ETV Bharat / bharat

PM Modi in Jharkhand: ବିକଶିତ ଭାରତ ସଂକଳ୍ପ ଯାତ୍ରାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

author img

By ETV Bharat Odisha Team

Published : Nov 15, 2023, 8:46 PM IST

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ସରକାର ନିମ୍ନ ମାନର ଫଳକୁ ଆପଣାଇବାର ପ୍ରଲୋଭନକୁ ପ୍ରତିହତ କରିଛନ୍ତି । ଦୀର୍ଘ ଦିନ ଧରି ଅଟକି ରହିଥିବା ସମସ୍ୟାର ସମାଧାନ କରିଛନ୍ତି । ସେ ଅନ୍ଧାର ଯୁଗରେ ବଞ୍ଚିବା ପାଇଁ ଅଭିଶାପିତ ହୋଇଥିବା ୧୮୦୦୦ ଗାଁର ବିଦ୍ୟୁତିକରଣର ଉଦାହରଣ ଦେଇଥିଲେ । ଅଧିକ ପଢନ୍ତୁ

PM Modi in Jharkhand
PM Modi in Jharkhand

ରାଞ୍ଚି: ଆଜି ଭାରତର ସ୍ବାଧୀନତା ସଂଗ୍ରାମୀ ମହାନ ବିପ୍ଲବୀ ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମଜୟନ୍ତୀ । ଏହି ଅବସରରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ବିର୍ସା ମୁଣ୍ଡାଙ୍କ ଝାଡଖଣ୍ଡ ସ୍ଥିତ ଖୁଣ୍ଟି ଜିଲ୍ଲା ପୋଡହାଟ ଗ୍ରାମ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ସେଠାରେ ଧରତୀ ଆବା ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି । ଏହା ସହିତ ବିକଶିତ ସଂକଳ୍ପ ଯାତ୍ରାର ଶୁଭାରମ୍ଭ କରିଛନ୍ତି । ଜନଜାତୀୟ ଗୌରବ ଏବଂ ସଂଘର୍ଷର ପ୍ରତୀକ ଭଗବାନ ବିର୍ସା ମୁଣ୍ଡାଙ୍କ ଗାଥା ପ୍ରତି ଦେଶବାସୀଙ୍କୁ ପ୍ରେରାଣା ଦେବ ବୋଲି ଝାଡଖଣ୍ଡର ଖୁଣ୍ଟି ଠାରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ।

  • On Janjatiya Gaurav Divas, let us remember Bhagwan Birsa Munda and redouble our efforts towards achieving greater prosperity for the tribal communities. https://t.co/nVDVNKh1z5

    — Narendra Modi (@narendramodi) November 15, 2023 " class="align-text-top noRightClick twitterSection" data=" ">

କାର୍ଯ୍ୟକ୍ରମକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ‘‘ବିକଶିତ ଭାରତର 4ଟି ସ୍ତମ୍ବ ରହିଛି । ପ୍ରଥମ ଭାରତର ମହିଳା ଆମର ନାରୀଶକ୍ତି, ଦ୍ବିତୀୟ ଭାରତର ଚାଷୀ ଆମ ପଶୁପାଳକ, ମତ୍ସଜୀବୀ ଆମ ଅନ୍ନଦାତା, ତୃତୀୟ ଭାରତୟ ଯୁବଗୋଷ୍ଠୀ ଓ ଯୁବଶକ୍ତି, ଚତୁର୍ଥ ଦେଶର ମଧ୍ୟମବର୍ଗ, ଗରିବ । ଏହି 4 ସ୍ତମ୍ଭକୁ ଆମେ ଯେତେ ମଜଭୂତ କରିବା ଭାରତର ନିର୍ମାଣ ସେତେ ଶିଖର ଛୁଇଁବ । ପ୍ରକୃତ ଧର୍ମନିରପେକ୍ଷତା ସେବେ ଆସେ ଯେବେ ଦେଶରେ କୌଣସି ନାଗରିକଙ୍କ ସହ ଭେଦଭାବ ହୁଏ ନାହିଁ । ସମାଜିକ ନ୍ୟାୟର ଭରସା ସେବେ ମିଳେ ଯେବେ ସମାନ ଭାବନାରେ ସରକାର ଯୋଜନାର ଲାଭ ମିଳେ । ବିକଶିତ ଭାରତର ସଂକଳ୍ପର ଏକ ପ୍ରମୁଖ ଆଧାର ହେଉଛି ପିଏମ ଜନମନ ଅର୍ଥାତ ପିଏମ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ । ଏହା ଜରିଆରେ ଆମ ସରକାର ଅଦିବାସୀଙ୍କ ନିକଟରେ ପହଞ୍ଚିବ ଯାହାଙ୍କ ପାଖରେ କେବେ ପହଞ୍ଚି ନାହିଁ ।''

