ETV Bharat / state

ମହିଳା ଗୋଷ୍ଠୀଙ୍କ କିସ୍ତି ଟଙ୍କା ହଡ଼ପ, ୨୭ ଲକ୍ଷ ଚଳୁ କରିଦେଲେ ବ୍ୟାଙ୍କ ଏଜେଣ୍ଟ !

author img

By ETV Bharat Odisha Team

Published : Jan 7, 2024, 10:19 AM IST

Updated : Jan 7, 2024, 11:21 AM IST

ମହିଳା ଗୋଷ୍ଠୀଙ୍କ କିସ୍ତି ଟଙ୍କାକୁ ଚଳୁ କରିଦେଲେ ବ୍ୟାଙ୍କ ଏଜେଣ୍ଟ
ମହିଳା ଗୋଷ୍ଠୀଙ୍କ କିସ୍ତି ଟଙ୍କାକୁ ଚଳୁ କରିଦେଲେ ବ୍ୟାଙ୍କ ଏଜେଣ୍ଟ

Fraud bank agent: ମହିଳା ଗୋଷ୍ଠୀଙ୍କ ବ୍ୟାଙ୍କ କିସ୍ତି ଟଙ୍କାକୁ ହଡପ କରିନେଲେ ବ୍ୟାଙ୍କ ଏଜେଣ୍ଟ୍ । 9ଟି ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରାୟ ୨୭ ଲକ୍ଷରୁ ଅଧିକ ଟଙ୍କା ହଡପ କରାଯାଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ମହିଳା ଗୋଷ୍ଠୀଙ୍କ କିସ୍ତି ଟଙ୍କା ହଡ଼ପ

ଅନୁଗୋଳ: ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଋଣ ଟଙ୍କା ବ୍ୟାଙ୍କରେ ଜମା ନ କରି ନିଜେ ଚଳୁ କରିଦେଲେ ବ୍ୟାଙ୍କ କର୍ମଚାରୀ । ଏଭଳି ଏକ ସାଂଘାତିକ ଅଭିଯୋଗ ଆସିଛି ଅନୁଗୋଳ ଜିଲ୍ଲା ସଦର ଥାନା ଜରସିଙ୍ଗା ଅଞ୍ଚଳରୁ । 9ଟି ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରାୟ ୨୭ ଲକ୍ଷରୁ ଅଧିକ ଟଙ୍କା ହଡପ କରାଯାଇଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ କରାଯିବ ବୋଲି ବ୍ୟାଙ୍କ ମ୍ୟାନେଜର କହିଛନ୍ତି ।

ମହିଳା ସଶକ୍ତିକରଣ ପାଇଁ ସରକାର ଋଣ ଯୋଗାଉ ଥିବାବେଳେ ତାର ଫାଇଦା ଉଠାଉଛନ୍ତି ବ୍ୟାଙ୍କ କର୍ମଚାରୀ । ମହିଳା ଗୋଷ୍ଠୀଙ୍କ କିସ୍ତି ଟଙ୍କା ହଡପ କରିନେଲେ ବ୍ୟାଙ୍କ କର୍ମଚାରୀ । 9ଟି ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରାୟ ୨୭ ଲକ୍ଷରୁ ଅଧିକ ଟଙ୍କା ହଡପ କରାଯାଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ଅନୁଗୋଳ ସଦର ଥାନା ଜରସିଙ୍ଗା ଗାଁର ୯ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ସରକାରଙ୍କ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ମିଶନ ଶକ୍ତି ଜରିଆରେ ଇଣ୍ଡିଆନ ବ୍ୟାଙ୍କରୁ ୩ ଲକ୍ଷ ଟଙ୍କା ଲେଖାଏଁ ଋଣ ମିଳିଥିଲା । ମହିଳା ଗୋଷ୍ଠୀ ଏହାକୁ ପରିଶୋଧ କରିବା ପାଇଁ ବ୍ୟାଙ୍କକୁ ଇଏମଆଇ ଆକାରରେ ପ୍ରତ୍ୟେକ ମାସରେ ଟଙ୍କା ପରିଶୋଧ କରୁଥିଲେ । ଏସବୁ ଟଙ୍କା ନେଇ ବ୍ୟାଙ୍କରେ ଡିପୋଜିଟ କରିବା ପାଇଁ ଜଣେ ଏଜେଣ୍ଟକୁ ନିୟୋଜିତ କରାଯାଇଥିଲା ।

