ETV Bharat / bharat

ଗାଁ ଗାଁରେ ପହଞ୍ଚିଛି ମୋଦି ଗ୍ୟାରେଣ୍ଟି ଗାଡି, ଭାରତ ଏବେ ଅଟକିବ ନା ଥକିବ : ପ୍ରଧାନମନ୍ତ୍ରୀ

author img

By ETV Bharat Odisha Team

Published : Nov 30, 2023, 2:18 PM IST

ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ସିହତ ଜନ ଔଷଧୀ ଯୋଜନା କେନ୍ଦ୍ର ଓ ଡ୍ରୋନ ଦିଦିର ଶୁଭାରମ୍ଭ କରିଛନ୍ତି । ଅଧିକ ପଢନ୍ତୁ

Viksit Bharat Sankalp Yatra
PM Modi interact with beneficiaries

ନୂଆଦିଲ୍ଲୀ: 15 ଦିନରେ ପହଞ୍ଚିଛି ବିକଶିତ ଭାରତ ସଂକଳ୍ପ ଯାତ୍ରା । ଏହି ଅବସରରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ସଂକଳ୍ପ ଯାତ୍ରା ହିତାଧିକାରୀଙ୍କ ସହିତ କଥା ହୋଇଛନ୍ତି । ଝାଡଖଣ୍ଡର ଦେବଗଡ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମସ) ପରିସରରେ 10 ହଜାର ଜନ ଔଷଧି କେନ୍ଦ୍ରର ଲୋକାର୍ପଣ କରିବା ସହିତ ଡ୍ରୋନ ଦିଦିର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଭିସି ଜରିଆରେ କାର୍ଯ୍ୟକ୍ରମକୁ ସମ୍ବୋଧନ କରିଛନ୍ତି । ଜାନୁଆରୀ 26 ତାରିଖ ଯାଏଁ ଏହି ବିକଶିତ ଭାରତ ସଂକଳ୍ପ ଯାତ୍ରା ଚାଲିବ । ଏବେ ସୁଦ୍ଧା 12 ହଜାରୁ ଅଧିକ ପଞ୍ଚାୟତରେ ଏହି ଯାତ୍ରା ପହଞ୍ଚି ସାରିଛି । 15 ଦିନରେ 30 ଲକ୍ଷ ଲୋକ ଯାତ୍ରାରେ ଯୋଡ଼ି ହୋଇଛନ୍ତି ।

  • #WATCH | PM Modi says, "From Red Fort, I had announced to make women in villages 'Drone didi'. A number of women in villages have learnt how to use drones. 15,000 self help groups will be given drones. The women will be given drone pilot training. Today, the 10,000th Jan Aushadi… pic.twitter.com/1LNmv63Lk6

    — ANI (@ANI) November 30, 2023 " class="align-text-top noRightClick twitterSection" data=" ">

ସଂକଳ୍ପ ଯାତ୍ରା ହୋଇଛି ମୋଦିଙ୍କ ଗ୍ୟାରେଣ୍ଟି ଗାଡି: ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ହିତାଧୀକାରୀଙ୍କ ସହ କଥା ହୋଇ ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରଥମରୁ ଏହା ବିକଶିତ ଭାରତ ସଂକଳ୍ପ ଯାତ୍ରା ହୋଇଥିଲା । ମାତ୍ର ସମୟ ଗଡ଼ିବା ସାଙ୍ଗକୁ ଲୋକମାନେ ଏହାର ନାମ ବଦଳାଇ ଦେଇଛନ୍ତି । କେହି କେହି ଏହାକୁ ବିକାଶ ରଥ ନୁୁୁହେଁ ମୋଦିଙ୍କ ଗ୍ୟାରେଣ୍ଟି ଗାଡି ବୋଲି କହୁଛନ୍ତି । ଆଜି ସବୁ ସ୍ଥାନରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହେବାକୁ ଆଗଭର ହୋଇଛନ୍ତି । ଦେଶବାସୀ ଏହାକୁ ଜନ ଆନ୍ଦୋଳନରେ ପରିଣତ କରିଛନ୍ତି । ଆଜି ଯେଉଁମାନେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଦେଖୁଛନ୍ତି ସେମାନେ କହୁଛନ୍ତି ଭାରତର ଯାତ୍ରା ଜାରି ରହିଛି । ଭାରତ ଏବେ ଅଟକିବ ନା ଥକିବ । ବିକଶିତ ଭାରତ ସଂକଳ୍ପ ଯାତ୍ରା ସେହି ଲୋକଙ୍କ ପାଖରେ ସରକାରୀ ଯୋଜନା ଓ ସୁବିଧା ପହଞ୍ଚାଇବ ଯେଉଁମାନେ ଏଥିରୁ ବଞ୍ଚିତ ଥିଲେ । ବିକଶିତ ଭାରତର ସଂକଳ୍ପ 4ଟି ଅମୃତ ସ୍ତମ୍ଭରେ ଉପରେ ରହିଛି । ତାହା ହେଉଛି ଆମ ନାରୀଶକ୍ତି, ଯୁବାଶକ୍ତି, ଚାଷୀ ଓ ଗରିବ ପରିବାର । ମୋ ପାଇଁ ସବୁଠୁ ବଡ଼ ଜାତି ହେଉଛନ୍ତି ଗରିବ, ଯୁବ, ମହିଳା ଓ କୃଷକ । ଏହି 4 ଜାତିର ଉନ୍ନତୀ ହିଁ ଭାରତକୁ ବିକଶିତ କରିବ ।''