  • भगवान बिरसा मुंडा जी के गांव उलिहातू में उन्हें शीश झुकाकर नमन करने का सौभाग्य प्राप्त हुआ। यहां आकर अनुभव हुआ कि इस पावन भूमि में कितनी ऊर्जा-शक्ति भरी है। इस मिट्टी का कण-कण देशभर के मेरे परिवारजनों को प्रेरित कर रहा है। pic.twitter.com/ystNxiHm13

    — Narendra Modi (@narendramodi) November 15, 2023 " class="align-text-top noRightClick twitterSection" data=" ">

ଅଧିକ ପଢନ୍ତୁ- PM In Jharkhand: ଆଜି ବିକଶିତ ଭାରତ ସଂକଳ୍ପ ଯାତ୍ରାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ବିକଶିତ ସଂକଳ୍ପ ଯାତ୍ରା ଆରମ୍ଭ: ସରକାରୀ ଯୋଜନାର ଶତ ପ୍ରତିଶତ ପ୍ରସାର ଲକ୍ଷ୍ୟ ହାସଲ ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ବରୂପ ଆଜି ତୃତୀୟ ଜନଜାତୀୟ ଗୌରବ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ର ଶୁଭାରମ୍ଭ ହୋଇଛି । ଏହା 2024 ଜାନୁଆରୀ 26 ଯାଏ ଚାଲିବ । ଏହି ଯାତ୍ରାରେ ସରକାର ମିଶନ ମୋଡରେ ଦେଶର ଗାଁ ଗାଁକୁ ଯିବ । ଗରିବ ଓ ବଞ୍ଚିତଙ୍କୁ ସରକାରୀ ଯୋଜନାର ହିତାଧୀକାରଙ୍କ ନିକଟରେ ଯୋଜନା ପହଞ୍ଚାଇବ । ଏହା ସହିତ ଝାଡଖଣ୍ଡରେ 50 ହଜାର କୋଟି ଟଙ୍କାର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

  • आज झारखंड की पावन भूमि से जिन दो ऐतिहासिक अभियानों की शुरुआत हुई है, उनसे अमृतकाल में भारत की विकास यात्रा को नई ऊर्जा मिलेगी। pic.twitter.com/GqFFqSFCCc

    — Narendra Modi (@narendramodi) November 15, 2023 " class="align-text-top noRightClick twitterSection" data=" ">

ଏହାବ୍ୟତୀତ ଝାଡଖଣ୍ଡ ପ୍ରତିଷ୍ଠା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇବା ସହ ଏହାର ଗଠନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ । ରେଳ, ସଡକ, ଶିକ୍ଷା, କୋଇଲା, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଭଳି ବିଭିନ୍ନ କ୍ଷେତ୍ର ସହିତ ସମ୍ପର୍କିତ ଆଜିର ବିକାଶମୂଳକ ପ୍ରକଳ୍ପ ଗୁଡିକ ପାଇଁ ସେ ଝାଡ଼ଖଣ୍ଡର ଲୋକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଆଦିବାସୀ ଗୌରବ ପାଇଁ ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରେରଣାଦାୟୀ ସଂଘର୍ଷ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଅସଂଖ୍ୟ ଆଦିବାସୀ ନାୟକଙ୍କ ସହ ଝାଡଖଣ୍ଡ ମାଟିର ସମ୍ପର୍କ ବିଷୟରେ ଉଲ୍ଲେଖ କରିଥିଲେ । ତିଲକା ମାନଝୀ, ସିଦ୍ଧୁ କାହ୍ନୁ, ଚାନ୍ଦ ଭୈରବ, ଫୁଲୋ ଝାନୋ, ନୀଳାମ୍ବର, ପୀତାମ୍ବର, ଯାତ୍ରା ତାନା ଭଗତ ଓ ଆଲବର୍ଟ ଏକ୍କାଙ୍କ ଭଳି ଅନେକ ବୀର ଏହି ଭୂମିକୁ ଗର୍ବିତ କରିଛନ୍ତି ବୋଲି କହିଥିଲେ ।