ଏହାମଧ୍ୟ ପଢନ୍ତୁ... ଜୀବିକା ମିଶନରେ ବ୍ୟାପକ ଦୁର୍ନୀତି ! ଲୋକାୟୁକ୍ତଙ୍କ ଦ୍ୱାରସ୍ତ ହେଲେ ମିଶନ ଶକ୍ତି ମହିଳା

କିନ୍ତୁ ସେଇ ଏଜେଣ୍ଟ ଜଣକ ମହିଳାମାନଙ୍କ ଠାରୁ ଟଙ୍କା ନେଇ ବ୍ୟାଙ୍କରେ ଡିପୋଜିଟ କରିବା ପରିବର୍ତ୍ତେ ନିଜେ ଆତ୍ମସାତ କରିଦେଇଥିବା ଅଭିଯୋଗ ହୋଇଛି । ସବୁ ସ୍ୱୟଂ ସହାୟକ ଗୋଷ୍ଠୀ ନେଇଥିବା ଲୋନ ଟଙ୍କାର ଅଧିକାଂଶ ପରିମାଣ ପୈଠ କରି ସାରିଥିବା ବେଳେ ଆଉ ମାତ୍ର କିଛି ଟଙ୍କା ଦେବାକୁ ଥିଲା । ତେଣୁ ସେମାନେ ଅନ୍ୟ ଗୋଟିଏ ବ୍ୟାଙ୍କକୁ ଲୋନ ଆଣିବା ପାଇଁ ଯାଇଥିବା ବେଳେ ସେମାନେ ଇଣ୍ଡିଆନ ବ୍ୟାଙ୍କରୁ ଟଙ୍କା ଆଣି ଦେଇନଥିବା ଜଣାପଡିଥିଲା ।

ଏହାପରେ ସେମାନଙ୍କ ଟଙ୍କା ଏଜେଣ୍ଟ ହଡପ କରିଥିବା ଜାଣିବାକୁ ପାଇଥିଲେ । ଏନେଇ ଶନିବାର ଦିନ ଜରସିଙ୍ଗା ଗାଁର ମହିଳା ଗୋଷ୍ଠୀର ସଦସ୍ୟମାନେ ବ୍ୟାଙ୍କ କର୍ମଚାରୀ ଓ ଏଜେଣ୍ଟକୁ ଡାକି ତାଙ୍କ ଟଙ୍କା ହଡପ ବାବଦରେ ଜଣାଇଥିଲେ । ଏହାକୁ ନେଇ କିଛି ସମୟ ପାଇଁ ବ୍ୟାଙ୍କ ପରିସରରେ ଉତ୍ତେଜନା ସ୍ଥିତି ଦେଖିବାକୁ ମିଳିଥିଲା । ଟଙ୍କା ହଡପ ବିଷୟରେ ବ୍ୟାଙ୍କ ମ୍ୟାନେଜରଙ୍କୁ ଜଣାଇବା ପରେ ଏଜେଣ୍ଟ ସବୁ ଟଙ୍କା ପରିଶୋଧ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ ।

ଏନେଇ ବ୍ୟାଙ୍କ ମ୍ୟାନେଜର କହିଛନ୍ତି, "ବ୍ୟାଙ୍କ ଏହି ଘଟଣାକୁ ଗୁରୁତର ସହ ନେଇଛି । ଏ ବିଷୟରେ ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବ ।" ତେବେ ମହିଳାମାନେ କିଭଳି ଋଣ ମୁକ୍ତ ହେବେ ତାଙ୍କୁ ନେଇ ଏବେ ଚିନ୍ତାରେ ପଡିଛନ୍ତି ।

ଇଟିଭି ଭାରତ, ଅନୁଗୋଳ

Last Updated :Jan 7, 2024, 11:21 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.