ETV Bharat / state

ଜୟ ଜଗନ୍ନାଥ କହି ରାୟଗଡା ଚାଷୀ ପୂର୍ଣ୍ଣଚନ୍ଦ୍ରଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

author img

By ETV Bharat Odisha Team

Published : Nov 30, 2023, 2:58 PM IST

Viksit Bharat Sankalp Yatra: ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମକୁ ସମ୍ବୋଧନ କରି ଭିସି ଜରିଆରେ ଓଡିଶାର ରାୟଗଡା ଜିଲ୍ଲାର ଜଣେ ଚାଷୀଙ୍କ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

Viksit Bharat Sankalp Yatra
pm modi speaks to odia farmer

ରାୟଗଡା ଚାଷୀ ପୂର୍ଣ୍ଣଚନ୍ଦ୍ରଙ୍କ ସହ କଥା ହେଲେ ମୋଦି

ଭୁବନେଶ୍ବର: ଓଡିଶା ଚାଷୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ । ସରକାରୀ ଯୋଜନାରୁ ଲାଭ ମିଳୁଛି କି ନାହିଁ ପିଲାଙ୍କୁ ନେଇ କଣ ସ୍ବପ୍ନ ଅଛି ବୋଲି ପଚାରି ବୁଝିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମକୁ ସମ୍ବୋଧନ କରି ଓଡିଆ ଚାଷୀଙ୍କ ସହ କଥା ହୋଇଛନ୍ତି ମୋଦି । ରାୟଗଡା ଜିଲ୍ଲାର ଚାଷୀ ପୂର୍ଣ୍ଣଚନ୍ଦ୍ର ବେନିଆଙ୍କ ସହ ଭିସି ଜରିଆରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ।

ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମକୁ ଭିସି ଜରିଆରେ ସମ୍ବୋଧନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡିଶାର ରାୟଗଡା ଜିଲ୍ଲା ପୂର୍ଣ୍ଣଚନ୍ଦ୍ର ବେନିଆଙ୍କ ସହ କଥା ହୋଇଥିଲେ । ଜୟ ଜଗନ୍ନାଥ କହି ତାଙ୍କୁ ନମସ୍କାର କରି ପରିବାରରେ କିଏ କିଏ ଅଛନ୍ତି କଣ କରନ୍ତି ବୋଲି ପଚାରିଥିଲେ । ଏହାପରେ ପୂର୍ଣ୍ଣଚନ୍ଦ୍ର ତାଙ୍କୁ ପରିଚୟ ଦେଇଥିଲେ । କେଉଁ କେଉଁ ସରକାରୀ ଯୋଜନାରୁ ଲାଭ ମିଳିଛି ବୋଲି ପ୍ରଶ୍ନ କରିଥିଲେ ପ୍ରଧାନମନ୍ତ୍ରୀ । ଏହା ସହିତ ଏହି ସଂକଳ୍ପ ଯାତ୍ରାରେ କଣ କଣ କରିବାକୁ ହେବ ବୋଲି ମତ ଦେବାକୁ କହିଥିଲେ ପ୍ରଧାନମନ୍ତ୍ରୀ ।

ଉତ୍ତରରେ ପୂର୍ଣ୍ଣଚନ୍ଦ୍ର କହିଥିଲେ, ''ଉଜ୍ଜଳା, ପିଏମ କିସାନ, ପିଏମ ଗରିବ କଲ୍ୟାଣ ଯୋଜନାରୁ ଲାଭ ମିଳିଛି । ମୋର ସରକାରଙ୍କ ଉପରେ ଭରସା ଥିଲା । ଏହି ଯୋଜନାରୁ ଲାଭ ମିଳିବାରୁ ମୋର ଘର ଲୋକଙ୍କୁ ସୁବିଧା ହୋଇଛି । ଉଜ୍ବଳା ଯୋଜନାରେ ଗ୍ୟାସ ମିଳିବାରୁ ଘରେ ଖାଦ୍ୟ ଶୀଘ୍ର ତିଆରି ହୋଇଛି । ଧୂଆଁରେ ଆଖି ଖରାପ ହେବାର ଭୟ ଥିଲା ମାତ୍ର ଏବେ ସେପରି କିଛି ନାହିଁ । ମୁଁ ମୋର ପିଲାଙ୍କୁ ଭଲ ମଣିଷ କରିବାକୁ ଚାହୁଁଛି । ଡାକ୍ତର ଓ ଇଞ୍ଜିନିୟର କରିବାକୁ ସ୍ବପ୍ନ ରଖିଛି ।''

ଏହା ବି ପଢନ୍ତୁ...ଗାଁ ଗାଁରେ ପହଞ୍ଚିଛି ମୋଦି ଗ୍ୟାରେଣ୍ଟି ଗାଡି, ଭାରତ ଏବେ ଅଟକିବ ନା ଥକିବ : ପ୍ରଧାନମନ୍ତ୍ରୀ

15 ଦିନରେ ପହଞ୍ଚିଛି ବିକଶିତ ଭାରତ ସଂକଳ୍ପ ଯାତ୍ରା । ଏହି ଅବସରରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ସଂକଳ୍ପ ଯାତ୍ରା ହିତାଧିକାରୀଙ୍କ ସହିତ କଥା ହୋଇଛନ୍ତି । ଝାଡଖଣ୍ଡର ଦେବଗଡ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମସ) ପରିସରରେ 10 ହଜାର ଜନ ଔଷଧି କେନ୍ଦ୍ରର ଲୋକାର୍ପଣ କରିବା ସହିତ ଡ୍ରୋନ ଦିଦିର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଗତ ନଭେମ୍ବର 15 ତାରିଖରେ ଭାରତର ସ୍ବାଧୀନତା ସଂଗ୍ରାମୀ ମହାନ ବିପ୍ଲବୀ ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମଜୟନ୍ତୀ ଅବସରରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଶୁଭାରମ୍ଭ ହୋଇଥିଲା । ଏହା ଜାନୁଆରୀ 26 ତାରିଖ ଯାଏଁ ଚାଲିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.