  • #WATCH | PM Modi interacts with beneficiaries of different government schemes during Viksit Bharat Sankalp Yatra program, via video conferencing

    The PM launched a program to increase the number of Jan Aushadi Kendras from 10,000 to 25,000 and Pradhan Mantri Mahila Kisan Drone… pic.twitter.com/vuMxkqpBf6

    — ANI (@ANI) November 30, 2023 " class="align-text-top noRightClick twitterSection" data=" ">

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ''ଆଜି ବିକାଶ ମହତ୍ତ୍ବ କଣ ଗାଁର ସେହି ପ୍ରତିଟି ବ୍ୟକ୍ତି ଜାଣିଛନ୍ତି । ଦେଶବାସୀ ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ଜନ ଆନ୍ଦୋଳନ ରୂପ ଦେଇ ଅଭିଯାନକୁ ଆଗକୁ ନେଉଛନ୍ତି । ଦେଶକୁ ବିକଶିତ କରିବାକୁ 149 କୋଟି ଭାରତୀୟ ସଂକଳ୍ପ ନେଇ ସାରିଛନ୍ତି । ଭାରତ ସରକାରଙ୍କ ପ୍ରୟାସ ଉପରେ ଲୋକଙ୍କର ଅତୁଟ ବିଶ୍ବାସ ରହିଛନ୍ତି । ପୂର୍ବ ସରକାରରେ ଦେଶର ବହୁତ ଲୋକ ମୌଳିକ ସୁବିଧାରୁ ବଞ୍ଚିତ ଥିଲେ । ବାସଗୃହ, ବିତ୍ୟୁତ ଶୌଚାଳୟ କିଛି ନଥିଲା । ଅଧିକାଂଶ ଲୋକ ପୂର୍ବ ସରକାରଙ୍କ ଉପରେ ଅସନ୍ତୁଷ୍ଟ ଥିଲେ । ନିରାଶ ହୋଇଥିଲେ । ପୂର୍ବ ସରକାର ସବୁଥିରେ ରାଜନୀତି କରୁଥିଲେ । ତାଙ୍କୁ ନିର୍ବାଚନ ଦେଖାଯାଉଥିଲା ଭୋଟ ବ୍ୟାଙ୍ଗ ଦେଖୁଥିଲେ । ଏପରି ଅନ୍ୟାୟ ତାଙ୍କର ସ୍ବଭାବ ହୋଇଯାଇଥିଲା । ତେଣୁ ଲୋକଙ୍କ ଭରସା ତାଙ୍କ ଉପରୁ ତୁଟିଲା । ଆଜି ଦେଶରେ ଯେଉଁ ସରକାର ଅଛି ସେ ଜନତାଙ୍କୁ ଜନାର୍ଦ୍ଦନ ଭଗବାନ ରୂପ ମାନନ୍ତି କ୍ଷମତା ନୁହେଁ ସେବା ଭାବ ନେଇ କାମ କରନ୍ତି । ଆଜି ଦେଶ କୁଶାସନ ପରାକାଷ୍ଠାକୁ ପଛରେ ପକାଇ ସୁଶାସନ ଅର୍ଥାତ ସବୁ ଯୋଜନାର ଶତ ପ୍ରତିଶତ ଲାଭ ମିଳିବା । ଯେଉଁଠି ଅନ୍ଯଠୁ ଆଶା ଭରସା ଶେଷ ହୁଏ ସେଠି ମୋଦି ଗ୍ୟାରେଣ୍ଟି ଆରମ୍ଭ ହୁଏ ।''

