ETV Bharat / state

ଟ୍ରକ ଧକ୍କାରେ ଟ୍ରାକ୍ଟର ଚୁରମାର, ଡ୍ରାଇଭର ମୃତ

author img

By

Published : May 6, 2021, 8:02 PM IST

ଟ୍ରକ ଧକାରେ ଟ୍ରାକ୍ଟର ଚୁରମାର , ଡ୍ରାଇଭର ମୃତ
ଟ୍ରକ ଧକାରେ ଟ୍ରାକ୍ଟର ଚୁରମାର , ଡ୍ରାଇଭର ମୃତ

ପାଲଲହଡାରେ ଟ୍ରାକ୍ଟରକୁ ଧକ୍କା ଦେଲା ଟ୍ରକ । ଘଟଣାସ୍ଥଳରେ ଟ୍ରାକ୍ଟର ଡ୍ରାଇଭର ମୃତ । ଅଧିକ ପଢନ୍ତୁ...

ଅନୁଗୋଳ: ପାଲଲହଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । 149 ନମ୍ବର ଜାତୀୟ ରାଜପଥରେ ଏକ ଟ୍ରାକ୍ଟରକୁ ଟ୍ରକ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଟ୍ରାକ୍ଟର ଡ୍ରାଇଭରର ମୃତ୍ୟୁ ହୋଇଥିବା ଜଣାପଡିଛି । ଏହି ଦୁର୍ଘଟଣା ପରେ ଜାତୀୟ ରାଜପଥରେ ଉତ୍ତେଜନା ପ୍ରକାଶ ପାଇବା ସହ ଯାତାୟତ ବାଧାପ୍ରାପ୍ତ ହୋଇଛି ।

ଟ୍ରକ ଧକାରେ ଟ୍ରାକ୍ଟର ଚୁରମାର , ଡ୍ରାଇଭର ମୃତ

ମିଳିଥିବା ସୂଚନା ଅନୁସାରେ ପାଲଲହଡା 149 ନମ୍ବର ଜାତୀୟ ରାଜପଥର ଖେମଳା ଛକରେ ଆଇରନ ବୋଝେଇ ଟ୍ରକ ସହ ଟ୍ରାକ୍ଟର ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ଟ୍ରାକ୍ଟର ଚୁରମାର ହେବା ସହ ବହୁ ଦୂରକୁ ଛିଟିକି ପଡିଥିଲା। ଦୁର୍ଘଟଣା ସ୍ଥଳରେ ଟ୍ରାକ୍ଟର ଡ୍ରାଇଭର ପ୍ରାଣ ହରାଇଛନ୍ତି । ମୃତ ଡ୍ରାଇଭର ଜଣଙ୍କ ହେଲେ ପାଖ ବାରକୋଟିଆ ଗାଁର ଚରଣ ସାହୁ ବୋଲି ଜଣାପଡିଛି ।

ଦୁର୍ଘଟଣା ପରେ 149 ନମ୍ବର ଜାତୀୟ ରାଜପଥରେ ଉତ୍ତେଜନା ଦେଖା ଦେବା ସହ ଗାଡି ଚଳାଚଳ ବନ୍ଦ ରହିଥିଲା। ଘଟଣା ସ୍ଥଳରେ ଖମାର ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଦୁର୍ଘଟଣା ଘଟିଥିବା ଟ୍ରକକୁ ମଧ୍ୟ ଜବତ କରିଛି। ଦୁର୍ଘଟଣା ପରେ ଟ୍ରକଟି ଏକ ଗଛରେ ପିଟି ହୋଇଥିବାବେଳେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.