  • अमृतकाल में भव्य और दिव्य विकसित भारत के निर्माण के लिए हमें इन चार अमृत स्तंभों को और मजबूत करना है… pic.twitter.com/aAdHIqRbzC

    — Narendra Modi (@narendramodi) November 15, 2023 " class="align-text-top noRightClick twitterSection" data=" ">

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ସରକାର ନିମ୍ନ ମାନର ଫଳକୁ ଆପଣାଇବାର ପ୍ରଲୋଭନକୁ ପ୍ରତିହତ କରିଛନ୍ତି । ଦୀର୍ଘ ଦିନ ଧରି ଅଟକି ରହିଥିବା ସମସ୍ୟାର ସମାଧାନ କରିଛନ୍ତି । ସେ ଅନ୍ଧାର ଯୁଗରେ ବଞ୍ଚିବା ପାଇଁ ଅଭିଶାପିତ ହୋଇଥିବା ୧୮୦୦୦ ଗାଁର ବିଦ୍ୟୁତିକରଣର ଉଦାହରଣ ଦେଇଥିଲେ । ଲାଲକିଲ୍ଲା ପ୍ରାଚୀରରୁ କରାଯାଇଥିବା ଘୋଷଣା ଅନୁଯାୟୀ ନିର୍ଦ୍ଧାରିତ ସମୟରେ ବିଦ୍ୟୁତିକରଣ କରାଯାଇଥିଲା । ପଛୁଆ ମାନ୍ୟତା ପାଇଥିବା ୧୧୦ଟି ଜିଲ୍ଲାରେ ଶିକ୍ଷା, ସ୍ବାସ୍ଥ୍ୟ ଓ ସହଜ ଜୀବନଶୈଳୀର ପ୍ରମୁଖ ମାନଦଣ୍ଡ ସୃଷ୍ଟି କରାଯାଇଥିଲା । ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଏହି ଜିଲ୍ଲା ଗୁଡ଼ିକରେ ଅନେକ ପରିବର୍ତ୍ତନ ଆଣିଛି । ଏହି ଜିଲ୍ଲା ଗୁଡ଼ିକରେ ସର୍ବାଧିକ ଆଦିବାସୀ ଜନସଂଖ୍ୟା ରହିଛି ବୋଲି କହିଥିଲେ ।

ପ୍ରଧାନମନ୍ତ୍ରୀ ୨୦୧୮ରେ ଗ୍ରାମ ସ୍ବରାଜ ଅଭିଯାନର ଆୟୋଜନକୁ ମନେ ପକାଇ କହିଥିଲେ ଯେଉଁଥିରେ ୭ଟି ପ୍ରମୁଖ ସରକାରୀ ଯୋଜନା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ହଜାର ସରକାରୀ ଅଧିକାରୀଙ୍କୁ ଗାଁକୁ ପଠାଯାଇଥିଲା। ବିକଶିତ ଭାରତ ସଂକଳ୍ପ ଯାତ୍ରା ସମାନ ଭାବରେ ସଫଳ ହେବ ବୋଲି ସେ ବିଶ୍ବାସ ରହିଛି। ମୁଁ ସେହି ଦିନକୁ ଅପେକ୍ଷା କରିଛି ଯେତେବେଳେ ପ୍ରତ୍ୟେକ ଗରିବ ଲୋକଙ୍କ ପାଖରେ ମାଗଣାରେ ରାସନ କାର୍ଡ, ଉଜ୍ଜଳା ଯୋଜନାରୁ ଗ୍ୟାସ ସଂଯୋଗ, ଘରେ ବିଜୁଳି ଯୋଗାଣ, ଟ୍ୟାପ ପାଣି ସଂଯୋଗ, ଆୟୁଷ୍ମାନ କାର୍ଡ ଏବଂ ପକ୍କା ଘର ରହିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.