ଡ୍ରୋନ ଦିଦିର ଶୁଭାରମ୍ଭ: ମହିଳାଙ୍କ ନେତୃତ୍ବରେ ବିକାଶକୁ ତ୍ବରାନ୍ବିତ କରିବାକୁ ଦେଶରେ ପ୍ରଧାନମନ୍ତ୍ରୀ ମହିଳା କିଶାନ ଡ୍ରୋନ୍‌ କେନ୍ଦ୍ର ଖୋଲାଯାଇଛି । ମହିଳା ଓ ସ୍ବୟଂ ସହାୟକ ଗୋଷ୍ଠୀକୁ ଆଜୀବିକା ସହାୟତା ନିମନ୍ତେ ଡ୍ରୋନ ଉଡାଇବାକୁ ସ୍ବତନ୍ତ୍ର ପ୍ରଶିକ୍ଷଣ ଦିଆଯିବ । ପରବର୍ତ୍ତୀ 3 ବର୍ଷରେ 15 ହଜାର ଡ୍ରେନ ବିତରଣ କରାଯିବ । ଡ୍ରୋନ ଦିଦିର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ କହିଛନ୍ତି, "ମୁଁ ଲାଲା କିଲ୍ଲାରୁ ଘୋଷଣା କରିଥିଲି ଗାଁର ମହିଳାଙ୍କୁ ଡ୍ରୋନ ଦିଦି ବନାଇବି । ଆମ ଗାଁର ଭଉଣୀମାନେ ଡ୍ରୋନ ଚଳାଇବା ଶିଖିଛନ୍ତି । ସେମାନଙ୍କୁ ନମସ୍କାର । ତେଣୁ ମୁଁ ଏହି ଯୋଜନାର ନାମ ଦେଉଛି ନମୋ ଡ୍ରୋନ ଦିଦି । 15 ହଜାର ଏସଏସଜିକୁ ଡ୍ରୋନ ଦିଆଯିବ । ମହିଳାଙ୍କୁ ଡ୍ରେନ ପାଇଲଟ ଟ୍ରେନିଂ ମଧ୍ୟ ଦିଆଯିବ । ଆମର ଏହି ନମୋ ଡ୍ରୋନ ଦିଦି ଶୁଭାରମ୍ଭ ହୋଇଛି । ସମସ୍ତେ ଗାଁର ଏହି ଡ୍ରେନ ମହିଳାଙ୍କୁ ନମସ୍କାର କରନ୍ତୁ ଏହାର ଲକ୍ଷ୍ୟ ରହିଛି । 2 କୋଟି ଦିଦିଙ୍କୁ ଲକ୍ଷପତି ବନାଇବାର ଲକ୍ଷ୍ୟ ରଖାଯାଇଛି । ମୋଦି ସରକାର ଯାହା ଭାବନ୍ତୁ ତାହା କରି ଦେଖାନ୍ତି ।"

ଏହା ବି ପଢନ୍ତୁ...PM Modi in Jharkhand: ବିକଶିତ ଭାରତ ସଂକଳ୍ପ ଯାତ୍ରାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

10 ହଜାର ଜନ ଔଷଧି କେନ୍ଦ୍ରର ଲୋକାର୍ପଣ: ଭିସି ଜରିଆରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ କଥା ହେବା ସହିତ ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ରଗୁଡିକର ସଂଖ୍ୟା 10 ହଜାରରୁ 25 ହଜାର ପର୍ଯ୍ୟନ୍ତ ବୃଦ୍ଧି ଯୋଜନାର ଶୁଭାରମ୍ଭ କରିଛନ୍ତି । ଝାଡ଼ଖଣ୍ଡର ଦେବଗଡ଼ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମସ) ପରିସରରେ 10 ହଜାର ଜନ ଔଷଧି କେନ୍ଦ୍ରର ଲୋକାର୍ପଣ କରିଛନ୍ତି । ଏଥିରେ ସୁଲଭ ମୂଲ୍ୟରେ ଔଷଧ ପାଇ ପାରିବେ ।

ପ୍ରକାଶ ଥାଉ କି, ଗତ ନଭେମ୍ବର 15 ତାରିଖରେ ଭାରତର ସ୍ବାଧୀନତା ସଂଗ୍ରାମୀ ମହାନ ବିପ୍ଲବୀ ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମଜୟନ୍ତୀ ଅବସରରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଶୁଭାରମ୍ଭ ହୋଇଥିଲା । ଏହା ଜାନୁଆରୀ 26 ତାରିଖ ଯାଏଁ ଚାଲିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.