନମନ୍ତ୍ରୀ ବୀମା, ଖାଦ୍ୟ ସୁରକ୍ଷା ଯୋଜନାରେ ଜନସାଧାରଣ ଉପକୃତ ହେଉଛନ୍ତି ।

ଏହା ମଧ୍ୟ ପଡ଼ନ୍ତୁ...ଜୟ ଜଗନ୍ନାଥ କହି ରାୟଗଡା ଚାଷୀ ପୂର୍ଣ୍ଣଚନ୍ଦ୍ରଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ କେନ୍ଦ୍ର ଜଳ ଶକ୍ତି ଓ ଆଦିବାସୀ ଉନ୍ନୟନ ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଯୋଗ ଦେଇଥିଲେ । ୨୦୪୭ ସୁଦ୍ଧା ଆମ ଦେଶ ଶକ୍ତିଶାଳୀ ହେବ ଏବଂ ଲୋକଙ୍କ ପାଖରେ ସମସ୍ତ ମୌଳିକ ସୁବିଧା ପହଞ୍ଚି ପାରୁଥିବ । ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିବ, ଶିକ୍ଷା, ସ୍ବାସ୍ଥ୍ଯ ,ଗମନାଗମନ ,ପାନୀୟଜଳ କ୍ଷେତ୍ରରେ ଅଧିକ ଉନ୍ନତି ହେବ । ବିଶେଷ କରି ଯୁବକ, ମହିଳା ଓ କୃଷକଙ୍କର ବିକାଶ ହେଲେ ଭାରତର ବିକାଶ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଅନ୍ୟତମ ଅତିଥି ଭାବେ ଜିଲ୍ଲାପରିଷଦ ନିର୍ବାହୀ ଅଧିକାରୀ ବାଦଲ ମହାନ୍ତି, ଏମସି ଜ୍ୟୋସ୍ନାମୟୀ ରାଉତ, ଏପିଡି କସ୍ତୁରୀବାଳା ଜେନା ପ୍ରମୁଖ ଯୋଗ ଦେଇଥିଲେ । କେନ୍ଦ୍ରମନ୍ତ୍ରୀ ଟୁଡୁ ଡିଙ୍ଗର ପଞ୍ଚାୟତରେ ମା’ ଯୋଗମାୟା ସ୍ବୟଂସହାୟକ ଗୋଷ୍ଠୀକୁ ଧାନ ବ୍ଯବସାୟ ପାଇଁ ୬ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଥିଲେ ଏବଂ ସ୍ବଚ୍ଛ ଭାରତ ମିଶନ ଯୋଜନାରେ ଶାନ୍ତିଲତା ମହାପାତ୍ର ଓ ଝୁନିଲତା ବରାଳଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରିଥିଲେ ।

ଇଟିଭି ଭାରତ ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.